କେନ୍ଦ୍ର ମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଭୁବନେଶ୍ୱରସ୍ଥିତ ସିପେଟ୍‌ ପରିଦର୍ଶନ

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ପେଟ୍ରୋରସାୟନ ଇଞ୍ଜିନିୟରିଂ ଓ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ସିପେଟ୍‌) ପରିଦର୍ଶନ କରିବା ସହିତ କେନ୍ଦ୍ରରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରସାୟନ ଏବଂ ପେଟ୍ରୋରସାୟନ ବିଭାଗ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସିପେଟ ପରିସରରେ ଥିବା ପ୍ରୋସେସିଂ, ଟୁଲ୍‌ ରୁମ୍‌, ଗବେଷଣା ପରୀକ୍ଷାଗାର ଆଦି ସୁବିଧା ବୁଲି ଦେଖିବା ସହିତ ସେଠାକାର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିଥିଲେ।

Union Minister J P Nadda visits CIPET in Bhubaneswar

ପେଟ୍ରୋରସାୟନ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ନବୋନ୍ମେଷ, ଗବେଷଣା ଏବଂ ଶିଳ୍ପ ଅନୁକୂଳ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବାରେ ସିପେଟର ଭୂମିକାକୁ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଥିଲେ। ଶ୍ରୀ ନଡ୍ଡା କହିଥିଲେ, ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାକୁ ହେଲେ ସିପେଟକୁ ଭବିଷ୍ୟ ଉନ୍ମୁଖୀ ହେବାକୁ ପଡ଼ିବ ଏବଂ ଆଗାମୀ ଆହ୍ୱାନଗୁଡ଼ିକର ସାମ୍ନା କରିବା ଓ ସେଗୁଡ଼ିକର ସମାଧାନ କରିବା ଲାଗି ପ୍ରସ୍ତୁତି କରିବାକୁ ହେବ। ଆବଶ୍ୟକତା ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ବିକଶିତ କରିବା ଲାଗି ଶିକ୍ଷା ଓ ଶିଳ୍ପ ସହିତ ସିପେଟ୍‌ ସମ୍ପର୍କ ସ୍ଥାପନ କରିବା ଉଚିତ୍‌ ବୋଲି ସେ କହିଥିଲେ। ଶିଳ୍ପରୁ ନିୟମିତ ମତାମତ ପାଇଁ ଏକ ବ୍ୟବସ୍ଥା ବିକଶିତ କରିବାକୁ ପଡିବ ଏବଂ ଭବିଷ୍ୟତର ଆହ୍ୱାନ ପାଇଁ ଅନୁଷ୍ଠାନକୁ ପ୍ରସ୍ତୁତ କରିବାକୁ ହେବ। ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଏକ ପ୍ରମୁଖ ଆବଶ୍ୟକତା ହେଉଛି, ଭବିଷ୍ୟତରେ ଦରକାର ହେଉଥିବା ଗୁଣାତ୍ମକ ମାନର ପରିକଳ୍ପନା କରିବା ଏବଂ ନିରନ୍ତର ଉନ୍ନତିକରଣ ବ୍ୟବସ୍ଥା ଅନୁସରଣ କରିବା। ଅଭିନବ ପ୍ରଯୁକ୍ତିବିଦ୍ୟା ବିକଶିତ କରିବା ବ୍ୟତୀତ, ଗବେଷଣା କାର୍ଯ୍ୟକଳାପଗୁଡ଼ିକ ଜରିଆରେ ବିଭିନ୍ନ ସମୟରେ ଉପୁଜିଥିବା ସମସ୍ୟାର ତ୍ୱରିତ ସମାଧାନ ଉପରେ ମଧ୍ୟ ଧ୍ୟାନ ଦିଆଯିବା ଉଚିତ। ପରିବର୍ତ୍ତିତ ପରିବେଶ ଆଧାରରେ ପାଠ୍ୟକ୍ରମକୁ ନବୀକରଣ କରାଯିବା ଆବଶ୍ୟକ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ ।

ସିପେଟ୍ ଦ୍ୱାରା କରାଯାଉଥିବା କାର୍ଯ୍ୟ ବିଷୟରେ ଜ୍ଞାନ ବ୍ୟାପକ ଭାବେ ପ୍ରସାରିତ ହେବା ଆବଶ୍ୟକ, ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ଏହାର ଲାଭ ଉଠାଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ସିପେଟ୍ ଦ୍ୱାରା କରାଯାଉଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ରାଜ୍ୟ ସରକାର ଓଡ଼ିଶାରେ ଅଧିକ ପୁଞ୍ଜି ନିବେଶ ଆକୃଷ୍ଟ କରିବା ପାଇଁ ପ୍ରୟାସ କରୁଛନ୍ତି ଏବଂ ଶିଳ୍ପର ବିକାଶ ଉପରେ ଧ୍ୟାନ ଦେଉଛନ୍ତି। ଓଡ଼ିଶାରେ ବିକଶିତ ହେଉଥିବା ରାସାୟନିକ ଶିଳ୍ପର ଆବଶ୍ୟକତାକୁ ପୂରଣ କରିବା ଲାଗି ସିପେଟ୍ ଭବିଷ୍ୟତ ଲାଗି ପ୍ରସ୍ତୁତ କାର୍ଯ୍ୟବଳକୁ ଦକ୍ଷ କରିବା ଦିଗରେ ସକ୍ରିୟ ଭାବେ ଯୋଗଦାନ କରିବା ଉଚିତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+