For Quick Alerts
Turn On Notification  
For Daily Alerts
Oneindia App Download

ଏରୋ ଇଣ୍ଡିଆ 2021ରେ ଆମେରିକା ହେବ ଭାରତର ସବୁଠୁ ବଡ଼ ସହଯୋଗୀ

ବାଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ ଫେବୃଆରୀ 3ରୁ 5 ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଯାଉଛି । ଚଳିତ ଥର ଏହି ଶୋରେ ଆମେରିକା ଭାରତର ପ୍ରମୁଖ ସହଯୋଗୀ ହୋଇଛି ।

|

ବାଙ୍ଗାଲୁରୁ : ବାଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ ଫେବୃଆରୀ 3ରୁ 5 ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଯାଉଛି । ଚଳିତ ଥର ଏହି ଶୋରେ ଆମେରିକା ଭାରତର ପ୍ରମୁଖ ସହଯୋଗୀ ହୋଇଛି । ଏରେ ଇଣ୍ଡିଆ 2021ରେ ଆମେରିକାରର ସଂଯୁକ୍ତ ରାଷ୍ଟ୍ର ଓ ଭାରତ ମଧ୍ୟରେ ସୁରକ୍ଷା ଓ ରଣନୀତିର ଭାଗିଦାରୀର ଆଉ ଏକ ଉଦାହରଣ ଦେଖିବାକୁ ମିଳିବ । ଆମେରିକାର ସରକାରୀ ସ୍ତରୀୟ ବୈଦ୍ୟେଶିକ ଅଧିକାରୀ ଡନ୍ ହାପ୍ଲିନ ଏବଂ ରକ୍ଷା ମନ୍ତ୍ରଣାଳୟର ପ୍ରତିନିଧି ମଣ୍ଡଳୀର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଏହାର ନେତୃତ୍ୱ ନେବେ । ଏରେ ଏରୋ ଇଣ୍ଡିଆ 2021ରେ ଆମେରିକାର ଭାଗିଦାରୀ ଆମର ଦୃତ ଭାବରେ ବଢୁଥିବା ଦ୍ୱିପାକ୍ଷିକ ସୁରକ୍ଷା ସମ୍ପର୍କ ଏବଂ ସ୍ୱତନ୍ତ୍ରତାର ଏକ ଉଦାହରଣକୁ ଦର୍ଶାଉଛି ।

Aeroplane
ଆମେରିକାର ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେବା ତାଙ୍କୁ ଅଧିକ ଖୁସି ଦେଇଛି ବୋଲି ହାପ୍ଲିନ କହିଛନ୍ତି । ଆହୁରି ମଧ୍ୟ ଏରେ ଏରୋଇଣ୍ଡିଆ ଆମେରିକା ଓ ଭାରତ ମଧ୍ୟରେ ରକ୍ଷା ସହଯୋଗୀ ମଜବୁତ୍ କରିବାର ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି । ଆମେରିକାର ଭାଗିଦାରୀ ଏରେ ଇଣ୍ଡିଆ 2021ରେ ଆମେରିକାର ଉଦ୍ୟୋଗ ଏବଂ ଆମେରିକରା ସୈନ୍ୟଙ୍କ ସେବାକୁ ମଜବୁତ କରିବାର ଅବସର ପ୍ରଦାନ କରିଥାଏ । ଦୁଇ ଦେଶର ସେନା ଇଣ୍ଡୋ-ପେସିଫିକ୍ ରେ ଗୋଟିଏ ନିୟମ ଅଧିରିତ ଅନ୍ତରାଷ୍ଟ୍ରୀୟ ଆଦେଶ ବଜାୟ ରଖିବା ଦିଗରେ ଗୋଟିଏ ସାଙ୍ଗରେ କାମ କରିଥାନ୍ତି ।

