UnionBudget2026 ; ଭାରତକୁ ବାୟୋଫାର୍ମା ହବ୍ କରିବାକୁ ବଡ଼ ଘୋଷଣା, ଉଦ୍ୟୋଗ ପାଇଁ ୧୦ ହଜାର କୋଟି ହେବ ନିବେଶ
ବଜେଟ୍ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ । ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନବମ ବଜେଟ୍ । ସଂସଦରେ ବଜେଟ୍ ୨୦୨୬-୨୭ ଆଗତ କରୁଛନ୍ତି ନିର୍ମଳା । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ। ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି କହିଲେ ନିର୍ମଳା । ଲଗାତାର ୯ମ ଥର ପାଇଁ ବଜେଟ ଉପସ୍ଥାପନା କରୁଛନ୍ତି ।

ବାୟୋଫାର୍ମାକୁ ଫୋକସ କରିଛନ୍ତି ସରକାର । ୧୦ ହଜାର କୋଟି ଟଙ୍କା ନିବେଶ ହେବ ବୋଲି ବଜେଟରେ କୁହାଯାଇଛି । ୩ଟି ସଂସ୍ଥା ତିଆରି କରାଯିବ । ଆମ ପାଖରେ ୭ଟି ସଂସ୍ଥା ରହିଛି । ଏହାକୁ ଆଗକୁ ଆହୁରି ଉନ୍ନତ କରାଯିବ ।
ସେହିପରି ଭାରତକୁ ସେମିକଣ୍ଡକ୍ଟର ହବ ଭାବେ ନିର୍ମାଣ କରିବା ପାଇଁ କାମ ଜୋରସୋରରେ ଚାଲିଛି । ସେମି କଣ୍ଡକ୍ଟର ହବ ପାଇଁ ୪୦ କୋଟି ନିବେଶ କରାଯାଇଛି । ଏମଏସଏମଇ ସେକ୍ଟରକୁ ମଜବୁତ କରାଯିବ ।
ଓଡିଶା, କେରଳ, ଆନ୍ଧ୍ର, ତାମିଲନାଡୁରେ ବିରଳ ଖଣିଜ କରିଡର ନିର୍ମାଣ ପାଇଁ ବଜେଟରେ ଘୋଷଣା କରାଯାଇଛି । ଏହାଛଡା ୩ଟି କେମିକାଲ ପାର୍କ ତିଆରି କରାଯିବ ।












Click it and Unblock the Notifications