ଏଭିଜିସି ପାଇଁ ନ୍ୟାସନାଲ୍ ସେଣ୍ଟର୍ ଅଫ୍ ଏକ୍ସଲେନ୍ସକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ

ଏଭିଜିସି (ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ କମିକ୍ସ) ସେକ୍ଟର ମିଡିଆ ଏବଂ ମନୋରଞ୍ଜନ ଶିଳ୍ପର ଭବିଷ୍ୟତ ହେବାକୁ ଯାଉଛି । ବାହୁବଳୀ ଏବଂ ଆରଆରଆର ପରି ଚଳଚ୍ଚିତ୍ର ଭାରତରେ ଐତିହାସିକ ଏବଂ କାଳ୍ପନିକ ବିଷୟବସ୍ତୁକୁ ଚିତ୍ରଣ କରିବା ପାଇଁ ଏକ ନୂତନ ଦୃଷ୍ଟିକୋଣ ଆଣିଛି, ଯାହା ଦ୍ୱାରା ପ୍ରଭାବିତ ହୋଇ ପିଏସ୧ ଏବଂ କଲ୍କି ପରି ଚଳଚ୍ଚିତ୍ର ତିଆରି ହୋଇଛି । ଏଫଆଇସିସିଆଇ-ଇୱାଇ ୨୦୨୪ ରିପୋର୍ଟ ଅନୁଯାୟୀ, ଭାରତ ବର୍ତ୍ତମାନ ବିଶ୍ୱସ୍ତରରେ ଦ୍ୱିତୀୟ ବୃହତ୍ତମ ଆନିମ୍ ଫ୍ୟାନ୍ ଆଧାରରେ ପରିଣତ ହୋଇଥିବା ଦାବି କରୁଛି ଏବଂ ଆଗାମୀ ବର୍ଷଗୁଡିକରେ ଆନିମ୍ ଆଗ୍ରହରେ ବିଶ୍ୱର ଅଭିବୃଦ୍ଧିରେ ୬୦ ପ୍ରତିଶତ ଯୋଗଦାନ ଦେବ ବୋଲି ଆକଳନ କରାଯାଇଛି । ଭାରତକୁ ଏଭିଜିସି ପାଇଁ ଏକ ବିଶ୍ୱସ୍ତରୀୟ ହବ୍ ରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କେନ୍ଦ୍ର କ୍ୟାବିନେଟ୍ ନିକଟରେ ମୁମ୍ବାଇରେ ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ, କମିକ୍ସ ଏବଂ ଏକ୍ସଟେଣ୍ଡେଡ୍ ରିଅଲିଟି (ଏଭିଜିସି-ଏକ୍ସଆର୍) ପାଇଁ ଏକ ନ୍ୟାସନାଲ୍ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ (ଏନସିଓଇ) ପ୍ରତିଷ୍ଠା ପାଇଁ ଅନୁମୋଦନ ପ୍ରଦାନ କରିଛି।

Union Cabinet approves

ଏନସିଓଇ ପୃଷ୍ଠଭୂମି

ଏନସିଓଇକୁ ଭାରତରେ କମ୍ପାନୀ ଅଧିନିୟମ, ୨୦୧୩ ଅଧିନକରେ ଧାରା ୮ କମ୍ପାନୀ ଭାଭବରେ ପ୍ରତିଷ୍ଠା କରାଯିବ, ଯେଉଁଥିରେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟି୍ର ଏବଂ କନ୍ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟି୍ର ଭାରତ ସରକାର ସହ ସହଭାଗିତାରେ ଉଦ୍ୟୋଗ ଜଗତର ପ୍ରତିନିଧିତ୍ୱ କରିବ । ଏନସିଓଇ ର ପ୍ରତିଷ୍ଠା କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ୨୦୨୨-୨୩ ବଜେଟ୍ ଘୋଷଣାକୁ ଅନୁସରଣ କରେ, ଯାହା ଦେଶରେ ଏକ ଏଜିଜିସି ଟାସ୍କଫୋର୍ସ ଗଠନ ପାଇଁ ପ୍ରସ୍ତାବ ଦେଇଥିଲା । ଏନସିଓଇ ଏଭିଜିସି ଭାରତୀୟ ତଥା ବିଶ୍ୱ ମନୋରଞ୍ଜନ ଶିଳ୍ପକୁ ପୂରଣ କରିବା ପାଇଁ ଭାରତରେ ଏକ ବିଶ୍ୱସ୍ତରୀୟ ପ୍ରତିଭା ପୁଲ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ପୂର୍ବରୁ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଫର୍ ଇମର୍ସିଭ୍ କ୍ରିଏଟର୍ସ (ଆଇଆଇସି) ନାମରେ ନାମିତ, ଏହି କେନ୍ଦ୍ରଟି ଏଭିଜିସି ସେକ୍ଟରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଏବଂ ଇମର୍ସିଭ୍ ଟେକ୍ନୋଲୋଜିରେ ନୂତନତ୍ୱ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ଏହାକୁ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଏବଂ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମ୍ୟାନେଜ୍ମେଣ୍ଟ୍ (ଆଇଆଇଏମ୍) ପରି ପ୍ରସିଦ୍ଧ ଅନୁଷ୍ଠାନ ମଡେଲ୍ ଆଧାରରେ ତିଆରି କରାଯିବ ।

