ଦଶହରା 2022: କୋଲକାତାରେ ''ପେଟ୍ ଫ୍ରେଣ୍ଡଲୀ'' ପେଣ୍ଡାଲ
ଉତ୍ତର କୋଲକାତାରେ ବିଧନ ସରଣୀ ଆଟଲାସ୍ କ୍ଲବ୍ ଏକ ସ୍ୱତନ୍ତ୍ର ଥିମ୍ ନେଇ ଚଳିତ ଦୁର୍ଗା ପୂଜାରେ ପେଣ୍ଡାଲକୁ ତିଆରି କରୁଛି । ବୁଲା କୁକୁରଙ୍କ ପାଇଁ ସେଲଟର(ଘର) ।
କୋଲକାତା: ଆରମ୍ଭ ହୋଇଛି ପାର୍ବଣ ଋତୁ । ଆଉ କିଛି ପରେ ଧରାବତରଣ କରିବା ମାଆ ଦୁର୍ଗା । ଦେଶର କୋଣ ଅନୁକୋଣରେ ଏନେଇ ଚାଲିଛି ପ୍ରସ୍ତୁତି । ବିଭିନ୍ନ ପ୍ରକାରେ ସଜାଜାଉଛି ପୂଜା ପେଣ୍ଡାଲ । ଭିନ୍ନ ଭିନ୍ନ ବିଷୟବସ୍ତୁ ସହିତ ପେଣ୍ଡାଲକୁ ଆକର୍ଷଣୀୟ କରାଯାଉଛି ।

ତେବେ ଉତ୍ତର କୋଲକାତାରେ ବିଧନ ସରଣୀ ଆଟଲାସ୍ କ୍ଲବ୍ ଏକ ସ୍ୱତନ୍ତ୍ର ଥିମ୍ ନେଇ ଚଳିତ ଦୁର୍ଗା ପୂଜାରେ ପେଣ୍ଡାଲକୁ ତିଆରି କରୁଛି । ବୁଲା କୁକୁରଙ୍କ ପାଇଁ ସେଲଟର(ଘର) । ଅର୍ଥାତ ପୂଜା ପେଣ୍ଡାଲରେ ମାଆ ଦୁର୍ଗାଙ୍କ ମୂର୍ତ୍ତି ତଳେ ପ୍ରାର୍ଥନା କରିବା ଢଙ୍ଗରେ ତିଆରି ହୋଇଛି ଦୁଇଟି କୁକୁର। ବର୍ତ୍ତମାନ ବୁଲା କୁକୁରମାନଙ୍କ ଚିକିତ୍ସାର ସାମାଜିକ ପ୍ରସଙ୍ଗକୁ ନେଇ ଏହା ନିର୍ମାଣ କରାଯାଉଛି ।
'ଅସୁର' ସ୍ଥାନରେ ଏହି ଦୁଇଟି ବୁଲା କୁକୁର ମୂର୍ତ୍ତି ତିଆରି କରାଯାଇଛି । ଅନ୍ୟପଟେ ଅସୁର ବାଇକ୍ ଚଲାଇବା ନଜର ଆସିଥିବା ବେଳେ ବାଇକ୍ ଚକା ତଳେ କିଛି କୁକୁର ଛୁଆ ଚାପି ହୋଇ ରହିଥିବାର ଚିତ୍ର ରହିଛି। ଗୃହପାଳିତ ପଶୁମାନଙ୍କୁ ଘୃଣା କରୁଥିବା ଏବଂ ଷ୍ଟ୍ରିଟ୍ କୁକୁରମାନଙ୍କୁ ନିର୍ଯାତନା ଦେଉଥିବା ଲୋକଙ୍କୁ ପ୍ରତିନିଧିତ୍ୱ କରିବାକୁ ଏହାର ଲକ୍ଷ୍ୟ ରଖିଛି।
ବିଧନ ସରଣୀ ଆଟଲାସ କ୍ଲବର ସଚିବ ବିଶ୍ୱଜିତ ଘୋଷ କହିଛନ୍ତି , ବିବାଦର ଭୟ ସତ୍ତ୍ୱେ ଏହି ବିଷୟବସ୍ତୁ ସହିତ ଆଗକୁ ବଢିବାକୁ ନିଷ୍ପତ୍ତି ନିଆଯାଇଥିଲା । "ଆମେ ଜାଣୁ ଯେ ଆମକୁ ପ୍ରତିମାକୁ ନେଇ ବିବାଦର ସମ୍ମୁଖୀନ ହେବାକୁ ପଡିବ କିନ୍ତୁ ପୂର୍ବରୁ ପାରମ୍ପାରିକ ଦୁର୍ଗା ମୂର୍ତ୍ତି ଦଶ ହାତ ଥିଲା କିନ୍ତୁ ବର୍ତ୍ତମାନ ଏହା ମଧ୍ୟ ବଦଳିଯାଇଛି । ବୁଲା କୁକୁରମାନଙ୍କୁ କିପରି ବ୍ୟବହାର କରାଯାଉଛି ତାହା ଦେଖାଇବା ପାଇଁ ଏହି ସାମାଜିକ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ।" ଚଳିତ ବର୍ଷ ଆମେ ୟୁନେସ୍କୋରୁ ସାଂସ୍କୃତିକ ଐତିହ୍ୟ ପୁରସ୍କାର ପାଇଛୁ ବୋଲି ସଚିବ ବିଶ୍ୱଜିତ ଘୋଷ କହିଛନ୍ତି।












Click it and Unblock the Notifications