କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ ମାଧବୀ ରାଜେଙ୍କର ପରଲୋକ

କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା' ମାଧବୀ ରାଜେଙ୍କର ଆଜି ପରଲୋକ ହୋଇଛି । ବୟସାଧୀକ ହେତୁ ଦୀର୍ଘ ଦିନ ହେଲା ସେ ବେମାର ଥିବା ବେଳେ ଆଜି ଆଖି ବୁଜିଛନ୍ତି। ସିନ୍ଧିଆ ପରିବାରର ରାଜମାତା ଗତ କିଛି ଦିନ ହେବ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ।

Jyotiraditya Scindia

ମାଧବୀ ରାଜେ ପ୍ରାୟ ୩ ମାସ ହେବ ନିମୋନିଆ ସହ ଆଉ କିଛି ଗୁରୁତର ସମସ୍ୟା ଯୋଗୁ ଅସୁସ୍ଥ ହୋଇ ପଡ଼ିଥିଲେ। ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ତାଙ୍କ ଚିକିତ୍ସା କରାଯାଇଥିଲା। ମାତ୍ର ଅବସ୍ଥା ନ ସୁଧୁରିବାରୁ ଗତ କିଛି ଦିନ ହେବ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଇସିୟୁରେ ରଖି ତାଙ୍କ ଚିକିତ୍ସା କରାଯାଉଥିଲା। ମାତ୍ର ମାଧବୀ ରାଜେଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡ଼ିବାକୁ ଲାଗିଲା ଓ ଆଜି ସକାଳ ପ୍ରାୟ ୯ଟା୩୦ରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି।

ବର୍ତ୍ତମାନ ସାଧାରଣ ନିର୍ବାଚନ ଚାଲୁଥିବାରୁ ମଧ୍ୟପ୍ରଦେଶର ଗୁନା ଲୋକସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସେଠାରେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତାଙ୍କ ସହ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ରାଜେ ଓ ପୁଅ ମହା ଆର୍ଯ୍ୟମନ ସିନ୍ଧିଆ ବି ଗୁନାରେ ପ୍ରଚାର କାର୍ଯ୍ୟରେ ମାତୁଛନ୍ତି। ମାତ୍ର ରାଜମାତାଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ଦିଲ୍ଲୀ ଆସିଥିବା ଜଣାଯାଇଛି। ଅନ୍ତିମ ସତ୍କାର ନିମନ୍ତେ ମୃତଦେହକୁ ମଧ୍ୟପ୍ରଦେଶର ଗୋୱାଲିୟରକୁ ନିଆଯିବ ।

୧୯୬୬ ମସିହାରେ ମଧ୍ୟପ୍ରଦେଶର ଗୋୱାଲିୟରର ତତ୍‌କାଳୀନ ମହାରାଜା ତଥା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପିତା ମାଧବରାଓ ସିନ୍ଧିଆ ନେପାଳର ରାଜକୁମାରୀ ମାଧବୀଙ୍କ ହାତ ଧରିଥିଲେ। ଏହାପରେ ୨୦୦୧ ମସିହାରେ ଉତ୍ତରପ୍ରଦେଶରେ ଏକ ବିମାନ ଦୁର୍ଘଟଣାରେ ମାଧବରାଓ ସିନ୍ଧିଆଙ୍କ ମୃତ୍ୟୁ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+