Get Updates
Get notified of breaking news, exclusive insights, and must-see stories!

ଅକ୍ଷର ଧାମରେ ପୂଜା କଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସୁନକ୍

ଅକ୍ଷର ଧାମରେ ପୂଜା କଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ୠଷିଙ୍କ ସହ ତାଙ୍କ ଧର୍ମପତ୍ନୀ ଅକ୍ଷତା ମୁର୍ତ୍ତୀ ଦିଲ୍ଲୀର ଅକ୍ଷର ଧାମ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇ ଥିଲା ।

ଗତକାଲି ଠାରୁ ଏ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଥଲା । ଆଜି ସକାଳୁ ସେହି ଅଞ୍ଚଳରେ ବର୍ଷା ହେଉଥିଲେ । ହେଲେ ତାହାରି ଭିତରେ ସେ ଯାଇଥିଲେ ଅକ୍ଷର ଧାମ ଓ ସାଙ୍ଗରେ ଥିଲେ ଧର୍ମ ପତ୍ନୀ । ଏହା ପରେ ସେ ରାଜଘାଟ ଯାଇଥିଲେ ସେଠାରେ ସେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।

ବର୍ଷାରେ ରାଜଘାଟରେ ପହଞ୍ଚିଲେ ରୁଷି ସୁନକ । ଖଦୀ ଉପହାର ଦେଇ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଉ ସେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ପିପୁଲ୍ସ ରିପବ୍ଲିକ ଅଫ୍ ଚୀନ୍ ପ୍ରିମିୟର୍ ଲି କିଆଙ୍ଗ, ଋଷିଆର ଵୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ ଏବଂ ଅନ୍ୟାନ୍ୟ ରାଜ୍ୟ ତଥା ସରକାରୀ ତଥା ମୁଖ୍ୟମାନେ ଅଛନ୍ତି ଦିଲ୍ଲୀର ରାଜଘାଟରେ ଥିବା ଆନ୍ତର୍ଜାତୀୟ ସଂଗଠନଗୁଡ଼ିକର ମୁଖ୍ୟ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

rishi_sunak

ଆଫ୍ରିକୀୟ ୟୁନିୟନ୍ ଜି-୨୦ର ନୂଆ ସଦସ୍ୟ । ଶିଖର ସମ୍ମିଳନୀର ପ୍ରଥମ ଅଧିବେଶନ ଆରମ୍ଭ ହେବାପରେ ଜି -୨୦ ର ସ୍ଥାୟୀ ସଦସ୍ୟ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଫ୍ରିକୀୟ ୟୁନିଅନର ମୁଖ୍ୟଙ୍କୁ ତାଙ୍କ ଆସନ ଗ୍ରହଣ କରିବାକୁ ଆମନ୍ତ୍ରଣ କରିଛନ୍ତି । ଆଫ୍ରିକୀୟ ୟୁନିୟମର ସଦସ୍ୟତା ନେଇ ସମସ୍ତଙ୍କ ସହମତି ରହିଛି ।

କୋମୋରୋସ ସଂଘର ସଭାପତି ତଥା ଆଫ୍ରିକୀୟ ୟୁନିଅନର ଚେୟାରମ୍ୟାନ୍ ଆଜାଲି ଆସୋମାନି ଜି -20 ର ସ୍ଥାୟୀ ସଦସ୍ୟ ହେବାପରେ ତାଙ୍କ ଆସନ ଗ୍ରହଣ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କୋଳାଗ୍ରତ କରିଥିଲେ । ଏହା ପରେ ସେ ନିଜ ଆସନ ଗ୍ରହଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+