ଆନ୍ଦୋଳନ ବନ୍ଦ କରିବାକୁ ଡାକ୍ତରମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅପିଲ୍‌: ସୁରକ୍ଷା ପାଇଁ କେନ୍ଦ୍ରର ‘କମିଟି’ ପ୍ରତିଶ୍ରୁତି

doctor protest
ଏହାକୁ ନେଇ ଦେଶର ବିଭିନ୍ନ ଅଞ୍ଚଳରେ ଡାକ୍ତରମାନେ ହରତାଳକୁ ଓହ୍ଲାଇଛନ୍ତି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ତଦନ୍ତ ଆରମ୍ଭ କରିଛି। ମେଡିକାଲ କଲେଜର ଅଧ୍ୟକ୍ଷ ଓ ବିଭାଗୀୟ ମୁଖ୍ୟଙ୍କୁ ଜେରା ଆରମ୍ଭ ହୋଇଛି।

ଟ୍ରେନି ଡ୍ରାକ୍ତରଙ୍କ ବିରୋଧରେ ହୋଇଥିବା ଭୟଙ୍କର ନିର୍ଯାତନା ପ୍ରତିବାଦରେ ଆଜି ଇଣ୍ଡିଆନ ମେଡିକାଲ ଆସୋସିଏସନ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି। ଏଥିଯୋଗୁ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଏବଂ ଦିଲ୍ଲୀର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ରେସିଡେଣ୍ଟ ଡାକ୍ତର ଆସୋସିଏସନ ପ୍ରତିନିଧୀମାନେ ନୂଆଦିଲ୍ଲୀରେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ରେସିଡେଣ୍ଟାଲ ଡାକ୍ତରଙ୍କ ସହ ଘଟିଥିବା ଘଟଣାକୁ ନେଇ କୋଲକାତା କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଭେଟିଛି।

ଏହି ସମୟରେ ଆସୋସିଏସନ ସେମାନଙ୍କ କର୍ମକ୍ଷେତ୍ରରେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପ୍ରତିନିଧୀଙ୍କ ଦାବିକୁ ଶୁଣି ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମକୁ ନିଶ୍ଚିତ କରିଥିଲେ। ବିଭିନ୍ନ ସଂସ୍ଥା ଚିନ୍ତା ପ୍ରକଟ କରିବାରୁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କମିଟି ଗଠନର ପ୍ରତିଶ୍ରୁତି ଦେଇଛି।

ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ସମ୍ପର୍କରେ ପ୍ରସ୍ତାବ ଦେବା ପାଇଁ ଗୋଟିଏ କମିଟି ଗଠନ କରାଯିବ। ଏହି କମିଟି ସୁରକ୍ଷା ନେଇ କ'ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇ ପାରିବ, ତା'ର ପ୍ରସ୍ତାବ ଦେବ। ରାଜ୍ୟ ସରକାରଙ୍କ ସମେତ ସବୁ ଅଂଶୀଦାରମାନେ ସୁରକ୍ଷାକୁ ନେଇ କମିଟି ଆଗରେ ନିଜ ନିଜର ପ୍ରସ୍ତାବ ଉପସ୍ଥାପନ କରିପାରିବେ। ଡାକ୍ତରଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ସବୁ ବେଳେ ପ୍ରତିଶ୍ରୁତି ବଦ୍ଧ ବୋଲି ମନ୍ତ୍ରଣାଳୟ କହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+