ଦୁର୍ଘଟଣାରେ ଆହତ ହେଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ : ଦୁର୍ଘଟଣାରେ ଶିକାର ହେଲେ କେନ୍ଦ୍ରମନ୍ତ୍ରୀ । ଏକ ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ ଆହତ ହୋଇଛନ୍ତି । ସେ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ପିଲଭୀଟ ଯାଇଥିଲେ । ଏହି ସମୟରେ ମନ୍ତ୍ରୀଙ୍କ କନଭେ ଯିବା ସମୟରେ ଏକ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଜିତିନ, ତାଙ୍କ ରୋଷେୟା ଏବଂ ବେସରକାରୀ ସଚିବଙ୍କ ମଧ୍ୟ ଆହତ ହୋଇଛନ୍ତି । ଉତ୍ତରପ୍ରଦେଶର ମାଝୋଲା-ବିଜ୍ଟି ରୋଡ୍ରେ ଥିବା ବାହୁରୁଆ ଗ୍ରାମରେ ଏହି ଘଟଣା ଘଟିଛି । ଜିତିନ ପ୍ରସାଦଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି । ତାଙ୍କ କାରଟି ଦ୍ରୁତ ଗତିରେ ଯାଉଥିଲା, ଯେଉଁକାରଣରୁ ଏକ ବଡ଼ ଧକ୍କା ଲାଗି ଗାଡ଼ିଟି ଚୁରମାର ହୋଇଯାଇଛି ।

ସୁଚନାନୁସାରେ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ ତାଙ୍କ ସଂସଦୀୟ କ୍ଷେତ୍ର ଗସ୍ତରେ ଥିଲେ । ଏହି ସମୟ ମଧ୍ୟରେ ତାଙ୍କ କନଭେନରେ ଅନ୍ତର୍ଭୁକ୍ତ ଏସ୍କର୍ଟ କାର ହଠାତ୍ ବ୍ରେକ ଲଗାଇଲା ଏବଂ ଜିତିନ ପ୍ରସାଦଙ୍କ କାର ମଧ୍ୟ ଅଟକି ଗଲା କିନ୍ତୁ ପଛରୁ ଆସୁଥିବା କାର ଭାରସାମ୍ୟ ରକ୍ଷା କରିପାରି ନ ଥିଲା ଏବଂ ତାଙ୍କ କାରକୁ ଧକ୍କା ଦେଇଥିଲା । ଯାହାଫଳରେ କାରଟି ନଷ୍ଟ ହୋଇଯାଇଥିଲା ଏବଂ ଜିତିନ ପ୍ରସାଦଙ୍କ ମୁଣ୍ଡରେ ଆଘାତ ଲାଗିଛି ।












Click it and Unblock the Notifications