ଅଯୋଧ୍ୟା ରାମ ମନ୍ଦିରରେ ପୂଜା ପାଇବ ସୁନାର ରାମାୟଣ, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ
Ayodhya News: ଅଯୋଧ୍ୟା ରାମ ମନ୍ଦିରରେ ବର୍ତ୍ତମାନ ଭକ୍ତମାନେ ଅନନ୍ୟ ସୁନା ରାମାୟଣ ଦେଖିପାରିବାର ମୌକା ପାଇବେ । ରାମ ମନ୍ଦିର ଗର୍ଭ ଗୃହରେ ଏହି ସୁବର୍ଣ୍ଣ ରାମାୟଣ ସ୍ଥାପନ କରାଯାଇଛି । ମଧ୍ୟପ୍ରଦେଶ କ୍ୟାଡରର ପୂର୍ବତନ ଆଇଏଏସ୍ ସୁବ୍ରମଣ୍ୟମ୍ ଲକ୍ଷ୍ମିନାରାୟଣନ୍ ଏବଂ ତାଙ୍କ ପତ୍ନୀ ସରସ୍ୱତୀ ପ୍ରଭୁ ରାମଲଲାଙ୍କ ପାଇଁ ୪ କିଲୋ ସୁନାରେ ନିର୍ମିତ ଏକ ରାମାୟଣ ପୁସ୍ତକ ରାମାୟଣ ଟ୍ରଷ୍ଟକୁ ପ୍ରଦାନ କରିଛନ୍ତି । ନବରାତ୍ରୀର ପ୍ରଥମ ଦିନ ମଙ୍ଗଳବାର ଦିନ ଏହି ରାମାୟଣ ସ୍ଥାପନ ସମୟରେ ଲକ୍ଷ୍ମୀ ନାରାୟଣ ତାଙ୍କ ପତ୍ନୀଙ୍କ ସହ ମନ୍ଦିରରେ ଉପସ୍ଥିତ ଥିଲେ।

ମିଳିଥିବା ସୂଚନା ଅନୁସାରେ, ଏହି ସୁନା ରାମାଣୟ ପୁସ୍ତକର ପ୍ରତ୍ୟେକ ପୃଷ୍ଠା ତମ୍ବାରେ ନିର୍ମିତ ହୋଇଛି । ଏଥିରେ ରାମଚରିତ ମାନସର ସମସ୍ତ ଶ୍ଲୋକ ମଧ୍ୟ ବର୍ଣ୍ଣନା କରାଯାଇଛି । ୧୦,୯୦୨ ଛନ୍ଦର ଏହି ମହାକାବ୍ୟର ପ୍ରତ୍ୟକ ପୃଷ୍ଠା ଉପରେ ୨୪ କ୍ୟାରେଟ୍ ସୁନାରେ ଆବୃତ ହୋଇଛି । ଏହି ପୁସ୍ତକରେ ମୋଟ୍ ୪୮୦ ରୁ ୫୦୦ ପୃଷ୍ଠା ରହିଛି । ତେବେ ଏହି ରାମାୟଣା ପୁସ୍ତକ ୨୪ କ୍ୟାରେଟ୍ ସୁନା ନିର୍ମିତ ଏବଂ ପ୍ରାୟ ୪ କିଲୋଗ୍ରାମ ସୁନା ଏବଂ ତମ୍ବାର ଏହା ନିର୍ମାଣ କରାଯାଇଛି । ୫ କୋଟି ମୂଲ୍ୟରେ ଏହି ରାମାୟଣ ନିର୍ମାଣ କରାଯାଇଛି ।
ସେହିପରି ଏହି ପୁସ୍ତକର ପ୍ରତ୍ୟେକ ପୃଷ୍ଠା ତିନି କିଲୋଗ୍ରାମ ତମ୍ବା ଲାଗିଛି । ଧାତୁରେ ନିର୍ମିତ ଏହି ରାମାୟଣର ଓଜନ ୧.୫ କ୍ୱିଣ୍ଟାଲରୁ ଅଧିକ । ସୂର୍ଣ୍ଣରେ ନିର୍ମିତ ଏହି ରାମାୟଣ ଚେନ୍ନାଇର ପ୍ରସିଦ୍ଧ ବୁମମିଡି ବଙ୍ଗାରୁ ଜୁଏଲର୍ସ ଦ୍ୱାରା ପ୍ରସ୍ତୁତ କରାଯାଇଛି । ରାମଲଲାଙ୍କ ଆସନଠାରୁ ଏହା ପ୍ରାୟ ୧୫ ଫୁଟ୍ ଦୂରରେ ମନ୍ଦିର ଗର୍ଭଗୃହରେ ସ୍ଥାପିତ କରାଯାଇଛି । ଖାସ କଥା ହେଲା ଯେ, ରାମମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ପ୍ରାୟ ପ୍ରତ୍ୟେକ ଦିନ ଭକ୍ତ ମାନେ କିଛି ନା କିଛି ଦାନ କରୁଛନ୍ତି ।
ଗତକାଲି ନବରାତ୍ରୀର ପ୍ରଥମ ଦିନରେ ଏହି ସୂର୍ଣ୍ଣ ରାମାୟଣାର ପ୍ରତିଷ୍ଠା କରାଯାଇଥିଲା । ଏହି ସମୟରେ ରାମ ମନ୍ଦିର ନିର୍ମାଣ ଦାୟିତ୍ୱରେ ଥିବା ଗୋପାଳ ରାଓ ପୂଜକ ପ୍ରେମଚାନ୍ଦ ତ୍ରିପାଠୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications