ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ନକ୍ସଲ ମୁକାବିଲା ବୈଠକ
ରାୟପୁର: ଆଜି ଛତିଶଗଡ଼ ରାୟପୁରରେ ବସିବ ନକ୍ସଲ ମୁକାବିଲା ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଓଡ଼ିଶା ସମେତ ୭ଟି ନକ୍ସଲ ପ୍ରଭାବିତ ରାଜ୍ୟ ଯୋଗ ଦେବେ । ଏହି ବୈଠକରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର, ଝାଡଖଣ୍ଡ, କେରଳ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ତେଲେଙ୍ଗାନା ଯୋଗଦେବେ ।
ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହମନ୍ତ୍ରୀ ଅମିତ ଶାହା ମହାପ୍ରଭୁ ବଲ୍ଲଭଚାର୍ଯ୍ୟ ଆଶ୍ରମ ଚମ୍ପାରଣ ପରିଦର୍ଶନ କରିବେ । ତେବେ ଗତକାଲି ବିଳମ୍ବିତ ସଂନ୍ଧ୍ୟାରେ ଦିଲ୍ଲୀରୁ ଆସି ରାୟପୁରରେ ପହଞ୍ଚିଛନ୍ତି ଶାହ । ରାୟପୁର ବିମାନ ବନ୍ଦରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସ୍ୱାଗତ କରିଥିଲେ । ଆଜି ସେ ଅନ୍ୟ କେତେକ କାର୍ଯ୍ୟକ୍ରମ ସାରି ଏହି ର୍ନକ୍ସଲ ନିପାତ ଅଭିଯାନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିବେ ।

ଆଜି ସାଢ଼େ ୧୦ଟାରେ ଗୃହମନ୍ତ୍ରୀ ଅମିତ ଶାହା ମହାପ୍ରଭୁ ବଲ୍ଲଭଚାର୍ଯ୍ୟ ଆଶ୍ରମ ଚମ୍ପାରଣ ପରିଦର୍ଶନ କରିବେ । ଏହାପରେ ସାଢ଼େ ୧୧ଟାରେ ସେ ରାୟପୁରର ଏକ ଘରୋଇ ହୋଟେଲରୁ ଆନ୍ତଃରାଜ୍ୟ ସମନ୍ୱୟ ସମିତିର ବୈଠକ କରିବେ, ଯେଉଁଥିରେ ସେ ଛତିଶଗଡ଼ ଏବଂ ସମ୍ପୃକ୍ତ ୭ଟି ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ଆଲୋଚନା କରିବେ ଅପରାହ୍ନ ସାଢେ ୨ଟାରେ ନକ୍ସଲ ପ୍ରଭାବିତ ଅଞ୍ଚଳର ସୁରକ୍ଷା ଓ ବିକାଶ ସମ୍ପର୍କିତ ବୈଠକ ଅନୁଷ୍ଠିତ ହେବ ।












Click it and Unblock the Notifications