ବଡ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ; ୨୪ ବର୍ଷରେ ଜାତୀୟ ରାଜପଥରୁ ଆଦାୟ ହୋଇଛି ଦେଢ଼ ଲକ୍ଷ କୋଟି ରାଜପଥ ଶୁଳ୍କ
କେନ୍ଦ୍ର ସରକାର ୨୦୦୦ ଡିସେମ୍ବରରୁ ଏପର୍ଯ୍ୟନ୍ତ ଜାତୀୟ ରାଜପଥରେ ଥିବା ଟୋଲ୍ ପ୍ଲାଜାରେ ୧ ଲକ୍ଷ ୪୪ ହଜାର କୋଟି ଟଙ୍କାର ରାଜପଥ ଶୁଳ୍ପ (ଟୋଲ୍ ଫି) ଆଦାୟ କରିଛନ୍ତି।

ଏନେଇ କେନ୍ଦ୍ର ମନ୍ତ୍ରୀ ଗୁରୁବାର ସଂସଦରେ ଉତ୍ତର ରଖିଛନ୍ତି। ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି ଯେ, ୨୦୦୦ ଡିସେମ୍ବରରୁ ସମସ୍ତ ଜାତୀୟ ରାଜପଥରେ ସାର୍ବଜନୀନ ଘରୋଇ ସହଭାଗୀ (ପିପିପି) ମୋଡରେ ରାଜପଥ ଶୁଳ୍କ ଆଦାୟ କରାଯାଉଛି। ଏହି ସମୟ ମଧ୍ୟରେ ମୋଟ ୧ ଲକ୍ଷ ୪୪ ହଜାର କୋଟି ଟଙ୍କାର ରାଜସ୍ବ ଆୟ ହୋଇଛି। ଏକ ପୃଥକ ପ୍ରଶ୍ନର ଉତ୍ତର ଦେଇ ଗଡ଼କରୀ କହିଛନ୍ତି ଯେ ଫାସ୍ଟ୍ୟାଗ୍ ସହିତ ଏକ ଅତିରିକ୍ତ ସୁବିଧା ଭାବରେ ଉପଲବ୍ଧ ବୈଷୟିକ ଜ୍ଞାନକୌଶଳ ଆଧାରିତ ଇଲେକ୍ଟ୍ରୋନିକ୍ ଟୋଲ୍ କଲେକ୍ସନ୍ (ଇଟିସି) ବ୍ୟବସ୍ଥା ବ୍ୟବହାର କରି ସରକାର ପ୍ରତିବନ୍ଧକମୁକ୍ତ ଶୁଳ୍କ ଲାଗୁ କରିବା ଆରମ୍ଭ କରିଛନ୍ତି। ତେବେ ବର୍ତ୍ତମାନ ଜାତୀୟ ରାଜପଥରେ କୌଣସି ସ୍ଥାନରେ ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (ଜିଏନ୍ଏସ୍ଏସ୍) ଆଧାରିତ ଟୋଲିଂ ସିଷ୍ଟମ କାର୍ଯ୍ୟକ୍ଷମ ହୋଇନାହିଁ ବୋଲି ସେ କହିଛନ୍ତି।












Click it and Unblock the Notifications