କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ, କହିଲେ ରାହୁଲ ଗାନ୍ଧି ଦେଶର ନଂ୧ ଆତଙ୍କବାଦୀ

ନୂଆଦିଲ୍ଲୀ: କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ ବୋଲି ସେ କହିଛନ୍ତି । ତେବେ ତାଙ୍କ ବୟାନକୁ ନେଇ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି । ରବନୀତ ସିଂହ ବିଟ୍ଟୁ ରାହୁଲ ଗାନ୍ଧିଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ ବୋଲି କହିଛନ୍ତି। ରାହୁଲ ଗାନ୍ଧି ଭାରତୀୟ ନୁହଁନ୍ତି ।

ଏଥିସହିତ ସେ ରାହୁଲଙ୍କୁ ଅଭିଯୋଗ କରିଛନ୍ତି ଯେ ସେ ଗରିବଙ୍କ ଘରେ ଫଟୋ ଉଠାଇବା ପାଇଁ ପହଂଚିଥାନ୍ତି । ଭାଗଲପୁରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ବିଟ୍ଟୁ ଏହା କହିଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧି ସବୁବେଳେ ବିଦେଶ ଯାଇ ଦେଶ ବିଷୟରେ ଭୁଲ କଥା କହୁଛନ୍ତି। ସେମାନଙ୍କର ବ୍ୟବହାରିକ ବୁଝାମଣା ନାହିଁ। ଆଜି ପର୍ଯ୍ୟନ୍ତ ସେମାନେ ଶ୍ରମିକ ଓ ମୋଚିଙ୍କ ଯନ୍ତ୍ରଣା ଜାଣିପାରୁନାହାନ୍ତି। ଅଧାରୁ ଅଧିକ ବୟସ ବିତିଗଲାଣି। ସେ ବୁଝନ୍ତି ନାହିଁ ଯେ ଏହା ସେମାନଙ୍କୁ ଉପହାସ କରୁଛି।

rahul amp amp bittu

ଆମେରିକାରେ ଶିଖମାନଙ୍କୁ ନେଇ ରାହୁଲ ଗାନ୍ଧି ଦେଇଥିବା ବୟାନ ସମ୍ପର୍କରେ ବିଟ୍ଟୁ କହିଛନ୍ତି, ଏପରି ବୟାନ ଦେଇ ଶିଖମାନଙ୍କୁ ବିଭାଜନ କରିବାକୁ ଚେଷ୍ଟା କରିଛନ୍ତି। ବିଚ୍ଛିନ୍ନତାବାଦୀ ଶକ୍ତିମାନେ ରାହୁଲ ଗାନ୍ଧୀଙ୍କ ବୟାନକୁ ପ୍ରଶଂସା କରିଛନ୍ତି। ରବନୀତ ସିଂହ ବିଟ୍ଟୁ ଲୋକସଭା ନିର୍ବାଚନର ଠିକ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ସେ ଲୋକସଭା ନିର୍ବାଚନ ହାରି ପରାସ୍ତ ହେବା ପରେ ବିଜେପି ତାଙ୍କୁ ରାଜ୍ୟସଭାକୁ ପଠାଇ ମନ୍ତ୍ରୀ କରିଛି।

ସେ ଆହୁରି କହିଛନ୍ତି, "ମୋତ ମତ ହେଲା, ଯଦି ଦେଶର ଶତ୍ରୁ କିମ୍ବା ଯେକୌଣସି ଲୋକକୁ ଧରିବା ପାଇଁ ପୁରସ୍କାର ଘୋଷଣା କରାଯାଉଛି, ତା'ହେଲେ ଏହା ରାହୁଲ ଗାନ୍ଧିଙ୍କ ପାଇଁ ହେବା ଦରକାର।" ରାହୁଲ ଗାନ୍ଧି ଆମେରିକାରେ ଭାରତର ଧାର୍ମିକ ସ୍ୱାଧୀନତା ଉପରେ ମତ ରଖିବା ବେଳେ ଶିଖଙ୍କ ଉଦାହରଣ ଦେଇଥିଲେ। ଭାରତରେ ଶିଖମାନେ ପଗଡ଼ି ଓ କଡ଼ା ପିନ୍ଧି ପାରିବେ କି ନାହିଁ, ସେଥିପାଇଁ ଲଢ଼େଇ ଚାଲିଥିବା ସେ କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+