ଏନସିଓଇ (ଆଇଆଇଆଇସି)ର ଉଦେ୍ଦଶ୍ୟ

ଚଳଚ୍ଚିତ୍ର, ଭିଜୁଆଲ୍ ଇଫେକ୍ଟସ୍ (ଭିଏଫ୍ଏକ୍ସ), ଗେମିଂ ଆନିମେସନ୍ ଏବଂ ମୋବାଇଲ୍ ବିଷୟବସ୍ତୁ ପାଇଁ ବୃଦ୍ଧି ପାଉଥିବା ଚାହିଦା ଯୋଗୁଁ ଭାରତର ଆନିମେସନ୍ କ୍ଷେତ୍ର ଉଲ୍ଲେଖନୀୟ ଅଭିବୃଦ୍ଧି କରୁଛି । ଏହି ଅଭିବୃଦ୍ଧି କୁଶଳୀ ଏବଂ ଉତ୍ସାହୀ ଆନିମେଟରମାନଙ୍କ ପାଇଁ ଉତ୍ସାହଜନକ ସୁଯୋଗ ସୃଷ୍ଟି କରୁଛି । ୨୦୨୩ ସୁଦ୍ଧା ଅଭିବୃଦ୍ଧି ହାର ୨୫ ପ୍ରତିଶତ ଏବଂ ଆନୁମାନିନକ ମୂଲ୍ୟ ୪୬ ବିଲିୟନ୍ ଡଲାରରକୁ ବଢ଼ାଇବା ଲକ୍ଷ୍ୟ ନେଇ (ଏଫ୍ଆଇସିସିଆଇ-ଇୱାଇ ରିପୋର୍ଟ ୨୦୨୩) ଭାରତରେ ଆନିମେସନ୍ ଉଦ୍ୟୋଗ ଆଗକୁ ବଢ଼ୁଛି ଏବଂ ଉତ୍ସାହୀ ଯୁବ ପ୍ରତିଭାଙ୍କ ପାଇଁ ଏକ ଆଶଜନକ ଭବିଷ୍ୟତ ପ୍ରଦାନ କରୁଛି ।

ଦ୍ରୁତ ଗତିରେ ବିକଶିତ ହେଉଥିବା ବୈଷୟିକ ଜ୍ଞାନକୌଶଳ ଏବଂ ସମଗ୍ର ଦେଶରେ ଇଣ୍ଟର୍ନେଟ୍ ଅନୁପ୍ରବେଶ ବୃଦ୍ଧି ସହିତ, ସବୁଠାରୁ ଶସ୍ତା ଡାଟା ହାର ସହିତ, ସବର୍ଭାରତୀୟ ସ୍ତରରେ ଏଭିଜିସି-ଏକ୍ସଆର୍ର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ପ୍ରସ୍ତୁତ । ବିଶେଷକରି ନ୍ୟାଶନାଲ୍ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ (ଏନସିଓଇ) ମାଧ୍ୟମରେ ଏହା ପ୍ରଚୁର ସୁଯୋଗ ସୃଷ୍ଟି କରେ । ନିମ୍ନରେ ଏନସିଓଇ (ଆଇଆଇଆଇସି)ର କିଛି ମୁଖ୍ୟ ଉଦେ୍ଦଶ୍ୟ ଦିଆଯାଇଛି :

