ବିକଶିତ କୃଷି ସଂକଳ୍ପ ଅଭିଯାନର ୬ଷ୍ଠ ଦିନରେ ପୁଣେରେ କୃଷକମାନଙ୍କ ସହ ଆଲୋଚନା କଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ

କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନର ଷଷ୍ଠ ଦିନରେ ମହାରାଷ୍ଟ୍ରର ପୁଣେର ନାରାୟଣଗାଁଓ ତାଲୁକାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ରେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ପୂର୍ବାହ୍ନରେ, କେନ୍ଦ୍ରମନ୍ତ୍ରୀ ନାରାୟଣଗାଁଓ କୃଷି ଉତ୍ପାଦ ବଜାର କମିଟି (ଏପିଏମସି) ଏବଂ ଟମାଟୋ ବଜାର, ସ୍ଥାନୀୟ ଚାଷଜମି ଏବଂ ଏକ ଶୀତଳ ଭଣ୍ଡାର ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଟମାଟୋ ଏବଂ ଅନ୍ୟାନ୍ୟ କୃଷି ଉତ୍ପାଦ ଚାଷ କରୁଥିବା ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରିଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କେଭିକେ ନାରାୟଣଗାଁଓରେ କୃଷି ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରିଥିଲେ। ସେ ମଧ୍ୟ କୃଷି ବିଭାଗର ବୈଜ୍ଞାନିକମାନଙ୍କୁ କ୍ଷେତକୁ ଯାଇ ଚାଷୀଙ୍କ ସହିତ ଆଲୋଚନା କରିବାକୁ ଏବଂ ସେମାନଙ୍କ ସମସ୍ୟା ବୁଝିବାକୁ ପରାମର୍ଶ ଦେଇଥିଲେ। ବିକଶିତ କୃଷି ସଂକଳ୍ପ ଅଭିଯାନର ଉଦ୍ଦେଶ୍ୟ ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ କୃଷି କ୍ଷେତ୍ରରେ ବିକାଶ ଏବଂ ଚାଷୀଙ୍କ ସମୃଦ୍ଧି ବିନା ଏକ ବିକଶିତ ଭାରତ ଅଣାଯାଇପାରିବ ନାହିଁ। ତେଣୁ, କୃଷି କ୍ଷେତ୍ରକୁ ବିକଶିତ କରିବାକୁ ପଡିବ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶରେ ୧୬୦୦୦ କୃଷି ବୈଜ୍ଞାନିକ ଅଛନ୍ତି। ଯେଉଁମାନେ ଏହି କ୍ଷେତ୍ରର ବିକାଶ ପାଇଁ କାମ କରୁଛନ୍ତି। ଚାଷୀମାନେ କ୍ଷେତରେ କଠିନ ପରିଶ୍ରମ କରୁଥିବା ବେଳେ, ବୈଜ୍ଞାନିକମାନେ କେବଳ ବିଜ୍ଞାନାଗାରରେ କାମ କରିପାରିବେ ନାହିଁ। ତେଣୁ କୃଷିକ୍ଷେତ୍ରର ବିକାଶ ପାଇଁ ବୈଜ୍ଞାନିକ ଏବଂ ଚାଷୀମାନେ ପରସ୍ପର ସହ ସଂପର୍କ ରଖିବାକୁ ହେବ ବୋଲି ସେ କହିଛନ୍ତି।

କୀଟନାଶକ ଏବଂ ସାରର ଉପଯୁକ୍ତ ଏବଂ ସନ୍ତୁଳିତ ବ୍ୟବହାର ବିଷୟ ଉଲ୍ଲେଖ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସରକାର ଏକ କଠୋର ଆଇନ ପ୍ରଣୟନ କରିବାକୁ ମଧ୍ୟ ଅଗ୍ରସର ହେଉଛନ୍ତି, ଯାହା ମାଧ୍ୟମରେ ନକଲି ସାର କିମ୍ବା କୀଟନାଶକ ତିଆରି କରି ଚାଷୀମାନଙ୍କୁ ଯୋଗାଣ କରୁଥିବା କମ୍ପାନୀ କିମ୍ବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Shivraj Singh Chouhan

