HMPV ଭୁତାଣୁକୁ ନେଇ ବଡ ବୟାନ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା
ଚୀନରେ ବ୍ୟାପୁଥିବା ହ୍ୟୁମାନ ମେଟାପ୍ୟୁମୋଭାଇରସ୍ (ଏଚଏମପିଭି) ଭୂତାଣୁକୁ ନେଇ ଭାରତ ସରକାର ସତର୍କ ହୋଇପଡ଼ିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସୋମବାର କହିଛନ୍ତି ଯେ ଏହା କୌଣସି ନୂଆ ଭୂତାଣୁ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ୨୦୦୧ମସିହାରେ ଏହା ପ୍ରଥମେ ଚିହ୍ନଟ ହୋଇଥିଲା। ଆମେ ଏହି ପ୍ରସଙ୍ଗରେ ବୈଠକ କରି ଆଲୋଚନା କରିଛୁ। ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଚିନ୍ତା କରିବାର କିଛି ନାହିଁ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଭୂତାଣୁ ସାଧାରଣତଃ ଶୀତ ଋତୁରେ ଲୋକଙ୍କୁ ସଂକ୍ରମିତ କରିଥାଏ । ଚୀନରେ ଏଚଏମପିଭିର ବଢୁଥିବା ମାମଲା ବିଷୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମଆର ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଦ୍ୱାରା ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଡବ୍ଲ୍ୟୁଏଚଓ ପରିସ୍ଥିତିକୁ ଅନୁଧ୍ୟାନ କରିଛି ଏବଂ ଖୁବ୍ ଶୀଘ୍ର ଆମକୁ ଏହାର ରିପୋର୍ଟ ପ୍ରଦାନ କରିବ । ଏହାପରେ ଏହି ରିପୋର୍ଟକୁ ସାଧାରଣରେ ଜାରି କରାଯିବ












Click it and Unblock the Notifications