UnionBudget2026; ବଡ ଘୋଷଣା, ଦେଶରେ ନିର୍ମାଣ ହେବ ୭ଟି ହାଇସ୍ପିଡ୍ ରେଲୱେ କରିଡର
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତାଙ୍କ ବଜେଟ୍ ଭାଷଣ ଆରମ୍ଭ କରିବା ମାତ୍ରେ, ସମସ୍ତଙ୍କ ନଜର ଦେଶର ଅର୍ଥନୀତିର ଦିଗ ଉପରେ କେନ୍ଦ୍ରିତ ହୋଇଛି । ବଜେଟ୍ ୨୦୨୬ରେ ସେ ଏପରି ଘୋଷଣା କରିଛନ୍ତି, ଯାହା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଶିଳ୍ପ, ଷ୍ଟାର୍ଟଅପ୍, ଏମଏସଏମଇ ଏବଂ ଭିତ୍ତିଭୂମି କ୍ଷେତ୍ର ପର୍ଯ୍ୟନ୍ତ ସମସ୍ତଙ୍କୁ ସିଧାସଳଖ ପ୍ରଭାବିତ କରିବ । ଆସନ୍ତୁ ଦେଖିବା ବଜେଟ୍ ୨୦୨୬ର ପ୍ରମୁଖ ଘୋଷଣାଗୁଡ଼ିକ ।

୧୦ ହଜାର କୋଟି ଟଙ୍କାର ଏସଏମଇ ଗ୍ରୋଥ ଫଣ୍ଡ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା । ଟେକ୍ସଟାଇଲ୍ ସେକ୍ଟରକୁ ବି ସରକାର ବୁଷ୍ଟର ହେବ । ୫ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସଦରରେ ସରକାର ଇନଫ୍ରା ବୁଷ୍ଟ କରିବେ ।
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ୨.୦ ଘୋଷଣା କରିଛନ୍ତି । ଏହାସହ ଉଦ୍ୟୋଗ-ନେତୃତ୍ୱ ନେଉଥିବା ରିସର୍ଚ୍ଚ ଓ ଟ୍ରେନିଂ ସେଣ୍ଟର ଉପରେ ଫୋକସ କରାଯିବ ।
ବାୟୋ-ଫାର୍ମା ସେକ୍ଟର ପାଇଁ ବଡ଼ ଘୋଷଣା । ଅର୍ଥମନ୍ତ୍ରୀ କହିଛନ୍ତି, ଭାରତକୁ ବୈଶ୍ୱିକ ବାୟୋ-ଫାର୍ମା ଉତ୍ପାଦନ ହବ୍ ରୂପେ ବିକଶିତ କରାଯିବ । ଏଥି ପାଇଁ ବାୟୋ ଫାର୍ମା ଶକ୍ତି ଯୋଜନା ଅଣାଯିବ । ଏଥିପାଇଁ ଆଗାମୀ ୫ ବର୍ଷରେ ୧୦୦୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ।
ବଜେଟରେ ଦିଲ୍ଲୀ-ବାରାଣସୀ କରିଡର ସମେତ ସାତଟି ହାଇ-ସ୍ପିଡ୍ ରେଳ କରିଡର ଘୋଷଣା କରାଯାଇଛି । ବାରାଣସୀ ଏବଂ ପାଟନାରେ ଜାହାଜ ମରାମତି ଫେସିଲିଟି ପ୍ରତିଷ୍ଠା କରାଯିବ । ଦିଲ୍ଲୀ-ବାରାଣସୀ ଏବଂ ବାରାଣସୀ-ସିଲିଗୁଡ଼ିରେ ବି ହାଇ-ସ୍ପିଡ୍ ରେଳ କରିଡର ନିର୍ମାଣ କରାଯିବ । ଦେଶରେ ସାତଟି ହାଇ-ସ୍ପିଡ୍ ରେଳ କରିଡର ନିର୍ମାଣ କରାଯିବ । ଏଥିରେ ମୁମ୍ବାଇ-ପୁଣେ, ପୁଣେ-ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁରୁ, ହାଇଦ୍ରାବାଦ-ଚେନ୍ନାଇ, ଚେନ୍ନାଇ-ବେଙ୍ଗାଲୁରୁ, ଦିଲ୍ଲୀ-ବାରାଣାସୀ ଏବଂ ବାରାଣାସୀ-ସିଲିଗୁଡ଼ି ହାଇ-ସ୍ପିଡ୍ ରେଳ କରିଡର ସାମିଲ ।
ପାଞ୍ଚ ବର୍ଷ ମଧ୍ୟରେ ପାଞ୍ଚଟି ଶିଳ୍ପ କ୍ଷେତ୍ରରେ କାର୍ବନ କ୍ୟାପଚର ପାଇଁ ୨୦,୦୦୦ କୋଟି ପ୍ରସ୍ତାବ ଦିଆଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ ଘୋଷଣା କରିଛନ୍ତି ଯେ ୨୦୨୬-୨୭ ଆର୍ଥିକ ବର୍ଷ (FY27) ପାଇଁ ପୁଞ୍ଜି ଖର୍ଚ୍ଚ (କ୍ୟାପେକ୍ସ) ୧୨.୨ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
ଅଯୋଧ୍ୟାରେ ଗୌତମ ଆଦାନୀଙ୍କ ଭକ୍ତି ଯାତ୍ରା, ଭାରତର ପରମ୍ପରାକୁ ଦେଲେ ନୂଆ ଗୌରବ -
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ




Click it and Unblock the Notifications