କୃତ୍ରିମ ବୁଦ୍ଧିମତା ଓ ଶିକ୍ଷା ପରସ୍ପର ପରିପୂରକ;କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କୃତ୍ରିମ ବୁଦ୍ଧିମତା ଏବଂ ଶିକ୍ଷା ପରସ୍ପର ପରିପୂରକ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ନୂଆଦିଲ୍ଲୀରେ ଚାଲିଥିବା ଭାରତ ଏଆଇ ପ୍ରଭାବ ସମ୍ମିଳନୀ ୨୦୨୬ର ଦ୍ୱିତୀୟ ଦିବସରେ 'ଭାରତରେ ଏଆଇକୁ ଆଗକୁ ବଢ଼ାଇବା' ଶୀର୍ଷକ ଆଲୋଚନାରେ ଭାଗନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ବର୍ତ୍ତମାନ ଦେଶ ଏକ ଜ୍ଞାନକୈନ୍ଦ୍ରିକ ସମାଜରେ ପରିଣତ ହେବା ଦିଗରେ ଅଗ୍ରସର ହେଉଛି ।

ଭାରତ ଭଳି ଏକ ବହୁମୁଖୀ ଦେଶରେ ବ୍ୟବସ୍ଥାରେ ଜଟିଳତାକୁ ବୁଝିବା ଏବଂ ଜନସାଧାରଣଙ୍କ କଲ୍ୟାଣ ପାଇଁ ଏହାକୁ ବ୍ୟବହାର କରିବାରେ ଏଆଇ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ । ପ୍ରଯୁକ୍ତିବିଦ୍ୟା ବିଷୟରେ ଗଭୀର ବୁଝାମଣା ଏବଂ ଭବିଷ୍ୟତରେ ଏକ ଏଆଇ ପରିଚାଳିତ ବିଶ୍ୱ ଜ୍ଞାନକେନ୍ଦ୍ର ବିକଶିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ଯୁବକମାନଙ୍କୁ ନିବେଦନ କରିଛନ୍ତି ।












Click it and Unblock the Notifications