ବିନା ଅନୁମତିରେ ପତ୍ନୀଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ଅପରାଧ ନୁହେଁ :ଛତିଶଗଡ଼ ହାଇକୋର୍ଟ
ଛତିଶଗଡ଼ ହାଇକୋର୍ଟ ରାୟ ଦେଇଛନ୍ତି ଯେ ଜଣେ ପୁରୁଷ ଏବଂ ତାଙ୍କ ବୟସ୍କ ପତ୍ନୀଙ୍କ ମଧ୍ୟରେ ଅପ୍ରାକୃତିକ ଯୌନ ସମ୍ପର୍କ ଦଣ୍ଡଯୋଗ୍ୟ ନୁହେଁ। ଏକ ମାମଲାର ତଦନ୍ତ କରି ଏପରି ଏକ ରାୟ ଶୁଣାଇଛନ୍ତି ଛତିଶଗଡ଼ ହାଇକୋର୍ଟ। ଜଣେ ପୁରୁଷଙ୍କ ପତ୍ନୀ ଅପ୍ରାକୃତିକ ଯୌନକ୍ରିୟା ପରେ ହସ୍ପିଟାଲରେ ମୃତ୍ୟୁବରଣ କରିବା ପରେ ମାମଲା ଅଦାଲତକୁ ଯାଇଥିଲା।
ହାଇକୋର୍ଟ ବିଚାରପତି ଜଷ୍ଟିସ ନରେନ୍ଦ୍ର କୁମାର ବ୍ୟାସ ଜଗଦଲପୁରରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଦୋଷ ମୁକ୍ତ କରିଛନ୍ତି । ପୂର୍ବରେ ଏହି ବ୍ୟକ୍ତି ଜଣଙ୍କ ଦୁଷ୍କର୍ମ ଓ ଅନ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ବ୍ୟକ୍ତି ଜଣଙ୍କୁ ୨୦୧୭ରେ ଗିରଫ କରାଯାଇଥିଲା । ପରବର୍ତ୍ତୀ ଅବସ୍ଥାରେ ବସ୍ତର ଜିଲ୍ଲାର ଟ୍ରାଏଲ କୋର୍ଟ ଅଭିଯୁକ୍ତଙ୍କ ପତ୍ନୀଙ୍କ ମୃତ୍ୟୁ ହେବାରୁ ତାଙ୍କୁ ଆଇପିସିର ଧାରା ୩୭୬(ଦୁଷ୍କର୍ମ), ୩୭୭(ଅପ୍ରାକୃତିକ ଯୌନ ସମ୍ପର୍କ) ଓ ୩୦୪ ଦଫାରେ ଦୋଷୀ ସାବ୍ୟସ୍ତ କରିଥିଲେ ।

ତେବେ ହାଇକୋର୍ଟ ଏଥରର ରାୟରେ ଅପ୍ରାକୃତିକ ଯୌନକ୍ରିୟାକୁ ମଧ୍ୟ ଦଣ୍ଡ ପରିସରରୁ ବାହାର କରିଦେଇଛନ୍ତି ।କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ପତ୍ନୀଙ୍କ ବୟସ ଯଦି ୧୫ ବର୍ଷରୁ ଅଧିକ ବୟସର ହୋଇଥାଏ, ତେବେ ସ୍ୱାମୀଙ୍କ ଦ୍ୱାରା ଯେକୌଣସି ପ୍ରକାରର ଯୌନ ସମ୍ପର୍କ କିମ୍ବା ଯୌନକ୍ରିୟାକୁ ବଳାତ୍କାର ବୋଲି କୁହାଯାଇପାରିବ ନାହିଁ। ତେଣୁ ଆବେଦନକାରୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ ବା ଆଇପିସିର ଧାରା ୩୭୬ ଏବଂ ୩୭୭ ଅନୁଯାୟୀ ଅପରାଧ ମାମଲା ରୁଜୁ କରାଯାଇ ପାରିବ ନାହିଁ।
ଭାରତରେ ଆଇନ ଅନୁଯାୟୀ ବୈବାହିକ ଦୁଷ୍କର୍ମ ଏକ ଦଣ୍ଡନୀୟ ଅପରାଧ ନୁହେଁ। ତେବେ ହାଇକୋର୍ଟ ଏଥରର ରାୟରେ ଅପ୍ରାକୃତିକ ଯୌନକ୍ରିୟାକୁ ମଧ୍ୟ ଦଣ୍ଡ ପରିସରରୁ ବାହାର କରିଦେଇଛନ୍ତି। ଯଦି ଜଣେ ବ୍ୟକ୍ତି ତାଙ୍କ ପ୍ରାପ୍ତ ବୟସ୍କ ପତ୍ନୀଙ୍କ ଇଚ୍ଛା ବିରୋଧରେ ଅପ୍ରାକୃତିକ ଶାରିରୀକ ସମ୍ପର୍କ ରଖୁଛନ୍ତି, ତା ହେଲେ ଏହାକୁ ଅପରାଧ ଭାବେ ବିବେଚନା କରାଯାଇପାରିବନାହିଁ । ପତ୍ନୀଙ୍କ ସହ ତାଙ୍କ ସ୍ୱାମୀ ଯେକୌଣସି ପ୍ରକାରର ଶାରୀରିକ ସମ୍ପର୍କ ରଖିପାରିବେ ବୋଲି କହିଛନ୍ତି ଛତିଶଗଡ଼ ହାଇକୋର୍ଟ ।












Click it and Unblock the Notifications