'ମୋ ବିରୁଦ୍ଧରେ ରାଜନୈତିକ ଅଭିଯାନ...', ଇଥାନଲ୍ ମିଶ୍ରଣ E20 ପେଟ୍ରୋଲ ଉପରେ କହିଲେ ନୀତିନ୍ ଗଡକରୀ ...
କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ତାଙ୍କୁ ରାଜନୈତିକ ଟାର୍ଗେଟ କରିବା ପାଇଁ ସୋସିଆଲ ମିଡିଆରେ 20 ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ (E20) ବିରୋଧରେ ଏକ ପକ୍ଷପାତପୂର୍ଣ୍ଣ ଦେୟଯୁକ୍ତ ଅଭିଯାନ ଚାଲିଛି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ E20 ପେଟ୍ରୋଲ ରୋଲଆଉଟ୍ କାର୍ଯ୍ୟକ୍ରମକୁ ନେଇ ତାଙ୍କ ବିରୁଦ୍ଧରେ ଦେୟଯୁକ୍ତ ଅଭିଯାନ ଏବେ ମିଥ୍ୟା ପ୍ରମାଣିତ ହୋଇଛି। ପେଟ୍ରୋଲରେ ଇଥାନଲ୍ ମିଶ୍ରଣ ସମ୍ପର୍କିତ ଚିନ୍ତାଧାରା ବିଷୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ, "ମୋତେ ରାଜନୈତିକ ଟାର୍ଗେଟ କରିବା ପାଇଁ ସୋସିଆଲ ମିଡିଆରେ ଏହା ମୋ ବିରୁଦ୍ଧରେ ଏକ ଦେୟଯୁକ୍ତ ଅଭିଯାନ ଥିଲା। ଏହି ଅଭିଯାନ ଏବେ ମିଥ୍ୟା ପ୍ରମାଣିତ ହେଉଛି।"
E20 ଇନ୍ଧନ ପେଟ୍ରୋଲ ଏବଂ ଇଥାନଲର ମିଶ୍ରଣ। ଏଥିରେ ୮୦ ପ୍ରତିଶତ ପେଟ୍ରୋଲ ଏବଂ ୨୦ ପ୍ରତିଶତ ଇଥାନଲ ଥାଏ। ସରକାର ଏହାକୁ ସବୁଜ ଶକ୍ତି ପରିବର୍ତ୍ତନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରନ୍ତି। କିନ୍ତୁ ସୋସିଆଲ ମିଡିଆରେ କିଛି ୟୁଜର୍ସ କହିଛନ୍ତି, ଏହା ଯାନର ମାଇଲେଜ ହ୍ରାସ କରିପାରେ ଏବଂ ଇଞ୍ଜିନକୁ ପ୍ରଭାବିତ କରିପାରେ।

ଫେଡେରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନ (FADA) ଦ୍ୱାରା ଆୟୋଜିତ ଅଟୋ ରିଟେଲ କନକ୍ଲେଭରେ ଭାଷଣ ଦେଇ ଗଡକରୀ କହିଛନ୍ତି,ସବୁଠି ଲବି ଅଛି। କିନ୍ତୁ E20 ଇନ୍ଧନ ସମ୍ପର୍କରେ ସୋସିଆଲ ମିଡିଆରେ ଯେଉଁ ଗୁଜବ ପ୍ରଚାର କରାଯାଉଛି, ତାହା ପେଟ୍ରୋଲ ଲବି ଦ୍ୱାରା ପ୍ରସାରିତ ହେଉଛି। ଏହି ପ୍ରଯୁକ୍ତିବିଦ୍ୟା ଭାରତକୁ ଶକ୍ତି ସ୍ବାବଲମ୍ବନ ଆଡ଼କୁ ନେଇଯିବ ଏବଂ ପ୍ରଦୂଷଣ ହ୍ରାସ କରିବାରେ ସାହାଯ୍ୟ କରିବ।
ଏହା ସମ୍ପର୍କରେ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ, ମାଇଲେଜ ଉପରେ E20 ଇନ୍ଧନର ପ୍ରଭାବକୁ ଅତିରଞ୍ଜିତ କରାଯାଉଛି। E-0 କୁ ଫେରିବାର ବିକଳ୍ପ ପ୍ରଦୂଷଣ ଏବଂ ଶକ୍ତି ପରିବର୍ତ୍ତନ ସମ୍ବନ୍ଧୀୟ ଭାରତର ଏପର୍ଯ୍ୟନ୍ତର ସଫଳତାକୁ ପଛରେ ପକାଇବ।












Click it and Unblock the Notifications