ରାଜ୍ୟସଭାରେ ଉପସ୍ଥାପିତ ହେଲା ସଂଶୋଧିତ ୱାକଫ୍ ବିଲ୍ ; ଲୋକସଭାରେ ପାରିତ ପରେ ରାଜ୍ୟସଭାରେ ଆଗତ

ରାଜ୍ୟସଭାରେ ଉପସ୍ଥାପିତ ହେଲା ସଂଶୋଧିତ ୱାକଫ୍ ବିଲ୍। ଲୋକସଭାରେ ପାରିତ ପରେ ରାଜ୍ୟସଭାରେ ଆଗତ।

Waqf Amendment Bill 2025

ଘଣ୍ଚାର ମାରଥନ ବିତର୍କ ଓ ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ବେ ଲୋକସଭାରେ ପାରିତ ହୋଇଛି ଐତିହାସିକ ୱାକଫ ସଂଶୋଧନ ବିଲ୍ । ବୁଧବାର ବିଳମ୍ବିତ ରାତିରେ ଲୋକସଭାରେ ଏହି ବିଲ୍‌ ପାସ ହୋଇଛି । ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଏହି ଆଇନକୁ ତୀବ୍ର ବିରୋଧ କରୁଥିବାବେଳେ ବିଜେପି ଏବଂ ଏହାର ସହଯୋଗୀମାନେ ଏହାକୁ ଦୃଢ ସମର୍ଥନ କରି ଏହା ସ୍ୱଚ୍ଛତା ଆଣିବ ଏବଂ ୱାକଫ ବୋର୍ଡର କାର୍ଯ୍ୟଦକ୍ଷତା ବୃଦ୍ଧି କରିବ ବୋଲି ମତ ରଖିଛନ୍ତି । ବିଲ ସପକ୍ଷରେ 288 ଭୋଟ ପଡିଥିବା ବେଳେ ବିରୋଧରେ ପଡିଥିଲା 232 ଭୋଟ । ଆଜି ଏହା ରାଜ୍ୟସଭାରେ ଆଗତ କରାଯିବ ।

ୱାକଫ୍ ଆକ୍ଟରେ ପ୍ରସ୍ତାବିତ ପରିବର୍ତ୍ତନ

ୱାକଫ୍ ସମ୍ପତ୍ତିର ପରିଚାଳନାକୁ ଆଧୁନିକୀକରଣ ଏବଂ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ସରକାର ୱାକଫ୍ ଆକ୍ଟରେ ପ୍ରମୁଖ ସଂଶୋଧନ ଆଣିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ହେଉଛି, ଆଇନର ନାମକୁ ୟୁନିଫାଏଡ୍ ୱାକଫ୍ ମ୍ୟାନେଜମେଣ୍ଟ, ସଶକ୍ତିକରଣ, ଦକ୍ଷତା ଏବଂ ବିକାଶ ଆଇନ 1995ରେ ପରିବର୍ତ୍ତନ କରିବା। ବିଲ୍ ରେ ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, କେବଳ ଆଇନଗତ ମାଲିକାନା ଥିବା ବ୍ୟକ୍ତିମାନେ ୱାକଫ୍ ସୃଷ୍ଟି କରିପାରିବେ, ଯାହା ଦ୍ବାରା ଅସ୍ପଷ୍ଟ ସମ୍ପତ୍ତି ଦାବିରୁ ବିବାଦକୁ ରୋକାଯାଇପାରିବ। ୱାକଫ୍ ଘୋଷିତ ସମ୍ପତ୍ତି, ଆଇନ୍ ଲାଗୁ ହେବା ପୂର୍ବରୁ କିମ୍ବା ପରେ, ସରକାରୀ ଜମି ଅନ୍ତର୍ଭୂକ୍ତ କରିପାରିବ ନାହିଁ। ୱାକଫ ଏବଂ ସରକାରୀ ସମ୍ପତ୍ତି ମଧ୍ୟରେ ଜମି ବିବାଦର ସମାଧାନ କରିବାର ଅଧିକାର ୱାକଫ୍ ଟ୍ରିବ୍ୟୁନାଲରୁ ଜିଲ୍ଲାପାଳମାନଙ୍କ ନିକଟକୁ ଯିବ।

ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରିବାର ବ୍ୟବସ୍ଥା

ୱାକଫ୍ (ସଂଶୋଧନ) ବିଲ୍ 2024, ୱାକଫ ବୋର୍ଡ ପରିଚାଳନା କାର୍ଯ୍ୟରେ ଅଧିକ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରି ୱାକଫ ଆକ୍ଟ 1995ରେ ସଂଶୋଧନ କରିବାକୁ ଚେଷ୍ଟା କରୁଛି। ବିଲ୍ ର ଏକ ପ୍ରମୁଖ ବ୍ୟବସ୍ଥା ହେଉଛି, ମହିଳାମାନଙ୍କୁ ଏହିସବୁ ସଂସ୍ଥାଗୁଡ଼ିକରେ ବାଧ୍ୟତାମୂଳକ ଅନ୍ତର୍ଭୁକ୍ତ କରିବା। ଅଗଷ୍ଟ 2024ରେ ଲୋକସଭାରେ ଉପସ୍ଥାପିତ ହେବା ପରେ ବିସ୍ତୃତ ଯାଞ୍ଚ ପାଇଁ ଏହି ବିଲ୍ ଜେପିସିକୁ ପଠାଯାଇଥିଲା, ଯେଉଁଥିରେ ଏନଡିଏ ସହଯୋଗୀ ଟିଡିପି ଏବଂ ଜେଡିୟୁର ମଧ୍ୟ ସମର୍ଥନ ରହିଥିଲା।

ୱାକଫ୍ ଦ୍ୱାରା ବ୍ୟବହାର ଧାରଣା ରଦ୍ଦ କରିବା

ୱାକଫ ଦ୍ବାରା ବ୍ୟବହାରର ଧାରଣାକୁ ରଦ୍ଦ କରିବାକୁ ଏହି ବିଲରେ ଏକ ବ୍ୟବସ୍ଥା ରହିଛି, ଯାହା ମସଜିଦ କିମ୍ବା କବରସ୍ଥାନ ପରି ସମ୍ପତ୍ତିକୁ ସ୍ୱୀକୃତି ଦେଇଥାଏ, ଯାହା ଧାର୍ମିକ ଉଦ୍ଦେଶ୍ୟରେ କ୍ରମାଗତ ଭାବେ ୱାକଫ ଭାବେ କୌଣସି ଡକ୍ୟୁମେଣ୍ଟେସନ ବିନା ବ୍ୟବହୃତ ହୋଇଆସୁଛି। ତେଣୁ ସଂଶୋଧନ ପରେ ଏସବୁର ଏକ ସରକାରୀ ୱାକଫ୍ କାର୍ଯ୍ୟ ଅର୍ଥାତ୍ ୱାକଫନାମା ଆବଶ୍ୟକ ହେବ। ଏହା ସମ୍ଭବତ ଐତିହାସିକ ସ୍ଥାନଗୁଡ଼ିକ ଉପରେ ପ୍ରଭାବ ପକାଇପାରେ, ଯାହାର ଆନୁଷ୍ଠାନିକ ରେକର୍ଡ ନାହିଁ।

ୱାକଫ୍ ବୋର୍ଡରେ ଅଣ ମୁସଲମାନ ସଦସ୍ୟ

ବିଲ୍ ରେ ଏକ ବ୍ୟବସ୍ଥା ଅଛି ଯେ, ୱାକଫ୍ ବୋର୍ଡରେ ଅଣ-ମୁସଲମାନ ସଦସ୍ୟ ମଧ୍ୟ ରହିପାରିବେ। ରାଜ୍ୟ ୱାକଫ୍ ବୋର୍ଡରେ ଅଣ ମୁସଲମାନ ସିଇଓ ରହିପାରିବେ। ଏଥିସହ ପ୍ରତ୍ୟେକ ରାଜ୍ୟ ବୋର୍ଡରେ ଅତି କମରେ ଦୁଇ ଜଣ ଅଣ-ମୁସଲମାନ ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି। ୱାକଫ୍ ମନିଟରିଂ ଆରମ୍ଭ କରି ଏବଂ ଜିଲ୍ଲାପାଳମାନଙ୍କୁ ସଶକ୍ତକରି, ୱାକଫ୍ ପରିଚାଳନାକୁ ଅଧିକ ଉତ୍ତରଦାୟୀ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+