Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା

କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ ହିମାୟନୀ ପୁରୀ ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କରିଛନ୍ତି। ଏହି କେସ୍‌ ସେହି ଅନଲାଇନ ସାମଗ୍ରୀ ଓ ପୋଷ୍ଟସକୁ ହଟାଇବାର ଦାବିକୁ ନେଇ କରାଯାଇଛି, ଯାହା ସେହି ଆମେରିକୀୟ ଶିଶୁ ଯୌନ ଅପରାଧୀ ଜେଫରୀ ଏଫଷ୍ଟିନ ସହ ଜଡ଼ିତ। ହିମାୟନୀ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଯେମିତି କି,ଏକ୍ସ , ଗୁଗଲ , ମେଟା ଓ ଲିଙ୍କ୍ଡଇନ୍ ସହ ଅଜଣା ବ୍ୟକ୍ତିଙ୍କ ବିରୋଧରେ ସ୍ଥାୟୀ ନିଷେଧାଜ୍ଞର ଦାବି କରିଛନ୍ତି। ମୋକଦମାରେ କୁହାଯାଇଛି ଯେ, ଭବିଷ୍ୟତରେ ଏମିତି କୌଣସି ମାନହାନିକାରୀ ସାମଗ୍ରୀ ସାମ୍ନାକୁ ଆସିଲେ, ତାକୁ ତୁରନ୍ତ ହଟେଇ ଦିଆଯିବ। ଏହି କେସ୍ ବରିଷ୍ଠ ଆଇନଜୀବୀ ମହେଶ ଜେଠମଲାନିଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏବଂ ଲେକଷ୍ଟର ଲ ଏଲଏଲପି ମାଧ୍ୟମରେ ଦାଏର କରାଯାଇ ଥିଲା। ମାମଲା ଖୁବ୍ ଶୀଘ୍ର ଶୁଣାଣି ପାଇଁ ତାଲିକାଭୁକ୍ତ ହେବାର ଆଶା ରହିଛି।

hardeep

କେସ୍ ଅନୁସାରେ, ୨୨ ଫେବ୍ରୁଆରୀ ୨୦୨୬ରୁ ସୋସିଆଲ ମିଡ଼ିଆରେ ବିଭିନ୍ନ ପୋଷ୍ଟସ ଓ ଭିଡ଼ିଓ ଭାଇରାଲ ହେବାକୁ ଲାଗିଲା , ଯେଉଁଥିରେ ଦାବି କରାଯାଇଛି ଯେ, ହିମାୟନୀ ପୁରୀଙ୍କ ଜେଫରୀ ଏପଷ୍ଟିନ କିମ୍ୱା ତାଙ୍କର ଅପରାଧିକ କାର୍ଯ୍ୟକଳାପରେ ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷରେ ବ୍ୟାବସାୟିକ , ଆର୍ଥିକ , ବ୍ୟକ୍ତିଗତ କିମ୍ୱା ଅନ୍ୟ ସମ୍ୱନ୍ଧ ଥିଲା। କିଛି ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ, ଯେଉଁଠି ହିମାୟନୀ ପୁରୀ କାର୍ଯ୍ୟରତ ଥିଲେ ,ସେହି ରିୟଲ ପାର୍ଟନର୍ସ ଏଲଏଲସି ଏପଷ୍ଟିନ କିମ୍ୱା ତାଙ୍କର ସହଯୋଗୀଙ୍କ ଠାରୁ ଧନ ପ୍ରାପ୍ତ କରିଛନ୍ତି କିମ୍ୱା ସନ୍ଦିଗ୍ଧ ସୂତ୍ରରୁ ଫଣ୍ଡିଂ ନେଇଛନ୍ତି। ଏହା ବ୍ୟତୀତ ରବର୍ଟ ମିଲାର୍ଡଙ୍କ ସହ ମିଶି ଲେହମନ ବ୍ରଦର୍ସଙ୍କ ପତନରେ ଭୂମିକା ତୁଳାଇବାର ଅଭିଯୋଗ ଲଗାଯାଇଥିଲା।

