କରୋନା ଚିକିତ୍ସା ପାଇଁ କେଉଁ ଔଷଧ କେବେ ଏବଂ କେତେ ମାତ୍ରାରେ ନେବେ ? ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କଲେ ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋଭିଡ19 ନ୍ୟାସନାଲ ଟାସ୍କ ଫୋର୍ସ ପକ୍ଷରୁ କରୋନା ସଂକ୍ରମିତଙ୍କ ଜରୁରୀକାଳୀନ ଚିକିତ୍ସା ସମୟରେ ଔଷଧ ବ୍ୟବହାର ସମ୍ବନ୍ଧିତ କେତେକ ନିର୍ଦ୍ଦେଶାବଳୀର ପୁଣି ସଂଶୋଧନ କରାଯାଇଛି। କେବଳ ମୌଖିକ ଔଷଧ ଯେପରିକି ରେମଡେସିଭିର ଓ ତୋସିଲିଜୁମେବ ତଥା ଇଂଜେକସନ ଷ୍ଟେରୋଇଡର ବ୍ୟବହାରକୁ ନେଇ ମାର୍ଗଦର୍ଶୀକାରେ କିଛିଟା ପରିବର୍ତ୍ତନ କରାଯାଇଛି। ସଂଶୋଧିତ ଗାଇଡଲାଇନରେ ଦର୍ଶାଯାଇଛି ଯେ ମୁଲ୍ନୁପିରବିର ଏକ ଆଣ୍ଟିଭାଇରାଲ୍ ଔଷଧ ଏବଂ ଏହା ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଦ୍ଵାରା କେବଳ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଲାଭ କରିଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ର ଅନୁମୋଦନ ପାଇବା ପରେ ଏହାର ବ୍ୟବହାର ସମ୍ବନ୍ଧରେ ବିଚାର କରାଯିବ। ନୂତନ ଗାଇଡଲାଇନରେ କୁହାଯାଇଛି ଯେ 60 ବର୍ଷରୁ ଅଧିକ ବୟସ୍କ କିମ୍ବା ହୃଦଘାତ, ଉଚ୍ଚ ରକ୍ତଚାପ, କରୋନାରୀ ଧମନୀ ରୋଗ, ମଧୁମେହ, ଏଚ୍.ଆଇ.ଭି. ଲୋକ କିମ୍ବା ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଅଧିକ ବିପଦ ହୋଇପାରେ । ଏହିପରି ଲୋକଙ୍କୁ ଆଣ୍ଟିଭାଇରାଲ୍ ଔଷଧ ମୁଲ୍ନୁପିରବିର ଦିଆଯିବା ଉଚିତ୍ ନୁହେଁ । ଏଥି ସହିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଏବଂ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମଧ୍ୟ ସଂଶୋଧିତ ନିର୍ଦ୍ଦେଶାବଳୀ ବିଷୟରେ ସୂଚନା ଦେଇଛନ୍ତି। ସଂଶୋଧିତ ମାର୍ଗଦର୍ଶୀକା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡିଜିଏଚ୍ଏସ୍ ମଧ୍ୟ ଏନେଇ ସୂଚିତ କରିଛି। ଏହି ଅନୁଷ୍ଠାନ ଗୁଡିକ ଏହା ମଧ୍ୟ କହିଛନ୍ତି ଯେ ଷ୍ଟେରଏଡ ସହିତ ଆଣ୍ଟି-ଇନ୍ଫ୍ଲାମେଟୋରୀ କିମ୍ବା ଇମ୍ୟୁନୋମୋଡ୍ୟୁଲେଟାରୀ ଚିକିତ୍ସା ପଦ୍ଧତି ଗୁରୁତର ସ୍ୱାସ୍ଥ୍ୟ ସମସ୍ଯା ସୃଷ୍ଟି କରିପରେ । ଗାଇଡଲାଇନରେ ଆହୁରି ମଧ୍ୟ କୁହାଯାଇଛି ଯେ ଦୁଇଟି ବିଭାଜିତ ଡୋଜରେ ଇଞ୍ଜେକ୍ସନ ଦିଆଯାଉଥିବା ମେଟାପ୍ରେଡନିସୋଲୋନ୍ 0.5 ରୁ 1 ମିଲିଗ୍ରାମ କିମ୍ବା ସମାନ ପରିମାଣରେ ଡେକ୍ସାମେଥାସୋନ୍ର ସମାନ ମାତ୍ରା 5 ରୁ 10 ଦିନ ପର୍ଯ୍ୟନ୍ତ ଦିଆଯାଇପାରେ। ସଂଶୋଧିତ ଗାଇଡଲାଇନ ଅନୁଯାୟୀ, କେବଳ "ମଧ୍ୟମରୁ ଗୁରୁତର" ରୋଗରେ ପୀଡିତ ଏବଂ କୌଣସି ଲକ୍ଷଣ ଆରମ୍ଭ ହେବାର 10 ଦିନ ମଧ୍ୟରେ କିଡନୀ କିମ୍ବା ଯକୃତର ଅସୁବିଧା ଥିବା ରୋଗୀଙ୍କୁ ରିମଡେସିଭର୍ ନିର୍ଦେଶ ଦିଆଯିବ ।












Click it and Unblock the Notifications