ଓଏନଜିସିର ଅଷ୍ଟମ ଉତ୍ପାଦନ ବେସିନର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପଶ୍ଚିମବଙ୍ଗର ଅଶୋକନଗର ଠାରେ ଓଏନଜିସିର ଅଷ୍ଟମ ଉତ୍ପାଦନ ବେସିନର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କୋଲକତା: ପଶ୍ଚିମବଙ୍ଗର ଅଶୋକନଗର ଠାରେ ଓଏନଜିସିର ଅଷ୍ଟମ ଉତ୍ପାଦନ ବେସିନର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥି ସହିତ ଏହାକୁ ରାଷ୍ଟ୍ର ଉଦେଶ୍ୟରେ ସମର୍ପିତ କରିଛନ୍ତି ଧର୍ମେନ୍ଦ୍ର । ସ୍ୱାଧୀନତାର ୭୦ ବର୍ଷର ଅପେକ୍ଷା ପରେ ତୈଳ ଓ ଗ୍ୟାସ ଅନ୍ୱେଷଣ ଏବଂ ଉତୋଳନ ରାଷ୍ଟ୍ରାୟତ କମ୍ପାନୀ ଓଏନଜିସି ଦେଶ ପାଇଁ ବଡ଼ ସଫଳତା ଆଣିଛି ବୋଲି ସେ କହିଛନ୍ତି ।
ରବିବାର ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଅନ୍ତିମ ଦିନରେ ଏହାକୁ ଲୋକାର୍ପଣ କରିବା ଅବସରରେ କହିଛନ୍ତି ଯେ ୧୯୪୯ ମସିହାରୁ ପଶ୍ଚିମବଙ୍ଗର ବ୍ରହ୍ମପୁତ୍ର, ଦାମଦୋର, ଗଙ୍ଗା ତ୍ରିକୋଣଭୂଖଣ୍ଡରୁ ତୈଳ ଓ ଗ୍ୟାସର ଅନୁସନ୍ଧାନ କରାଯାଉଥିଲା । ୬୦ ଦଶକରେ ଓଏନଜିସି ମଧ୍ୟ ତୈଳ ଓ ଗ୍ୟାସର ସନ୍ଧାନ ପାଇଁ ଏଠାରୁ ଡ୍ରିଲିଂ ଜାରୀ ରଖିଥିଲା । ତେବେ ସ୍ୱାଧୀନତାର ଦୀର୍ଘ ବର୍ଷର ଅପେକ୍ଷା ପରେ ପଶ୍ଚିମବଙ୍ଗର ଏହି ଭୂଖଣ୍ଡରୁ ଅଶୋଧିତ ତୈଳ ଉତ୍ପାଦନ କରାଯିବ । ଏହି ସଫଳତା ପାଇଁ ସେ ଓଏନଜିସିକୁ ଶୁଭେଚ୍ଛା ଜଣାଇଛନ୍ତି ।

୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ଦେଶର ତୈଳ ଓ ଗ୍ୟାସ ଆମଦାନୀ ନିର୍ଭରତାକୁ ହ୍ରାସ କରିବା ପାଇଁ ଦେଶରୁ ହିଁ ତୈଳ ଓ ଗ୍ୟାସର ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହା ପେଟ୍ରୋଲିୟମ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ କ୍ରମେ ଅଶୋକନଗର ଠାରେ ଉଦଘାଟିତ ହୋଇଯାଇଥିବା ବାଣିଜ୍ୟିକ ଇନ୍ଧନ ଉତ୍ପାଦନ ବେସିନରୁ ସର୍ବୋତ୍କୃଷ୍ଟ ମାନର ଅଶୋଧିତ ତୈଳ ଉତ୍ପାଦନ କରାଯିବ । ଏହି ଅଶୋଧିତ ତୈଳକୁ ହଳଦିଆ ରିଫାନାରୀକୁ ନିଆଯିବ ।
ଧର୍ମେନ୍ଦ୍ର କହିଛନ୍ତି ପଶ୍ଚିମବଙ୍ଗରେ ଓଏଏଲପି ଅଧୀନରେ ତୈଳ ଏବଂ ଗ୍ୟାସର ଅନ୍ୱେଷଣ ପାଇଁ ଲିଜ୍ ନିଆଯାଇଛି । ନୂଆ ଇନୋଭେସନ ଏବଂ ନୂଆ ଟେକ୍ନୋଲୋଜି ମାଧ୍ୟମରେ ସ୍ଥାନୀୟ ଅଂଚଳରେ ନୂଆ ସମ୍ଭାବନା ଅଣାଯିବ । ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ତଥା ଅଶୋକନଗରର ଅନ୍ୟ କୂଅ ଗୁଡ଼ିକରୁ ଉତ୍ପାଦନ ଆରମ୍ଭ କରିବା ପାଇଁ ଜୋରଦାର ଉଦ୍ୟମ ପଶ୍ଚିମବଙ୍ଗର ଆର୍ôଥକ ବିକାଶ ଉପରେ ସୁପ୍ରଭାବ ପକାଇବ । ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିବ, ଅର୍ଥନୀତି ବିକାଶ ହେବ । ଓଏନଜିସିର ଏହି ପଦକ୍ଷେପ ଫଳରେ ସ୍ଥାନୀୟ ଅର୍ଥନୀତି ବଢ଼ିବ, ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଲକ୍ଷ୍ୟ ହାସଲ କରିବାରେ ମଧ୍ୟ ବଡ଼ ଯୋଗଦାନ ରଖିବା ସହ ଯୁବକଙ୍କ ଆକାଂକ୍ଷାକୁ ପୂରଣ କରିବ ଏବଂ ରୋଜଗାରର ସୃଷ୍ଟି ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ପୂର୍ବ ଭାରତର ବିକାଶର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଅଗ୍ରସର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।












Click it and Unblock the Notifications