ଜାତୀୟ ମୁଦ୍ରୀକରଣ ପାଇପଲାଇନ୍ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ଜାତୀୟ ମୂଦ୍ରୀକରଣ ପାଇପଲାଇନର ଦ୍ୱିତୀୟ ସଂସ୍କରଣକୁ ଶୁଭାରମ୍ଭ କରିଛନ୍ତି। ଏହା ହେଉଛି କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଦ୍ୱିତୀୟ ପର୍ଯ୍ୟାୟ ସମ୍ପତ୍ତି ମୁଦ୍ରୀକରଣ କାର୍ଯ୍ୟକ୍ରମ। ନୀତି ଆୟୋଗ ଦ୍ୱାରା ଏହି ଦ୍ୱିତୀୟ ପର୍ଯ୍ୟାୟ ମୁଦ୍ରୀକରଣ ଯୋଜନା ପ୍ରସ୍ତୁତ କରାଯାଇଛି। ଭିତ୍ତିଭୂମି ସହ ଜଡ଼ିତ ବିଭିନ୍ନ ମନ୍ତ୍ରଣାଳୟ ସହ ବିଚାରବିମର୍ଶ କରିବା ପରେ କେନ୍ଦ୍ର ବଜେଟ୍ ୨୦୨୫-୨୬ରେ କରାଯାଇଥିବା ଘୋଷଣା ମୁତାବକ 'ସମ୍ପତ୍ତି ମୁଦ୍ରୀକରଣ ଯୋଜନା ୨୦୨୫-୩୦' ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି। ୨୦୨୬ ଆର୍ଥିକ ବର୍ଷ ଠାରୁ ୨୦୩୦ ଆର୍ଥିକ ବର୍ଷ ମଧ୍ୟରେ ପାଞ୍ଚ ବର୍ଷର ଅବଧି ମଧ୍ୟରେ ମୋଟ୍ ୧୬.୭୨ ଲକ୍ଷ କୋଟି ଟଙ୍କାର ମୁଦ୍ରୀକରଣ ସମ୍ଭାବନାକୁ ଆକଳନ କରିଛି ଏନଏମପି ୨.୦। ଏଥିରେ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥାର ସମ୍ପତ୍ତି ମୁଦ୍ରୀକରଣ ପାଇପଲାଇନ୍ ଅଧୀନରେ ଘରୋଇ କ୍ଷେତ୍ର ଦ୍ୱାରା ୫.୮ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ସାମିଲ ରହିଛି।

ଏନଏମପି ୨.୦ର ଶୁଭାରମ୍ଭ ଅବସରରେ ନୀତି ଆୟୋଗ ସିଇଓଙ୍କ ସମେତ ବିଭିନ୍ନ ଭିତ୍ତିଭୂମି ମନ୍ତ୍ରଣାଳୟର ସଚିବ, ମୁଖ୍ୟ ଆର୍ଥିକ ପରାମର୍ଶଦାତା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମ ଏନଏମପି ୧.୦ର ସଫଳ କାର୍ଯ୍ୟକାରିତା ଲାଗି ବିଭିନ୍ନ ସରକାରୀ ମନ୍ତ୍ରଣାଳୟ, ବିଭାଗ ଏବଂ ନୀତି ଆୟୋଗକୁ ପ୍ରଶଂସା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୬ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ମୁଦ୍ରୀକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହାର ୯୦% ହ୍ରାସ କରାଯାଇପାରିଛି।

Union Finance Minister

ଶ୍ରୀମତୀ ସୀତାରମଣ କହିଥିଲେ, ଏନଏମପି ୨.୦ ତ୍ୱରିତ ଭିତ୍ତିଭୂମି ବିକାଶ ମାଧ୍ୟମରେ ବିକଶିତ ଭାରତ ହାସଲ କରିବାର ଲକ୍ଷ୍ୟ ସହିତ ସମନ୍ୱିତ। ଏନଏମପିରେ ଭାରତର ଅଭିବୃଦ୍ଧିକୁ ଆହୁରି ଗତିଶୀଳ କରିବାର ସମ୍ଭାବନା ରହିଛି। ଶ୍ରୀମତୀ ସୀତାରମଣ ଆହୁରି ମଧ୍ୟ କହିଥିଲେ, ପାଞ୍ଚ ବର୍ଷ ଲାଗି ୧୬.୭ ଲକ୍ଷ କୋଟି ଟଙ୍କାର ମହତ୍ୱାକାଂକ୍ଷୀ ସମ୍ପତ୍ତି ମୁଦ୍ରୀକରଣ ଲକ୍ଷ୍ୟ ରଖାଯାଇଛି। ଏହା ଏନଏମପି ୧.୦ ଠାରୁ ୨.୬ ଗୁଣ ଅଧିକ। ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକୁ ସକ୍ରିୟ ପ୍ରୟାସ ମାଧ୍ୟମରେ ସୂଚିତ ଲକ୍ଷ୍ୟ ଅତିକ୍ରମ କରିବାକୁ ଚେଷ୍ଟା କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଅର୍ଥ ମନ୍ତ୍ରଣାଳୟ ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟଗୁଡ଼ିକ ଭଳି ବିଭିନ୍ନ ଅଂଶୀଦାରଙ୍କ ସହ ବିଚାରବିମର୍ଶ କରିବା ପରେ ନୀତି ଆୟୋଗ ଏନଏମପି ୨.୦କୁ ପ୍ରସ୍ତୁତ କରିଛି । କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ସମ୍ପତ୍ତି ମୁଦ୍ରୀକରଣ ଉପରେ ସଚିବମାନଙ୍କର ଏକ କ୍ଷମତାପ୍ରାପ୍ତ କୋର ଗ୍ରୁପ୍ ସମ୍ପତ୍ତି ମୁଦ୍ରୀକରଣ କାର୍ଯ୍ୟକ୍ରମର ପ୍ରଗତି ଉପରେ ନଜର ରଖିବ।

ପ୍ରଥମ ସମ୍ପତ୍ତି ମୁଦ୍ରୀକରଣ ପାଇପଲାଇନର ସଫଳତାକୁ ଆଧାର କରି କେନ୍ଦ୍ର ବଜେଟ୍ ୨୦୨୫-୨୬ରେ ସାର୍ବଜନୀନ ଭିତ୍ତିଭୂମି ସମ୍ପତ୍ତିର ମୁଦ୍ରୀକରଣ ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ଦୀର୍ଘସ୍ଥାୟୀ ଭିତ୍ତିଭୂମି ଲାଗି ପାଣ୍ଠି ଯୋଗାଣକୁ ସହଜ କରିବା। ଏହାକୁ ପାଞ୍ଚଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ସମ୍ପତ୍ତିଗୁଡ଼ିକୁ ଚିହ୍ନଟ କରିବା, ଉପଯୁକ୍ତ ମୁଦ୍ରୀକରଣ ମାଧ୍ୟମକୁ ବାଛିବା, ମୋଟ ମୁଦ୍ରୀକରଣ ମୂଲ୍ୟର ଆକଳନ, ସର୍ବମୋଟ୍ ମୁଦ୍ରୀକରଣ ମୂଲ୍ୟ ନିର୍ଦ୍ଧାରଣ, ମୁଦ୍ରୀକରଣ ଲାଗି ଆବଣ୍ଟନ ପ୍ରକ୍ରିୟାର ଆରମ୍ଭ କରିବା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+