  • - ଭାରତୀୟ ଆଇପି ସୃଷ୍ଟି ଉପରେ ଧ୍ୟାନ ଦେବା
  • - ନୂଆ ଯୁଗରେ ଆମର ସାଂସ୍କୃତିକ ଐତିହ୍ୟକୁ ବ୍ୟବହାର କରିବା
  • - ଶିଳ୍ପରେ ଏକ ଗୁଣକ ପ୍ରଭାବ ସୃଷ୍ଟି କରିବା
  • - ରାଜ୍ୟ ଏବଂ ଏକାଡେମୀ ସହଭାଗିତାରେ ଏକ ଶିଳ୍ପ ନେତୃତ୍ୱାଧିନ ପଦକ୍ଷେପ
  • - ଶିକ୍ଷା, ଦକ୍ଷତା ଶିଳ୍ପ, ବିକାଶ, ନବସୃଜନ ଉପରେ ଏକୀକୃତ ଧ୍ୟାନ
  • - ବିକାଶର ହବ୍ ଏବଂ ସ୍ପୋକ୍ ମଡେଲ୍ ଅନୁସରଣ କରାଯିବ
  • - ଆଇଆଇଆଇସି ହବ୍ ଭାବରେ ଏବଂ ଅନେକ କେନ୍ଦ୍ର ଷ୍ଟାର୍ଟ ଅପ୍ ଇକୋସିଷ୍ଟମ୍କୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଭାବନ ଓ ଅନୁସନ୍ଧାନ ପାଣ୍ଠି

ଏନସିଓଇ ବିଷୟରେ ଜାଣିବା ପାଇଁ ୬ଟି ମୁଖ୍ୟ ବିଷୟ

୧ - ଆରଆରଆର, ବାହୁବଳୀ, ଦ ଲାୟନ୍ କିଙ୍ଗ୍ ଏବଂ ଅବତାର୍ ପରି ଚଳଚ୍ଚିତ୍ର ଆନିମେସନ୍ ଏବଂ ଇମର୍ସିଭ୍ ଟେକ୍ନୋଲୋଜିର ଅପାର ସମ୍ଭାବନା ପ୍ରଦର୍ଶନ କରିଛି! ରୋଜଗାର ଏବଂ ନବସୃଜନ ପାଇଁ ବିପୁଳ ସୁଯୋଗ ସହିତ ଭାରତର ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ ଏବଂ କମିକ୍ସ (ଏଭିଜିସି) କ୍ଷେତ୍ର ବିସ୍ଫୋରକ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ ।

୨ - ଇମର୍ସିଭ୍ ଟେକ୍ନୋଲୋଜି ଜୀବନବ୍ୟାପୀ, ଇଣ୍ଟରାକ୍ଟିଭ୍ ଅନୁଭୂତି ସୃଷ୍ଟି କରେ । ଏଥିରେ ଭର୍ଚୁଆଲ୍ ରିଅଲିଟି (ଭିଆର୍), ଅଗମେଣ୍ଟେଡ ରିଅଲିଟି (ଏଆର୍), ମିକ୍ସଡ୍ ରିଅଲିଟି (ଏମ୍ଆର୍) ଓ ଥ୍ରୀଡି ମଡେଲିଂ ଏବଂ ଆନିମେସନ୍ ଅନ୍ତର୍ଭୁକ୍ତ । ଆପଣ ଜଣେ ଥ୍ରୀଡି ଆନିମେଟର୍, ଭିଆର୍/ଏଆର୍ ନିର୍ମାତା, ଗେମ୍ ଡେଭଲପର୍ କିମ୍ବା ବ୍ୟଙ୍ଗ କଳାକାର ହୁଅନ୍ତୁ - ଏହା ହେଉଛି ଆପଣଙ୍କର ଖେଳ ପଡିଆ ।

୩ - ଇମର୍ସିଭ୍ ଟେକ୍ ମାଷ୍ଟର କରିବା ପାଇଁ ଏନସିଓଇ ହେଉଛି ଆପଣଙ୍କର ପ୍ରବେଶ ଦ୍ୱାର । ନ୍ୟାସନାଲ୍ ସେଣ୍ଟର୍ ଅପ୍ ଏକ୍ସଲେନ୍ସ ଅତ୍ୟାଧୁନିକ ତାଲିମ ପ୍ରଦାନ କରିବ ଏବଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଆଧୁନିକ ଜ୍ଞାନକୌଶଳ ସହିତ ଏକୀକୃତ କରିବ, ସ୍ୱଦେଶୀ ବୈଦ୍ଧିକ ସମ୍ପତ୍ତି (ଆଇପି) ସୃଷ୍ଟି ଏବଂ ଭାରତର ଡିଜିଟାଲ୍ ସୃଜନଶୀଳ ଅର୍ଥନୀତିର ଭବିଷ୍ୟତ ଗଠନ କରିବ ।

