କଲ୍ କରି କେନ୍ଦ୍ର ମନ୍ତ୍ରୀଙ୍କୁ ଦେଖାଇଲେ ଅଶ୍ଳୀଳ ଭିଡିଓ, ୨ ଗିରଫ, ମାଷ୍ଟରମାଇଣ୍ତ ଫେରାର୍
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଆସିଲା ଅଶ୍ଳୀଳ ଭିଡିଓ କଲ୍ । କଲ୍ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ହେଲେ ଫେରାର ଅଛି ଗ୍ୟାଙ୍ଗର ମାଷ୍ଟରମାଇଣ୍ତ ।
କେନ୍ଦ୍ରର ଜଳ ଶକ୍ତି ରାଜ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କ ଫୋନ ଆସିଲା ଅଶ୍ଳୀଳ ଭିଡିଓ କଲ୍ । ଏନେଇ ଦିଲ୍ଲୀ ପୋଲିସ ପାଖରେ ଅଭିଯୋଗ କଲେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ଅଭିଯୋଗ ଅନୁସାରେ, ପ୍ରଥମେ ମନ୍ତ୍ରୀଙ୍କ ଫୋନକୁ ଏକ କଲ୍ ଆସିଥିଲା, କଲଟି ଉଠାଇବା ପରେ ଅଶ୍ଳିଳ ଭିଡିଓ ଚାଲିବା ଆରମ୍ଭ ହୋଇଥିଲା । ଏହାପରେ ସଙ୍ଗେ ସଙ୍ଗେ ମନ୍ତ୍ରୀ ତୁରନ୍ତ କଲଟିକୁ କାଟି ଦେଇଥିଲେ ।

ଅଭିଯୋଗ ପରେ ଏହି ଘଟଣାର ଯାଞ୍ଚ ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚକୁ ଏହି ମାମଲା ହସ୍ତାନ୍ତର କରାଯିବା ପରେ ରାଜସ୍ଥାନାରୁ ଦୁଇ ଅଭିଯୁ୍କ୍ତଙ୍କୁ ଗିରଫ କରାଯାଇଛି । ଉଭୟଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇଛି, ଜଣେ ମୋହମ୍ମଦ ଓକିଲ ଓ ଅନ୍ୟ ଜଣକ ହେଲେ ମୋହମ୍ମଦ ସାହିବ । ହେଲେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସାବିର ଫେରାର ଅଛି ।












Click it and Unblock the Notifications