100 ରୁ 150 ମାର୍କ ରଖି ବିହାର ଛାତ୍ର ଭାଇରାଲ
ବିହାରର ଲଲିତ ନାରାୟଣ ମିଥିଲା ବିଶ୍ବବିଦ୍ୟାଳୟ ଏବେ ଚର୍ଚ୍ଚାରେ । ପରିକ୍ଷାରେ ଧାର୍ଯ୍ୟ ନମ୍ବରରୁ ଅଧିକ ନମ୍ବର ରଖିଛନ୍ତି ଜଣେ ଛାତ୍ର ।
ପାଟଣା: ଏବେ ଚାଲିଛି ପରୀକ୍ଷା ଋତୁ। ପିଲାମାନେ କରିଥିବା ପରିଶ୍ରମର ଫଳ ଜାଣିବା ପାଇଁ ପରୀକ୍ଷା ଫଳକୁ ଅପେକ୍ଷା କରିଥାନ୍ତି। କିଏ 100 ରୁ 99 ନମ୍ବର ରଖି ଟପ୍ କରୁଚି ତ କିଏ 60 ପ୍ରତିଶତରେ ବି ଖୁସି ହେଉଛନ୍ତି। କିନ୍ତୁ ମୋଟ୍ ନମ୍ବରରୁ କେହି ଅଧିକ ରଖିଥିବା କଥା କେବେ ଆପଣ ଶୁଣିଛନ୍ତି କି? କିନ୍ତୁ ଏଭଳି ଏକ ଅଜବ ଘଟଣା ଘଟିଛି ବିହାରର ଲଲିତ ନାରାୟଣ ମିଥିଲା ବିଶ୍ଵବିଦ୍ୟାଳୟରେ। ଯାହାକୁ ନେଇ ଏବେ ସାଧାରଣରେ ଖୁବ୍ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ବିଶ୍ଵବିଦ୍ୟାଳୟର ଛାତ୍ର ଜଣଙ୍କ ହେଉଛି ଅନମୋଲ କୁମାର, ସେ ରାଜନୀତି ବିଜ୍ଞାନ ଅନର୍ସରେ ଯୁକ୍ତ ତିନିର ତୃତୀୟ ବର୍ଷର ଛାତ୍ର । କିଛିଦିନ ପୂର୍ବେ ପରୀକ୍ଷା ହୋଇଥିବା ବେଳେ ଜୁନ 30ରେ ଫଳାଫଳ ପ୍ରକାଶ ପାଇଥିଲା ଯେଉଁଥିରେ ଅନମୋଲ ଅନର୍ସର ଚତୁର୍ଥ ପେପରରେ ମୋଟ 100 ନମ୍ବରରୁ 150 ନମ୍ବର ରଖିଥିଲେ । ଯାହା ଦେଖି ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କେବଳ ଏତିକିରେ ସାରି ନଥିଲା ଅନମୋଲଙ୍କ ରେଜଲ୍ଟର ଚର୍ଚ୍ଚା। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ମୋଟ 420 ନମ୍ବର ରଖିଥିଲେ ଅନମୋଲ। କିନ୍ତୁ ସେ ଫେଲ ହୋଇଥିଲେ । ତେବେ ଏହି ମାର୍କସିଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
କିନ୍ତୁ ଏପଟେ ଏତେ ନମ୍ବର ରଖିବା ପରେ ମଧ୍ୟ ସେ କେମିତି ଫେଲ ହେଲେ ସେନେଇ ଅନମୋଲ୍ ଅନୁସନ୍ଧାନ କରିଥିଲେ । ଇଣ୍ଟର କଲେଜର ଅଧ୍ୟକ୍ଷଙ୍କୁ ଏହି ବିଷୟରେ ଅଭିଯୋଗ କରିଥିଲେ ଏହି ଛାତ୍ର ଜନଙ୍କ । ଏହାପରେ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ମାମଲା ସାମ୍ନାକୁ ଆସିବା ପରେ ବିଶ୍ୱବିଦ୍ୟାଳୟ ପ୍ରଥମେ ଏହାର ଅଫିସିଆଲ୍ ୱେବସାଇଟରୁ ମାର୍କ ସିଟ୍ ହଟାଇ ଦେଇଛି । ତେବେ ଟାଇପିଂ ତ୍ରୁଟି ଯୋଗୁ ଏପରି ହୋଇଥିଲା କଲେଜର ଜଣେ ଅଧିକାରୀ ସଫେଇ ଦେଇଛନ୍ତି । ତ୍ରୁଟି ସଂଶୋଧନ କରିବା ପରେ ନୂତନ ମାର୍କସିଟ୍ ପ୍ରଦାନ କରାଯାଇଥିଲା ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍... -
ଯୁଦ୍ଧ ଭିତରେ ଖସିଲା ସୁନା ରୂପା ଦାମ, ଜାଣନ୍ତୁ କେତେ ? -
SCB ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ଦିଲ୍ଲୀପ ରାୟ ନିଶ୍ଚିତ ଜିତିବେ କହିଲେ ବିଜୟ ମହାପାତ୍ର












Click it and Unblock the Notifications