୪ - ୫,୦୦,୦୦୦ ନିଯୁକ୍ତି ସୃଷ୍ଟି କରିବାର ଏକ ଆକଳନ ସହିତ, ଏନସିଓଇ କୁ ଆଇଆଇଟି ଏବଂ ଆଇଆଇଏମ୍ ପରି ପି୍ରମିୟର୍ ସଂସ୍ଥାଗୁଡିକର ମଡେଲ୍ ଆଧାରରେ ତିଆରି କରାଯାଇଛି । ଏକ ଶକ୍ତିଶାଳୀ ପ୍ରତିଭା ପୁଲ୍ ନିର୍ମାଣ ପାଇଁ କେନ୍ଦ୍ର ବିଶ୍ୱସ୍ତରୀୟ ଭିତ୍ତିଭୂମି, ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ବିଶେଷ ଦକ୍ଷତା ପ୍ରଦାନ କରିବ ।

୫- ହ୍ୟାଣ୍ଡସ୍-ଅନ୍ ଶିକ୍ଷା ଏବଂ କ୍ୟାରିଅର୍ ପଥ । ଛାତ୍ରମାନେ ଶିଳ୍ପ-ପରିଚାଳିତ ପାଠ୍ୟକ୍ରମ ମାଧ୍ୟମରେ ବ୍ୟବହାରିକ ଅଭିଜ୍ଞତା ହାସଲ କରିବେ, ଯେଉଁଥିରୁ ଏହା ନିଶ୍ଚିତ ହେବ ଯେ ସେମାନେ ସ୍ନାତକ ସ୍ତରରେ ଚାକିରି ପାଇଁ ପ୍ରସ୍ତୁତ । ଆପଣଙ୍କ ପାଖରେ ଇଣ୍ଟର୍ନସିପ୍, ମହତ୍ୱାକାଂକ୍ଷୀ ଷ୍ଟାର୍ଟଅପ୍ ପାଇଁ ମେଣ୍ଟର୍ସିପ୍ ଏବଂ ଭାରତ ତଥା ବିଶ୍ୱ ପାଇଁ ସାମଗ୍ରୀ ନିର୍ମାଣ ଉପରେ କେନ୍ଦ୍ରୀତ ପାଠ୍ୟକ୍ରମ ପର୍ଯ୍ୟନ୍ତ ସୁବିଧା ଉପଲବ୍ଧ ଥିବ !

୬ - ସହଯୋଗ ଏବଂ ନବସୃଜନ । କେନ୍ଦ୍ର ଏବଂ ରାଜ୍ୟ ସରକାର, ଏକାଡେମୀ ଏବଂ ଶିଳ୍ପ ମଧ୍ୟରେ ସହଯୋଗୀତ ବୃଦ୍ଧି କରି, ଏନସିଓଇ ଇମର୍ସିଭ୍ ଟେକ୍ନୋଲୋଜିରେ ଗବେଷଣା, ବିକାଶ ଏବଂ ନବସୃଜନ ପାଇଁ ଏକ ଗତିଶୀଳ ଇକୋସିଷ୍ଟମ୍ ସୃଷ୍ଟି କରିବ । ଏହିଠାରେ ଭାରତର ଆଗାମୀ ପିଢ଼ୀ ନିର୍ମାତାମାନେ ଉନ୍ନତି କରିବେ ।

ଚୂଡାନ୍ତ

ଏଭିଜିସି ପାଇଁ ନ୍ୟାସାନଲ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ (ଏନସିଓଇ)କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଭାରତର ମିଡିଆ ଏବଂ ମନୋରଞ୍ଜନ ଶିଳ୍ପକୁ ମଜବୁତ କରିବାରେ ଏକ ପ୍ରମୁଖ ପଦକ୍ଷେପ । ଏହି ପଦକ୍ଷେପ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏଭିଜିସି କ୍ଷେତ୍ରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଅର୍ଥନୀତିକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଚଳଚ୍ଚିତ୍ର ନିର୍ମାଣ ପାଇଁ ଏକ ବିଶ୍ୱସ୍ତରୀୟ ହବ୍ ଭାବରେ, ଟେକ୍ନୋଲୋଜି ଏବଂ ଭିତ୍ତିଭୂମି କ୍ଷେତ୍ରରେ ଭାରତର ଅଗ୍ରଗତି ଉଚ୍ଚମାନର ବିଷୟବସ୍ତୁ ଉତ୍ପାଦନକୁ ସକ୍ଷମ କରିବା ସହ ଦେଶକୁ ବୈଷୟିକ ଉଦ୍ଭାବନ ଏବଂ ସୃଜନଶୀଳତା କ୍ଷେତ୍ରରେ ଅଗ୍ରଣୀ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+