ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ, କ୍ୱିଣ୍ଟାଲ ପିଛା ୨,୩୦୦ ଟଙ୍କା
ନୂଆଦିଲ୍ଲୀ : ମୋଦି ୩.୦ ସରକାରର ବୁଧବାର ଦ୍ୱିତୀୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫ଟି ବଡ଼ ନିଷ୍ପତି ନିଆଯାଇଛି । ଚାଷୀଙ୍କୁ ମୋଦି ସରକାର ବଡ଼ ଉପହାର ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୈଠକ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ବୈଠକର ମଞ୍ଜୁରୀ ମିଳିଛି ।

ଏଥିରେ ୧୪ ପ୍ରକାର ଫସଲକୁ ସାମିଲ କରାଯାଇଛି । ଯେଉଁଥିରେ ଧାନ ଏମଏସପି ୨,୩୦୦ ଟଙ୍କା ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି । ଯାହା ପୂର୍ବ ଏମଏସପି ତୁଳନାରେ ୧୧୭ ଟଙ୍କା ଅଧିକ । ୨୦୨୩-୨୪ ମସିହାରେ କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କାରୁ ୨୦୨୪-୨୫ରେ ୨,୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
ସେହିଭଳି ମୁଗର ଏମଏସପି ୮୬୮୨ ଟଙ୍କା ପ୍ରତି କ୍ୱିଣ୍ଟାଲ ହେବ ଯାହା ଗତ ବର୍ଷ ଅପେକ୍ଷା ୧୨୪ ଟଙ୍କା ଅଧିକ ରହିଛି । ଆଜିର ନିଷ୍ପତ୍ତି ଅନୁଯାୟୀ କୃଷକମାନେ ଏମଏସପି ଭାବରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପାଇବେ । ଏହା ପୂର୍ବ ଋତୁ ତୁଳନାରେ ୩୫,୦୦୦ କୋଟି ଟଙ୍କା ଅଧିକ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।












Click it and Unblock the Notifications