Get Updates
Get notified of breaking news, exclusive insights, and must-see stories!

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଉପରେ ଆକ୍ରମଣ, ଜାଣନ୍ତୁ କିଏ ଓ କାହିଁକି କଲା?

ପାଟନା : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଉପରେ ଆକ୍ରମଣ। ବିହାର ବେଗୁସରାୟ ଜିଲ୍ଲାର ବଲିୟାରେ ଥିବା ଲାଇବ୍ରେରୀ ଭବନରେ ଶନିବାର ଆୟୋଜିତ ଜନତା ଦରବାରରେ ହୋଇଛି ଆକ୍ରମଣ। ଏନେଇ ଗିରିରାଜ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ'ରେ ଏକ ପୋଷ୍ଟ ଶେୟାର କରିବା ସହ ସେ କାହାକୁ ଡରନ୍ତି ନାହିଁ ବୋଲି କହିଛନ୍ତି ।

ବେଗୁସରାଇରେ ଜନତା ଦରବାର ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣେ ଯୁବକ ମୁଥ ମାରିବାକୁ ଉଦ୍ୟମ କରିଥିଲା । ମାତ୍ର ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀମାନେ ଯୁବକଙ୍କୁ କାବୁ କରିନେଇଥିଲା । ଏବେ ଉକ୍ତ ଯୁବକଙ୍କୁ ପଚରାଉଚରା କରାଯାଉଛି । ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଜନତା ଦରବାରରେ କେନ୍ଦ୍ରମନ୍ତ୍ରୀମାନେ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣୁଥିଲେ। ଏହିସମୟରେ ସୈଫି ନାମକ ଜଣେ ମୁସଲମାନ ଯୁବକ ପହଞ୍ଚି ପ୍ରଥମେ ମାଇକକୁ ନିଜ କବଜାକୁ ନେଇଥିଲା।

ଏହାପରେ ସେ ଆପତ୍ତିଜନକ ବୟାନ ଦେବା ଆରମ୍ଭ କରିଥିଲା। ସେଠାରେ ଉପସ୍ଥିତ ବିଜେପି କର୍ମୀ ଓ ସାଧାରଣ ଲୋକ ତାଙ୍କୁ ବିରୋଧ କରିବାରୁ ସେ ଗିରିରାଜ ସିଂହଙ୍କୁ ମୁଥ ମାରିବାକୁ ଉଦ୍ୟମ କରିଥିଲା। ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ତାକୁ ଧରି ନେଇଥିଲେ। ଅଭିଯୁକ୍ତ ବ୍ୟକ୍ତି ସୈଫି ବିଷୟରେ କୁହାଯାଉଛି ଯେ ସେ ଏକ ୱାର୍ଡର କାଉନସିଲର ।

Union minister Giriraj Singh

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ଜନତା ଦରବାର ସମାପନ ହୋଇଥିଲା। ଯେତେବେଳେ କେନ୍ଦ୍ରମନ୍ତ୍ରୀ ସେଠାରୁ ବାହାରିଥିଲେ ସେ ସମୟରେ ମହମ୍ମଦ ଶହଜାଦୁଜ୍ଜମା ଓରଫ ସୈଫି ଏକ ଆବେଦନ ପତ୍ର ଦେବାକୁ ଚାହୁଁଥିଲା, ଯେଉଁଥିରେ କିଛି ପ୍ରଶ୍ନ ରହିଥିଲା।

ଏହାକୁ ଦେଖି କେନ୍ଦ୍ରମନ୍ତ୍ରୀ କହିଥିଲେ, ଆପଣଙ୍କ ଦ୍ବାରା ପଚରା ଯାଇଥିବା ସବୁ ପ୍ରଶ୍ନର ଜବାବ୍ ଦିଆଯାଇ ସାରିଛି। ଏହାପରେ ସୈଫି ମୁର୍ଦାବାଦ ନାରା ଲଗାଇଥିଲେ। ‌ପୋଲିସ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଅଟକି ନଥିଲେ। ମନ୍ତ୍ରୀଙ୍କ ଆଗକୁ ଆସି ନାରାବାଜି କରିବା ଆରମ୍ଭ କରିଦେଇଥିଲା। ଏହାପରେ ଗିରିରାଜଙ୍କୁ ମୁଥା ମାରିଥିଲା। ବିଜେପି କର୍ମୀମାନେ ଆକ୍ରମଣକାରୀକୁ କାବୁ କରିନେଇଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+