ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆ ଆୟକର ବିଲକୁ କେନ୍ଦ୍ର କ୍ୟାବିନେଟ ମୋହର, ରାୟଗଡାକୁ ବଡ ଉପହାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅନେକ ପ୍ରମୁଖ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ନୂଆ ଆୟକର ବିଲ୍ ପ୍ରସ୍ତାବକୁ ମୋଦୀ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା କାର୍ଯ୍ୟକାରୀ ହେଲେ ଦେଶର ଟିକସ ବ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ଗତ ୧ତାରିଖରେ ଆଗତ ହୋଇଥିବା କେନ୍ଦ୍ର ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଆୟକର ଆଇନ ସଂପର୍କରେ ଘୋଷଣା କରିଥିଲେ ।

Union Cabinet

ଏଥିସହ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ନୂଆ ରେଳ ଡିଭିଜନ ଗଠନ ପ୍ରସ୍ତାବକୁ ମଧ୍ୟ ମୋଦୀ କ୍ୟାବିନେଟ ଅନୁମୋଦନ କରିଛି । ଏହି ନିଷ୍ପତ୍ତି ଅନୁସାରେ ଓ୍ବାଲଟିୟର ଡିଭିଜନର ନୂଆ ନାମ ବିଶାଖାପାଟଣା ଡିଭିଜନ ହେବ ଓ ଏହା ଦକ୍ଷିଣ ତଟ ରେଳପଥ ଅଧିନରେ ରହିବ । ସେହିପରି ଏକ ନୂଆ ରେଳ ଡିଭିଜନ - ରାୟଗଡ଼ା ଡିଭିଜନ ସ୍ଥାପନ କରାଯିବ ଓ ଏହାର ମୁଖ୍ୟାଳୟ ରାୟଗଡ଼ାଠାରେ ରହିବ । ଏହି ଡିଭିଜନ ଅଧିନରେ କୋଟ୍ଟାଭାଲାସା - ବାଚେଲି, କୁନେରୁ - ଥେରୁବାଲି ଜେ.ଏନ୍., ସିଙ୍ଗାପୁର ରୋଡ୍ - କୋରାପୁଟ ଜନ୍ ଏବଂ ପାରଳାଖେମୁଣ୍ଡି - ଗୁଣପୁର ମଧ୍ୟରେ ଥିବା ସମସ୍ତ ଷ୍ଟେସନ ରହିବ ।

ନୂଆ ରେଳ ଡିଭିଜନ ଗଠନ ପ୍ରସ୍ତାବକୁ ମଧ୍ୟ ମୋଦୀ କ୍ୟାବିନେଟ ଅନୁମୋଦନ କରିଛି । ଏହି ନିଷ୍ପତ୍ତି ଅନୁସାରେ ଓ୍ବାଲଟିୟର ଡିଭିଜନର ନୂଆ ନାମ ବିଶାଖାପାଟଣା ଡିଭିଜନ ହେବ ଓ ଏହା ଦକ୍ଷିଣ ତଟ ରେଳପଥ ଅଧିନରେ ରହିବ । ସେହିପରି ଏକ ନୂଆ ରେଳ ଡିଭିଜନ - ରାୟଗଡ଼ା ଡିଭିଜନ ସ୍ଥାପନ କରାଯିବ ଓ ଏହାର ମୁଖ୍ୟାଳୟ ରାୟଗଡ଼ାଠାରେ ରହିବ । ଏହି ଡିଭିଜନ ଅଧିନରେ କୋଟ୍ଟାଭାଲାସା - ବାଚେଲି, କୁନେରୁ - ଥେରୁବାଲି ଜେ.ଏନ୍., ସିଙ୍ଗାପୁର ରୋଡ୍ - କୋରାପୁଟ ଜନ୍ ଏବଂ ପାରଳାଖେମୁଣ୍ଡି - ଗୁଣପୁର ମଧ୍ୟରେ ଥିବା ସମସ୍ତ ଷ୍ଟେସନ ରହିବ ।
ଏହାବ୍ୟତୀତ ସଫେଇ କର୍ମଚାରୀଙ୍କ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରରେ 'ସବକା ସାଥ, ସବକା ବିକାଶ'ର ଭାବନାକୁ ଦୃଷ୍ଟିରେ ରଖି ମୋଦି କ୍ୟାବିନେଟ୍ ଜାତୀୟ ସଫେଇ କର୍ମଚାରୀ ଆୟୋଗକୁ ୩ ବର୍ଷ ପାଇଁ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+