ଆରମ୍ଭ ହେଲା ଶ୍ରୀଜଗନ୍ନାଥ ପର୍ଯ୍ୟଟନ ଯାତ୍ରା, ତୀର୍ଥସ୍ଥାନ ଓ ଐତିହ୍ୟସ୍ଥଳୀ ବୁଲିବେ ୫୨୮ ପର୍ଯ୍ୟଟକ
ଆରମ୍ଭ ହେଲା ଶ୍ରୀଜଗନ୍ନାଥ ପର୍ଯ୍ୟଟନ ଯାତ୍ରା । ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନର ଶୁଭାରମ୍ଭ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଭୁବନେଶ୍ୱର: ଆରମ୍ଭ ହେଲା ଶ୍ରୀଜଗନ୍ନାଥ ପର୍ଯ୍ୟଟନ ଯାତ୍ରା । ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନର ଶୁଭାରମ୍ଭ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି.କିଷନ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ । ଆଠଦନିଆ ଯାତ୍ରାରେ ବିଭିନ୍ନ ଧାର୍ମିକସ୍ଥଳ ଦେଖିବେ ୫୨୮ ପର୍ଯ୍ୟଟକ । ବାରାଣସୀ, ବୈଦ୍ୟନାଥ ଧାମ, ପୁରୀ, ଗୟା ଦେଇ ଯିବ ଏହି ଟ୍ରେନ୍ ।

ଟ୍ରେନ ଯାତ୍ରାର ପ୍ରଥମ ରହଣୀ ବାରାଣସୀ ସହର ହେବ । ପର୍ଯ୍ୟଟକମାନେ ସେଠାରେ କାଶୀ ବିଶ୍ୱନାଥ ମନ୍ଦିର, ଗଙ୍ଗାଘାଟ ଓ ଆରତି ସ୍ଥଳ ଆଦି ପରିଦର୍ଶନ କରିପାରିବେ । ଏହାପରେ ଟ୍ରେନଟି ଝାଡ଼ଖଣ୍ଡ ହୋଇ ସିଧା ପୁରୀ ଅଭିମୁଖେ ଯାତ୍ରା କରିବ । ପୁରୀଠାରେ ପର୍ଯ୍ୟଟକଙ୍କ ପାଇଁ ହୋଟେଲରେ ଦୁଇ ରାତି ରହିବାର ବ୍ୟବସ୍ଥା ହୋଇଛି । ସେମାନେ ପୁରୀରେ ଜଗନ୍ନାଥ ମନ୍ଦିର, ସୁବର୍ଣ୍ଣ ବେଳାଭୂମି, କୋଣାର୍କର ସୂର୍ଯ୍ୟମନ୍ଦିର ଓ ମନ୍ଦିରମାଳୀନି ସହର ଭୁବନେଶ୍ୱରର ମନ୍ଦିରଗୁଡ଼ିକ ଦର୍ଶନ କରିବେ ।
ଭାରତୀୟ ରେଳବାଇ କ୍ୟାଟରିଙ୍ଗ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ମାଧ୍ୟମରେ ଭାରତ ଗୌରବ ଟ୍ରେନ ଶୀତତାପ ନିୟନ୍ତ୍ରିତ ଟୁରିଷ୍ଟ ଟ୍ରେନ ପ୍ୟାକେଜ ଅଧୀନରେ ଏହି ଟ୍ରେନ ଯାତ୍ରାରମ୍ଭ କରିଛି । ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ୩୩ % ରିହାତି ପ୍ରଦାନ କରିଛି ।
କୋଣାର୍କ, ଭୁବନେଶ୍ବର, କାଶୀ, ବୈଦ୍ୟନାଥ ଏବଂ ଗୟା ଦର୍ଶନ ମଧ୍ୟ ଟୁର ପ୍ୟାକେଜର ଅଂଶ ରହିଛି। ଏହି ଟ୍ରେନରେ ୧୧ଟି ଏସି - ୩ ଟାୟାର କୋଚ ରହିଛି । ପର୍ଯ୍ୟଟକ ମାନେ ଗାଜିଆବାଦ, ଆଲିଗଡ, ତୁଣ୍ଡଲା, ଇଟାୱା, କାନପୁର, ଲକ୍ଷ୍ନୋ ଷ୍ଟେସନ ମାନଙ୍କରୁ ସେମାନଙ୍କର ଯାତ୍ରା ପ୍ରାରମ୍ଭ କରି ପାରିବେ ବା ବୋର୍ଡିଙ୍ଗ କରିପାରିବେ। ପର୍ଯ୍ୟଟକ ମାନଙ୍କୁ ଯାତ୍ରା ସମୟରେ ଶାକାହାରୀ ଖାଦ୍ୟ ପ୍ରଦାନ କରାଯିବ ଏବଂ ଏଥିପାଇଁ ସୁସଜ୍ଜିତ ପ୍ୟାଣ୍ଟ୍ରି କାର ବ୍ୟବସ୍ଥା କରାଯାଇଅଛି। ସିସିଟିଭି କ୍ୟାମେରା, ସକ୍ୟୁରିଟି ଗାର୍ଡ ସେବାଭଳି ଯାତ୍ରୀମାନଙ୍କୁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ କଯାଇଛି।












Click it and Unblock the Notifications