Get Updates
Get notified of breaking news, exclusive insights, and must-see stories!

କରୋନା ପାଇଁ ପୁଣି ବାଜିଲା ସର୍ତକ ଘଣ୍ଟି: ସବୁ ରାଜ୍ୟକୁ ଚିଠି ଲେଖି ଏମିତି କହିଲା କେନ୍ଦ୍ର

କରୋନା ପାଇଁ ପୁଣି ବାଜିଲା ସର୍ତକ ଘଣ୍ଟି । ସବୁ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଙ୍କୁ ଚିଠି ଲେଖି ସର୍ତକ ରହିବାକୁ କହିଛନ୍ତି ।

ନୂଆଦିଲ୍ଲୀ: କରୋନା ପାଇଁ ପୁଣି ବାଜିଲା ସର୍ତକ ଘଣ୍ଟି । ସବୁ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଙ୍କୁ ଚିଠି ଲେଖି ସର୍ତକ ରହିବାକୁ କହିଛନ୍ତି । ଲେଖାଯାଇଥିବା ଚିଠିରେ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ୫ଟି କଥା ଉପରେ ଧ୍ୟାନ ଦେବାକୁ କହିଛନ୍ତି । ଟେଷ୍ଟି, ଟ୍ରାକିଂ, ଟ୍ରିଟମେଂଟ, ଟିକାକରଣ ଓ କୋଭିଡ ନିୟମ ମାନି ଚଳିବା ଉପରେ ଅଧିକ ଗୁରୁତ୍ୱ ଦେବାକୁ ଚିଠିରେ କୁହାଯାଇଛି ।

coronavirus

ଦକ୍ଷିଣପୂର୍ବ ଏସିଆ ଓ ୟୁରୋପର କିଛି ପ୍ରାନ୍ତରେ କରୋନା ଲେଉଟୁ ଥିବାରୁ ଭାରତ ସରକାରଙ୍କ ଛାତିରେ ଛନକା ପଶିଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, "ରାଜ୍ୟଗୁଡ଼ିକ ନୂଆ ଭାରିଏଣ୍ଟ ଚିହ୍ନ ପାଇଁ ନମୁନା ଗୁଡ଼ିକର ଜେନୋମ ସିକ୍ୱେନ୍ସିଂ କରନ୍ତୁ। ଏହଦ୍ୱାରା ନୂଆ ଭାରିଏଣ୍ଟ ବ୍ୟାପିବା ପୂର୍ବରୁ ଠାବ କରାଯାଇ ପାରିବ। ଟେଷ୍ଟିଂ ପାଇଁ ଆଇସିଏମଆର ଧାର୍ଯ୍ୟ କରିଥିବା ନିୟମ ଗୁଡ଼ିକ ମଧ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଳନ କରନ୍ତୁ।

ଚିଠିରେ ଏକଥା ମଧ୍ୟ କୁହାଯାଇଛି ଯେ "ନ୍ୟାଶନାଲ ସେଣ୍ଟର ଫର ଡିଜିଜି କଣ୍ଟ୍ରୋଲ" ଜାରି କରିଥିବା ପ୍ରୋଟକଲ ଅନୁଯାୟୀ "ଆଇଏନଏସଓଜି"କୁ ଯଥେଷ୍ଟ ସଂଖ୍ୟକ ନମୁନା ପଠାଯାଇଛି ବୋଲି ରାଜ୍ୟମାନେ ସୁନିଶ୍ଚିତ କରନ୍ତୁ ଫଳରେ ଠିକ ସମୟରେ ଭ୍ୟାରିଆଂଟକୁ ଚିହ୍ନଟ କରାଯାଇପାରିବା ଏବଂ ଆଗୁଆ ସୂଚନା ଦିଆଯାଇପାରିବ ।

ଚୀନ, ହଂକଂ, ବ୍ରିଟେନ, ଦକ୍ଷିଣ କୋରିଆ, ଜର୍ମାନୀ ଭଳି ଦେଶରେ କରୋନାର ଆଉ ଏକ ଲହରୀ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। କାରଣ ଏହି ସବୁ ଦେଶଗୁଡ଼ିକରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତିକୁ ଦେଖି ମାର୍ଚ୍ଚ ୧୬ରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଉଚ୍ଚସ୍ତରୀୟ ବୈଠକ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+