ଶ୍ରୀ ଚୌହାନ ଟିଓପି ଫସଲ (ଟମାଟୋ, ପିଆଜ, ଆଳୁ) ପାଇଁ ନୂତନ ବଜାର ହସ୍ତକ୍ଷେପ ଯୋଜନା (ଏମଆଇଏସ) ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଯଦି ଆଳୁ, ପିଆଜ ଏବଂ ଟମାଟୋ ଉତ୍ପାଦନ କରୁଥିବା ଚାଷୀମାନେ ଅନ୍ୟ ରାଜ୍ୟକୁ ଯାଆନ୍ତି ଯେଉଁଠାରେ ସେମାନେ ନିଜ ଅଂଚଳ ତୁଳନାରେ ନିଜ ଫସଲର ଅଧିକ ମୂଲ୍ୟ ପାଉଛନ୍ତି, ତେବେ ଏପରି ପରିସ୍ଥିତିରେ କେନ୍ଦ୍ର ସରକାର ପରିବହନର ପରିଚାଳନା ଖର୍ଚ୍ଚ ବହନ କରିବେ। ଚାଷୀମାନଙ୍କୁ ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ଏବଂ ବଜାରରେ ଗ୍ରାହକମାନଙ୍କ ପାଇଁ ଟିଓପି ଫସଲର ମୂଲ୍ୟ କମ କରିବା ପାଇଁ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଅନୁରୋଧରେ ଏମଆଇଏସ ଆରମ୍ଭ କରାଯାଇଛି ।

ଶ୍ରୀ ଚୌହାନ ଆହୁରି କହିଥିଲେ ଯେ କୃଷି କ୍ଷେତ୍ରରେ ବହୁତ କାମ କରାଯାଉଛି ଏବଂ ଚାଷୀମାନେ ଅନେକ ନବସୃଜନ କରିଛନ୍ତି, ଉତ୍ପାଦକତା ବୃଦ୍ଧି ପାଇଛି, ବିଭିନ୍ନ ପ୍ରକାରର କୃଷି ଉତ୍ପାଦ ବିକଶିତ ହୋଇଛି ଏବଂ ରପ୍ତାନି ମଧ୍ୟ ବୃଦ୍ଧି ପାଉଛି । ଶ୍ରୀ ଚୌହାନ ଏହା ମଧ୍ୟ କହିଥିଲେ ଯେ ମହାରାଷ୍ଟ୍ରର ଚାଷୀମାନେ ପ୍ରଗତିଶୀଳ ଏବଂ ସେମାନେ ନିଜସ୍ୱ ଗବେଷଣା କରିଛନ୍ତି ଏବଂ ଚାଷ ପଦ୍ଧତିର ଆଧୁନିକୀକରଣ ସୁନିଶ୍ଚିତ କରିଛନ୍ତି। ସେ ରାଜ୍ୟରୁ ଅଙ୍ଗୁର ଏବଂ କଦଳୀ ରପ୍ତାନି ଉପରେ ଆନନ୍ଦ ପ୍ରକାଶ କରିଛନ୍ତି।

କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ କୃଷିକ୍ଷେତ୍ର ପାଇଁ ଏକ ଚିନ୍ତାର ବିଷୟ । ତେବେ ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ କୃଷିକ୍ଷେତ୍ର କିପରି ଆଗେଇପାରିବ ସେ ବିଷୟରେ ଚିନ୍ତା କରିବାକୁ ସମସ୍ତ ଅଂଶୀଦାରଙ୍କୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ଚାଷୀମାନେ ଉଚ୍ଚ ତାପମାତ୍ରା, ଅଦିନିଆ ବର୍ଷା ଏବଂ ଅନ୍ୟାନ୍ୟ ବିପଦରୁ କିପରି ସେମାନଙ୍କର ଫସଲକୁ ରକ୍ଷା କରିବେ ଏବଂ ସାର ଏବଂ କୀଟନାଶକକୁ ସଠିକ୍ ଭାବରେ ବ୍ୟବହାର କରିବେ ସେ ବିଷୟରେ ବୈଜ୍ଞାନିକମାନଙ୍କଠାରୁ ସମୟୋଚିତ ପରାମର୍ଶ ଆବଶ୍ୟକ। ସେ ଆହୁରି ମଧ୍ୟ କହିଥିଲେ ଯେ ବୈଜ୍ଞାନିକମାନେ ଚାଷୀମାନଙ୍କୁ ସେମାନଙ୍କ ଚାଷ ଏବଂ ଉତ୍ପାଦିତ ଦ୍ରବ୍ୟର ଆବଶ୍ୟକତା ଅନୁଯାୟୀ ମାର୍ଗଦର୍ଶନ କରିପାରିବେ। ଶ୍ରୀ ଚୌହାନ ବୈଜ୍ଞାନିକମାନଙ୍କୁ ଅଧିକ ସମୟ ରହିପାରୁଥିବା ଟମାଟୋ ଏବଂ ଅଙ୍ଗୁର କିସମ ବିକଶିତ କରିବାକୁ ଏବଂ ପ୍ରକ୍ରିୟାକରଣ ଦିଗରେ ଗବେଷଣା କରିବାକୁ ପରାମର୍ଶ ଦେଇଥିଲେ। ଶ୍ରୀ ଚୌହାନ ଆହୁରି ମଧ୍ୟ କହିଥିଲେ ଯେ ଏକ କ୍ଷେତ୍ରଭିତ୍ତିକ କୃଷି ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ ଏବଂ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ କୃଷି ଏବଂ କୃଷକଙ୍କ ପ୍ରଗତି ପାଇଁ ଏକାଠି କାମ କରିବେ।

କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନାବେଳେ, ଚାଷୀମାନେ ସେମାନଙ୍କର ସମସ୍ୟାଗୁଡ଼ିକ ସଂପର୍କରେ ଅବଗତ କରିଥିଲେ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ, ଅଦିନିଆ ବର୍ଷା ଯୋଗୁଁ ଉତ୍ପାଦିତ କ୍ଷତି, କୃଷି ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ, କୃଷି ଉପକରଣ ଏବଂ ବିହନ ପାଇଁ ସମୟାନୁବର୍ତ୍ତୀ ସୁବିଧା, ଉନ୍ନତ ଶୀତଳଭଣ୍ଡାର ବ୍ୟବସ୍ଥା, କୃଷି ପ୍ରକ୍ରିୟାକରଣ କେନ୍ଦ୍ରର ଉପଲବ୍ଧତା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ସେମାନଙ୍କର ମତାମତ ପ୍ରକାଶ କରିଥିଲେ।

ଏହି ଅବସରରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ମହାରାଷ୍ଟ୍ର ସରକାରଙ୍କ କୃଷିମନ୍ତ୍ରୀ ଶ୍ରୀ ମାଣିକରାଓ କୋକାଟେ, ସାଂସଦ ଶ୍ରୀ ଅମୋଲ କୋଲହେ, ବିଧାୟକ ଶ୍ରୀ ଶରଦ ସୋନାୱାନେ, ଅତିରିକ୍ତ ସଚିବ (କୃଷକ କଲ୍ୟାଣ/ଡିଜିଟାଲ୍ କୃଷି/ସିଇଓ (ପିଏମ୍-କିସାନ୍) ଶ୍ରୀ ଫ୍ରାଙ୍କଲିନ୍ ଏଲ୍. ଖୋବୁଙ୍ଗ), ଆଇସିଏଆର-କେଭିକେ ନାରାୟଣଗାଁ ଓ କୃଷିରତ୍ନ ଅନିଲ ଜି. ମେହେର, ଆଇସିଏଆର-କୃଷି ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଗବେଷଣା ପ୍ରତିଷ୍ଠାନ (ଏଟିଏଆରଆଇ) ନିର୍ଦ୍ଦେଶକ ଡକ୍ଟର ଏସ୍.କେ. ରାୟ, ଉପ-ମହାନିର୍ଦ୍ଦେଶକ (ଉଦ୍ୟାନ) ଡକ୍ଟର ଏସ୍.କେ. ସିଂହ, ମହାରାଷ୍ଟ୍ର ସରକାରଙ୍କ କୃଷି କମିଶନର ଶ୍ରୀ ସୁରଜ ମାନ୍ଧାରେ, କୃଷି ବୈଜ୍ଞାନିକ ଏବଂ ଚାଷୀମାନେ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+