'ଦେଶରେ ୭୨୮ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସରକାରଙ୍କ ଲକ୍ଷ୍ୟ'
ଦେଶରେ ୭୨୮ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଆଜି ରାଜ୍ୟସଭାରେ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ୱିକେ କହିଛନ୍ତି । ଏକ ଲିଖିତ ଉତ୍ତରରେ ସେ କହିଛନ୍ତି, ଏହାଦ୍ୱାରା ୩ ଲକ୍ଷ ୫୦ ହଜାର ତଫସିଲଭୁକ୍ତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ।
ଅଦ୍ୟାବଧି ମଞ୍ଜୁରୀପ୍ରାପ୍ତ ୭୨୧ଟି ବିଦ୍ୟାଳୟ ମଧ୍ୟରୁ ୪୭୭ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ରହିଛି । ସୂଚନାଯୋଗ୍ୟ, ୨୦୧୮-୧୯ ଶିକ୍ଷାବର୍ଷଠାରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନାରେ ୫୦ ପ୍ରତିଶତରୁ ଅଧିକ ତଥା ଅନ୍ୟୂନ ୨୦ ହଜାର ଆଦିବାସୀ ଜନସଂଖ୍ୟା ଥିବା ଦେଶର ପ୍ରତ୍ୟେକ ବ୍ଲକ୍ରେ ଏଭଳି ବିଦ୍ୟାଳୟ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନିଆଯାଇଛି ।

କେନ୍ଦ୍ର ସରକାର ଅନ୍ୟାନ୍ୟ ସରକାରୀ ସଂସ୍ଥା ସହ ମିଶି ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି, ଯେଉଁଥିରେ ଆଦିବାସୀ ଛାତ୍ରଛାତ୍ରୀମାନେ ଡିଜିଟାଲ୍ ଓ ଦକ୍ଷତାଭିତ୍ତିକ ଶିକ୍ଷା ପାଇପାରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ୱିକେ
କହିଛନ୍ତି












Click it and Unblock the Notifications