Get Updates
Get notified of breaking news, exclusive insights, and must-see stories!

ମିଶନ ଗଗନୟାନରେ ମହକାଶକୁ ଯିବ ମହିଳା ରୋବୋଟ୍, ମନ୍ତ୍ରୀ ଦେଲେ ସୂଚନା

ISRO Gaganyaan Mission: ଚନ୍ଦ୍ରର ଦକ୍ଷିଣ ପୋଲରେ ଚନ୍ଦ୍ରଯାନ -3ର ସଫଳ ଅବତରଣ ପରେ ସାରା ଦେଶରେ ଉତ୍ସାହର ମାହୋଲ । ISRO ଏହାର ଦ୍ୱିତୀୟ ପ୍ରକଳ୍ପ ଗଗନୟାନକୁ ନେଇ କାର୍ଯ୍ୟ ଆରମ୍ଭେ କରିଛି । ଚଳିତ ବର୍ଷ ଅକ୍ଟୋବରର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ, ISRO ଗାଗନୟାନର ପରୀକ୍ଷଣ କରିବା ନେଇ ସୂଚନା ରହିଛି । ଏହାରି ମଧ୍ୟରେ ମିଶନଗଗନୟାନକୁ ନେଇ ବଡ଼ ଅପଡେଟ୍ ରହିଛି । କେନ୍ଦ୍ରୀୟ ବିଜ୍ଞାନ ଏବଂ ପ୍ରାଦ୍ୟୋଗିକ ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ଭାରତର ମିଶନ ଗଗନୟାନରେ ଜଣେ ମହିଳା ରୋବଟକୁ ମହାକାଶକୁ ପଠାଯିବ ।

ISRO, Gaganyaan

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, କରୋନା ମହାମାରୀ ଯୋଗୁଁ ISROର ଗଗନୟାନ ପ୍ରକଳ୍ପ ଟିକେ ବିଳମ୍ବ ହୋଇଛି, କିନ୍ତୁ ବର୍ତ୍ତମାନ ଏହା ଅକ୍ଟୋବରରେ ପଠାଯିବ। ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ପ୍ରଥମ ମହିଳା ରୋବଟକୁ ମହାକାଶକୁ ପଠାଯିବ ଯଦି ପରୀକ୍ଷଣ ସଫଳ ରହିଲା ତେବେ ତେବେ ବୌଜ୍ଞାନିକମାନେ ISRO ମିଶନରେ ଆଗକୁ କାର୍ଯ୍ୟ କରିବେ ।

ସେହିପରି ଚନ୍ଦ୍ରଯାନ-3କୁ ନେଇ ମନ୍ତ୍ରୀ କହିଛନ୍ତି, ଚନ୍ଦ୍ରଯାନ-3 ଲ୍ୟାଣ୍ତର ଚନ୍ଦ୍ରର ଦକ୍ଷିଣ ମେରୁର ନିକଟରେ ଯେତେବେଳେ ପହଞ୍ଚିଲା ସେତେବେଳେ ସେ ଆଶ୍ୱସ୍ତି ଅନୁଭବ କରିଥିଲେ ଏହା ସହ ପ୍ରଧାନମନ୍ତ୍ରୀଙ୍କର ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ତେବେ ଏହି ମିଶନ ସମୟରେ ଇସ୍ରୋ ସହ ଜଡିତ ଥିବା ଲୋକ ମାନେ ଚିନ୍ତିତ ଥିଲେ ଏବଂ ଚନ୍ଦ୍ର ପୃଷ୍ଠରେ ଇସ୍ରୋ ଏବଂ ଭାରତର ଏ ଯାତ୍ରା ନିଶ୍ଟୟ ଏକ ଲମ୍ବା କୁଦ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

ଏସ ସୋମନାଥ ଆହୁରି କହିଛନ୍ତି, ଚନ୍ଦ୍ରର ଐତିହାସିକ ସଫଳତା ପରେ ଭାରତ ଆସନ୍ତା ତିନି ମାସ ମଧ୍ୟରେ ଆଦିତ୍ୟ L1 ଏବଂ ଗଗନୟାନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନ ଆରମ୍ଭ କରିବାକୁ ଯାଉଛି। ସେ କହିଛନ୍ତି, "ଆମର ଅନେକ ବଡ଼ ବଡ଼ ମିଶନ ରହିଛି । ଚନ୍ଦ୍ରଯାନ -3 ପରେ ଆମେ ଆଦିତ୍ୟ L1 ଲଞ୍ଚ କରିବାକୁ ଯାଉଛୁ। ସେହିପରି ଗଗନୟାନ ମିଶନ ପାଇଁ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ କ୍ର୍ୟୁ ମଡ୍ୟୁଲ ଏବଂ କ୍ର୍ୟୁ ଏସକେପ୍ ପ୍ରଦର୍ଶନ ପାଇଁ କାର୍ଯ୍ୟ ଚାଲିଛି ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+