ହିମାୟନୀ ପୁରୀ ଏହି ସବୁ ଦାବିକୁ ସଂପୂର୍ଣ୍ଣ ରୂପେ ମିଛ, ଦୁର୍ଭାବନା ପୂର୍ଣ୍ଣ ଓ ଭିତ୍ତିହୀନ କହିଛନ୍ତି। ଏହିସବୁ ଅଭିଯୋଗକୁ ତାଙ୍କର ପ୍ରତିଷ୍ଠାକୁ ଖରାପ କରିବା ପାଇଁ ଜାଣିଶୁଣି ପ୍ରସାର କରାଯାଉଛି। ମୋକଦମାରେ କୁହାଯାଇଛି ଯେ, ପ୍ରତିବାଦୀ ବିଭିନ୍ନ ଉପାୟରେ ଏହି ମିଛ ଅଭିଯୋଗକୁ ପ୍ରସାର କରୁଛି। ଯେଉଁଥିରେ ଏଡିଟିଂ ଭିଡ଼ିଓ , ଭ୍ରମାତ୍ମକ କ୍ୟାପସନ ଓ ଜାଲ୍ ଥମ୍ୱନେଲ୍ ସାମିଲ ଅଛି। ଏହି ସାମଗ୍ରୀ ଗୁଡ଼ିକ ଡିଜିଟାଲ ଭାଇରାଲିଟି ଓ ଜନ ଆକ୍ରୋଶ ସୃଷ୍ଟି କରିବା ପାଇଁ ଡିଜାଇନ କରାଯାଇଛି।

ହିମାୟନୀ ପୁରୀର ଅଭିଯୋଗ ଯେ, ତାଙ୍କୁ ସୁନିଶ୍ଚିତ ଅଭିୟାନ ଅନୁସାରେ ଟାର୍ଗେଟ୍ କରାଯାଉଛି,ଯାହାର ଉଦ୍ଦେଶ୍ୟ ତାଙ୍କୁ ଭାରତ ଓ ଅନ୍ତର୍ଜାତୀୟ ସ୍ତରରେ ବଦନାମ କରିବା। ମୋକଦମାରେ ୧୦ କୋଟି ଟଙ୍କାର ଜୋରିମନାର ଦାବି କରାଯାଇଛି, କାରଣ ଏହି ମିଛ ଦାବି ଗୁଡ଼ିକରେ ତାଙ୍କର ବ୍ୟକ୍ତିଗତ ଓ ପେଶାଦାର ଛବିରେ ଗଭୀର କ୍ଷତି ହୋଇଛି। ମୋକଦାର ମୁଖ୍ୟ ଆଧାର ଏହା ଯେ, ହିମାୟନୀ ପୁରୀଙ୍କୁ କେବଳ ଏଥିପାଇଁ ଟାର୍ଗେଟ୍ କରାଯାଇଛି ,

କାରଣ ସେ କେନ୍ଦ୍ର କ୍ୟାବିନେଟ୍‌ର ବରିଷ୍ଠ ସଦସ୍ୟ ହରଦୀପ ସିଂହ ପୁରୀଙ୍କ ଝିଅ। ସୁଟ୍‌ରେ କୁହାଯାଇଛି ଯେ, ହିମାୟନୀ ଜଣେ ସକ୍ଷମ ,ଆତ୍ମନିର୍ଭର ଓ ପେଶାଦାର ମହିଳା , କିନ୍ତୁ ତାଙ୍କ ପିତାଙ୍କ ରାଜନୀତିକ ସ୍ଥିତି ଯୋଗୁଁ ତାଙ୍କୁ ନିଷ୍ଠୁର ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ମାମଲା ଏପଷ୍ଟିନ ଫାଇଲ୍ସ ସହ ଜଡ଼ିତ ସଦ୍ୟ ବିବାଦର ସନ୍ଦର୍ଭରେ ଆସିଛି,ଯେଉଁଥିରେ ହରଦୀପ ପୁରୀଙ୍କ ନାଁ ମଧ୍ୟ ଉଲ୍ଲେଖ ହୋଇଥିଲା, ହେଲେ ହିମାୟନୀ ଏହି ସବୁ ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+