Get Updates
Get notified of breaking news, exclusive insights, and must-see stories!

ପାଞ୍ଚ ବର୍ଷ ମଧ୍ୟରେ ସହରାଞ୍ଚଳ କ୍ଷେତ୍ର ପାଇଁ ୪ ଲକ୍ଷ କୋଟି ଟଙ୍କାର ନିବେଶକୁ କେନ୍ଦ୍ର କ୍ୟାବିନେଟ୍‍ର ମଞ୍ଜୁରୀ

କ୍ୟାବିନେଟ୍‍ ବୈଠକ ଗୁଡ଼ିକ ସେବାତୀର୍ଥଠାରେ ଏଣିକି ଅନୁଷ୍ଠିତ ହେବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଆଜି ସମ୍ବୋଧନ କରି ଶ୍ରୀ ବୈଷ୍ଣବ କହିଛନ୍ତି, ସାଉଥ୍‍ ବ୍ଲକ୍‍ରେ ଗତକାଲି ଶେଷ କ୍ୟାବିନେଟ୍‍ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଏକ ସଂକଳ୍ପ ଗୃହୀତ ହୋଇଛି । ଭାରତୀୟଙ୍କୁ ଦାସତ୍ୱର ଶୃଙ୍ଖଳରେ ବାନ୍ଧି ରଖିବା ପାଇଁ ତତ୍କାଳୀନ ବ୍ରିଟିଶ ସାଉଥବ୍ଲକ୍‍
ଏବଂ ନର୍ଥ୍‍ ବ୍ଲକ ନିର୍ମାଣ କରିଥିଲେ ।

ସ୍ୱାଧୀନତା ପରେ ସାଉଥ୍‍ ବ୍ଲକରେ ଅନେକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେ କହିଛନ୍ତି, ଡିଜିଟାଲ ଇଣ୍ଡିଆ ଏବଂ ଜିଏସଟି ଭଳି ପ୍ରମୁଖ ସଂସ୍କାରମୂଳକ ପଦକ୍ଷେପ ଦେଶରେ ସର୍ବନିମ୍ନ ସରକାର-ସର୍ବାଧିକ ଶାସନ ପଦ୍ଧତିକୁ ପ୍ରେରଣା ପ୍ରଦାନ କରିଆସିଛି । ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ଏବଂ ଅପରେସନ ସିନ୍ଦୂର ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ସାଉଥ୍‍ ଉତ୍ତର ଓ ଦକ୍ଷିଣ ବ୍ଲକ ଆଗକୁ ଯୁଗଯୁଗୀନ ଭାରତ ସଂଗ୍ରହାଳୟର ଏକ ଅଂଶ ବିଶେଷ ହୋଇ ରହିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ashwini vaishnaw

ଏକ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ସହିତ ସହରାଞ୍ଚଳ ମୁକାବିଲା ପାଣ୍ଠି ଆରମ୍ଭ କରିବାକୁ କ୍ୟାବିନେଟ୍‍ ଗତକାଳିର ବୈଠକରେ ମଞ୍ଜୁରୀ ପ୍ରଦାନ କରିଛି । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସହରାଞ୍ଚଳ କ୍ଷେତ୍ରରେ ମୋଟ୍‍ ୪ ଲକ୍ଷ କୋଟି ଟଙ୍କାର ନିବେଶ କରାଯିବ । ସ୍ଥାୟୀ, ଉତ୍ପାଦକ ସମ୍ପନ୍ନ, ସମାବେଶୀ ଏବଂ ଜଳବାୟୁ ପ୍ରତିକ୍ରିୟାଶୀଳ ସହର ନିର୍ମାଣ କରିବା ଏହି ପାଣ୍ଠିର ମୁଖ୍ୟ ଉଦ୍ଦେଶ୍ୟ । ଦେଶର ଆର୍ଥିକ ଅଭିବୃଦ୍ଧିକୁ ଅଧିକ ଗତିଶୀଳ କରିବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।

ଦେଶରେ ବୃଦ୍ଧି ପାଉଥିବା ଷ୍ଟାର୍ଟଅପ୍‍ ଇକୋସିଷ୍ଟମ୍‍କୁ ପ୍ରୋତ୍ସାହନ କରିବା ଲକ୍ଷ୍ୟ ନେଇ କେନ୍ଦ୍ର କ୍ୟାବିନେଟ୍‍ ନିଶ୍ଚିତ ଲାଭଯୁକ୍ତ ବ୍ୟାବସାୟିକ ନିବେଶ ପାଣ୍ଠି ସଂଗ୍ରହ କରିବା ପଦକ୍ଷେପକୁ ମଞ୍ଜୁରୀ ପ୍ରଦାନ କରିଛି । ଏଥିପାଇଁ ୧୦ ହଜାର କୋଟି ଟଙ୍କାର ମୋଟ୍‍ କର୍ପସ୍‍ ପାଣ୍ଠି ସହିତ ଷ୍ଟାର୍ଟଅପ୍‍ ଇଣ୍ଡିଆ 'ଫଣ୍ଡ ଅଫ୍‍ ଫଣ୍ଡ' ଦ୍ୱିତୀୟ ପର୍ଯ୍ୟାୟକୁ ଅନୁମୋଦନ କରାଯାଇଛି । ଦେଶ ବ୍ୟାପି ନବସୃଜନ ନେତୃତ୍ୱାଧୀନ ଉଦ୍ୟୋଗକୁ ଏହା ସହାୟକ ସାବ୍ୟସ୍ତ ହେବ ବୋଲି ଆକଳନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+