ଦଶବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ; ପ୍ରଧାନମନ୍ତ୍ରୀ
ଦଶବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଏବଂ ଭବିଷ୍ୟତରେ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଆଣିବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସାମାଜିକ ଗଣମାଧ୍ୟମ ପୋଷ୍ଟ୍ରେ ମାଇ ଗଭ୍ ଇଣ୍ଡିଆ ର ଏକ ପ୍ରସଙ୍ଗ ଆଧାରିତ ଲେଖାକୁ ଶେୟାର କରି ଶ୍ରୀ ମୋଦୀ କହିଛନ୍ତି, ସଂସ୍କାରମୂଳକ ପଦକ୍ଷେପ ଗୁଡ଼ିକ ଫଳାଫଳ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି ।

ସରଳ ଟିକସ ଆଇନ, ତ୍ୱରିତ ବିବାଦ ସମାଧାନ, ଆଧୁନିକ ଶ୍ରମ ସଂହିତା ଏବଂ ଅପରାଧମୁକ୍ତ ଅନୁପାଳନ ନାଗରିକଙ୍କୁ ସୁଶାସନ ପ୍ରଦାନ କରିବା ସହ ବ୍ୟବସାୟ କ୍ଷେତ୍ରକୁ ଅଧିକ ଗତିଶୀଳ କରିଛି । ବିଭିନ୍ନ ଦିଗକୁ ପର୍ଯ୍ୟାଲୋଚନା କରି ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନୀତି ଗୁଡ଼ିକର ଦୈନନ୍ଦିନ ଜୀବନକୁ ଉନ୍ନତ କରିବାରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।












Click it and Unblock the Notifications