କିଛି ଲୋକଙ୍କ ମତରେ ବିବିସି ସୁପ୍ରିମକୋର୍ଟଙ୍କ ଉପରେ: କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି,ଭାରତର କିଛି ଲୋକଙ୍କ ମୁଣ୍ତରୁ ଏପର୍ଯ୍ୟନ୍ତ ଉପନିବେଶବାଦୀର ନିଶା ଛାଡି ନାହିଁ । ସେମେନେ ବିବିସିକୁ ସୁପ୍ରିମକୋର୍ଟଙ୍କ ଉପରେ ବୋଲି ଭାବୁଛନ୍ତି । ସେମାନେ ନିଜ ମାଲିକମାନଙ୍କୁ ଖୁସି କରିବା ପାଇଁ ଦେଶର ସମ୍ମାନ ଓ ଭାବମୂର୍ତ୍ତିକୁ ତଳେ ପକାଇବା ପାଇଁ ପଛାଉ ନାହାଁନ୍ତି ।

ସେହିପରି କେନ୍ଦ୍ର ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତ ବାହାରେ କିମ୍ବା ଭିତରେ ମିଥ୍ୟା ଖବର ପ୍ରଚାର କରି ଦେଶକୁ ବଦନାମ କରିପାରିବେ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪୦ କୋଟି ଭାରତୀୟଙ୍କ ସ୍ୱର । ସେହିପରି ଆଉ ଏକ ଟ୍ୱିଟରେ ସେ ଲେଖିଛନ୍ତି, ଟୁକଡେ-ଟୁକଡେ ଗ୍ୟାଙ୍ଗର ସଦସ୍ୟଙ୍କଠାରୁ ଭଲ କଥା ଆଶା କରିବା ଭୁଲ୍ । ସେମାନଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଭାରତର ଶକ୍ତି ହ୍ରାସ କରିବା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ବିବିସି ସିରିଜକୁ ଗୁରୁବାର ଭାରତ ନିନ୍ଦା କରିଛି । ଏହା ସହିତ ଭାରତ ପକ୍ଷରୁ କୁହାଯାଇଥିଲା ଯେ ଏହି ଭିଡିଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିମୂର୍ତ୍ତିକୁ ଖରାପ କରିବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇ କହିଛନ୍ତି ଯେ "ଏକ ନିର୍ଦ୍ଦିଷ୍ଟ ବଦନାମ କାହାଣୀକୁ ଆଗକୁ ବଢାଇବା ପାଇଁ ପରିକଳ୍ପନା କରାଯାଇଛି । ଏହି ଭିଡିଓଟି ସମ୍ପୂର୍ଣ୍ଣ ପକ୍ଷପାତିତ ହୋଇଛି ।"
ୟୁଟ୍ୟୁବରୁ ଡିଲିଟ ହେଲା ଡକ୍ୟୁମେଣ୍ଟାରୀ
ବିବିସି ନିକଟରେ, India: The Modi Question ନାମକ ଡକ୍ୟୁମେଣ୍ଟାରୀର ଦୁଇଟି ପାର୍ଟ ରିଲିଜ୍ କରିଥିଲା । ଯାହା ଭାରତରେ ରିଲିଜ୍ ହୋଇ ନାହିଁ । ପିଏମ ମୋଦୀଙ୍କ ଉପରେ ବିସିସିଆଇର ଏହି ଡକ୍ୟୁମେଣ୍ଟାରୀର ପ୍ରଥମ ଏପିସୋଡ ମଙ୍ଗଳବାର ଦିନ ପ୍ରସାରିତ ହୋଇଥିବାବେଳେ ସିରିଜର ଦ୍ୱିତୀୟ ଭାଗ ଆସନ୍ତା ସପ୍ତାହ ଜାନୁଆରୀ ୨୪ରେ ପ୍ରସାରିତ ହେବ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଡକ୍ୟୁମେଣ୍ଟାରୀ ୟୁଟ୍ୟୁବରେ ମଧ୍ୟ ଲଞ୍ଚ କରାଯାଇଥିଲା କିନ୍ତୁ ବିବାଦ ବଢିବାରୁ ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଡିଲେଟ୍ କରାଯାଇଛି ।
ବିବିସିର ଏହି ଡକ୍ୟୁମେଣ୍ଟାରୀରେ ୨୦୦୨ ଗୁଜୁରାଟ ସମୟରେ ମୋଦୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଯାଇଛି । ମୋଦୀଙ୍କୁ ମୁସଲମାନ
ବିରୋଧୀ ଆଭିମୁଖ୍ୟକୁ ଏଥିରେ ଦର୍ଶାଯାଇଛି । ସୂଚନାଯୋଗ୍ୟ ଯେ, ଗୁଜରାଟ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟ ମୋଦୀଙ୍କୁ କ୍ଲିନଚିଟ୍
ପୂର୍ବରୁ ଦେଇ ସାରିଛନ୍ତି ।
-
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ











Click it and Unblock the Notifications