ୱାକଫ୍ ସଂସୋଧନ ବିଲକୁ କ୍ୟାବିନେଟ ମଞ୍ଜୁରୀ
ୱାକଫ୍ ସଂସୋଧନ ବିଲକୁ କ୍ୟାବିନେଟ ମଞ୍ଜୁରୀ । ଜେପିସି ରିପୋର୍ଟ ଅନୁସାରେ, ବିଲରେ ପରିବର୍ତ୍ତନ ହୋଇପାରେ ଯାହାକୁ କେନ୍ଦ୍ର କ୍ୟାବିନେଟରୁ ମଞ୍ଜୁରୀ ମଧ୍ୟ ମିଳିଛି । ୱାକଫ ବିଲକୁ ନେଇ ମିଳିତ ସଂସଦୀୟ କମିଟିର ପରାମର୍ଶ କ୍ରମେ ବିଲରେ ୧୪ଟି ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅଧ୍ୟାଦେଶ ଅନୁସାରେ ସଂଶୋଧନ କରାଯିବ ।
ଜେପିସି କମିଟି ସୁପାରିସ ଅନୁସାରେ ବିଲରେ ମୋଟ ୬୬ଟି ପରିବର୍ତ୍ତନ କରାଯିବ । ସେଥିରୁ ବିରୋଧୀ ଦେଇଥିବା ୪୪ଟି ପ୍ରସ୍ତାବ ନାକଚ କରାଯାଇଥିବା ବେଳେ ବିଜେପି ୨୩ଟି ପ୍ରସ୍ତାବକୁ ଗ୍ରହଣ କରିଛି । କମିଟିରେ ୧୬ଜଣ ବିଜେପି ଓ ସହଯୋଗୀ ଦଳଙ୍କ ସାଂସଦ ଥିବା ବେଳେ ୧୦ ଜଣ ବିରୋଧୀ ସାଂସଦ ରହିଛନ୍ତି ।

ସଂଶୋଧିତ ୱାକଫ ବୋର୍ଡରେ ଅଣମୁସଲିମଙ୍କୁ ନୋମିନେଟ କରିବାର ବ୍ୟବସ୍ଥା କରାଯିବ ଏଥିସହ ଦୁଇ ଜଣ ମହିଳାଙ୍କୁ ବୋର୍ଡରେ ରଖିବାକର ନିଷ୍ପତ୍ତି ନିଆଯାଇଛି ।












Click it and Unblock the Notifications