ଆମେରିକାର ଏହି ପ୍ରତିନିଧୀ ଦଳର ପ୍ରତିନିଧିତ୍ୱ କରିବେ ଡନ୍ ହାଫ୍ଲିନ୍ । ଏହା ସହିତ ଏହି ଦଳରେ କେଲି ଏଲ୍ ସେବୋଲ୍ଟ (ବାୟୁସେନା ଡେପୁଟି ଅଣ୍ଡର ସେକ୍ରେଟାରୀ, ଆନ୍ତର୍ଜାତୀୟ ବ୍ୟାପାର), ଲେଫ୍ଟନାଣ୍ଟ ଜେନେରାଲ୍ ଡେଭିଡ୍ ଏ କ୍ରୁମ୍ (ବାୟୁସେନାର ଏକାଦଶ କମାଣ୍ଡର), ମେଜର ଜେନେରାଲ୍ ମାର୍କ ଇ ୱାଟରଙ୍ଗଟନ୍ (ଅଷ୍ଟମ ବାୟୁସେନା କମାଣ୍ଡର) , ବ୍ରିଗେଡିୟର୍ ଜେନେରାଲ୍ ବ୍ରାଏନ୍ ବ୍ରୁକ୍ ବାୟଁର(ବାୟୁସେନା ସୁରକ୍ଷା ସହାୟତା ଏବଂ ସହଯୋଗ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ), ଚେନ୍ନାଇର ଆମେରିକାର କନସୁଲ୍ ଜେନେରାଲ୍ ଜୁଡିଥ୍ ରବିନ୍ ପ୍ରମୁଖ ଏହାର ପ୍ରତିନିଧି ମଣ୍ଡଳରେ ସାମିଲ ହୋଇଛନ୍ତି ।

ଆମେରିକାର ଅଗ୍ରଣୀ ପ୍ରତିରକ୍ଷା କମ୍ପାନୀଗୁଡିକ ମଧ୍ୟ ଏରୋ ଇଣ୍ଡିଆ 2021 ରେ ଅଂଶଗ୍ରହଣ କରୁଛନ୍ତି । ଯେଉଁଥିରେ ଏରୋସ୍ପେସ୍ କ୍ୱାଲିଟି ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ୍ ଏଲଏଲସି, ଏୟାରବୋର୍ନ୍ ଇଙ୍କ, IEH କର୍ପୋରେସନ୍, GE ଏଭିଏସନ୍, ଜେନରାଲ ଆଟୋମିକ୍ସ, ହାଇ-ଟେକ୍ ଏକ୍ସପୋର୍ଟ ଇମ୍ପୋର୍ଟ କର୍ପୋରେସନ୍, ଏଲ3ହେରିସ, Laversab India, ଲଙ୍କହିଟ୍ ମାର୍ଟିନ୍, Raytheon ଏବଂ Trakka Systems ମଧ୍ୟ ଅଂଶ ଗ୍ରହଣ କରିବେ ।

ଏଥର ଏରୋ ଇଣ୍ଡିଆ ଶୋ'ରେ କୋଭିଡ -19 ର ପ୍ରଭାବ ମଧ୍ୟ ପଡ଼ିଛି । କରୋନା କାରଣରୁ, ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏରୋ ଇଣ୍ଡିଆ ଶୋକୁ ଏଥର ପାଞ୍ଚ ଦିନରୁ ତିନି ଦିନକୁ ହ୍ରାସ କରାଯାଇଛି । ପୂର୍ବ ଭଳି ଚଳିତ ବର୍ଷ ଏରୋ ଶୋ ଭଳି ସାଧାରଣ ଲୋକ ବାୟୁସେନା ଷ୍ଟେସନରେ ବାୟୁସେନାର କୌଶଳ ଦେଖି ପାରିବେ ନାହିଁ । ବେଙ୍ଗାଲୁରୁ ଏରୋ ଇଣ୍ଡିଆ ସୋ 3 ଫେବୃଆରୀରୁ 5 ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
United States and India Major Defense Partner in Aero India 2021.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X