Get Updates
Get notified of breaking news, exclusive insights, and must-see stories!

ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ଅଧିକାରୀaମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ

ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ । ଖୁବଶୀଘ୍ର ଅନ୍ୟ ଟ୍ରେନଗୁଡ଼ିକରେ ବି ସ୍ଥାନୀୟ ଖାଦ୍ୟ ମିଳିବ । ଏ ନେଇ ରେଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ରେଳ ଭବନରେ ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ଅବସରରେ ରେଳ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରଭନୀତ ସିଂହ ବିଟ୍ଟୁ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଅଧିକାରୀମାନଙ୍କୁ ବନ୍ଦେ ଭାରତ ଟ୍ରେନରେ ସ୍ଥାନୀୟ ଖାଦ୍ୟ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ଖାଦ୍ୟ ପରିବେଷଣ ଦ୍ୱାରା ଯାତ୍ରୀଙ୍କ ସୁନ୍ଦର ଅନୁଭୂତି ହେବ, କାରଣ ଏହା ସ୍ଥାନୀୟ ଅଞ୍ଚଳର ସଂସ୍କୃତି ଏବଂ ସ୍ୱାଦକୁ ପ୍ରତିଫଳିତ କରିବ। ଭବିଷ୍ୟତରେ ଧୀରେ ଧୀରେ ସମସ୍ତ ଟ୍ରେନରେ ଏହି ସୁବିଧା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଥିଲେ । କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଜାଲ୍ ପରିଚୟ ବ୍ୟବହାର କରି ଟ୍ରେନ୍ ଟିକେଟ୍ ବୁକିଂ ଉପରେ ଭାରତୀୟ ରେଳବାଇର କଡ଼ା କାର୍ଯ୍ୟାନୁଷ୍ଠାନ ସକାରାତ୍ମକ ଫଳାଫଳ ଆଣିଛି ।

Union Railway

ୟୁଜରଙ୍କ ପରିଚୟ ଯାଞ୍ଚ ଏବଂ ନକଲି ଆଇଡି ଚିହ୍ନଟ ପାଇଁ ଏକ କଠୋର ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ, ଆଇଆରସିଟିସି ୱେବସାଇଟରେ ପ୍ରତିଦିନ ପ୍ରାୟ ୫୦୦୦ ନୂତନ ୟୁଜର ଆଇଡି ସୃଷ୍ଟି ହେଉଛି, ଯାହାକି ଏହି ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ଦୈନିକ ପ୍ରାୟ ୧ ଲକ୍ଷ ଥିଲା। ଏହି ପ୍ରୟାସଗୁଡ଼ିକ ଭାରତୀୟ ରେଳବାଇକୁ ୩.୦୩ କୋଟି ନକଲି ଆକାଉଣ୍ଟକୁ ନିଷ୍କ୍ରିୟ କରିବାରେ ସାହାଯ୍ୟ କରିଛି ।

ଏହା ସହିତ, ୨.୭ କୋଟି ୟୁଜର ଆଇଡିକୁ ସେଗୁଡ଼ିକର ସଂଦିଗ୍ଧ କାର୍ଯ୍ୟକଳାପ ଆଧାରରେ ଅସ୍ଥାୟୀ ଭାବରେ ନିଲମ୍ବିତ କରାଯାଇଛି କିମ୍ବା ନିଷ୍କ୍ରିୟ କରିବା ପାଇଁ ଚିହ୍ନଟ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଟିକେଟିଂ ବ୍ୟବସ୍ଥାକୁ ଏପରି ଉନ୍ନତ କରାଯିବା ନିଶ୍ଚିତ କରନ୍ତୁ ଯେପରିକି ସମସ୍ତ ଯାତ୍ରୀ ଏକ ଅସଲି ଏବଂ ପ୍ରାମାଣିକ ୟୁଜର ଆଇଡି ବ୍ୟବହାର କରି ସହଜରେ ଟିକେଟ ବୁକ୍ କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+