For Quick Alerts
Turn On Notification  
For Daily Alerts
Oneindia App Download

ଆକାଶ ମିସାଇଲ୍ ସିଷ୍ଟମର ରପ୍ତାନିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆକାଶ ମିସାଇଲ ସିଷ୍ଟମର ରପ୍ତାନିକୁ ଅନୁମୋଦନ କରିଛି |

|

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆକାଶ ମିସାଇଲ ସିଷ୍ଟମର ରପ୍ତାନିକୁ ଅନୁମୋଦନ କରିଛି | ଶୀଘ୍ର ଅନୁମୋଦନ ପାଇଁ ଏକ କମିଟି ଗଠନ କରାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି | ଆତ୍ମ ନିର୍ଭର ଭାରତ ଅଧୀନରେ ପ୍ରତିରକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ଉତ୍ପାଦନ କରିବାର କ୍ଷମତା ବଢାଉଛି ବୋଲି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି |

96 ପ୍ରତିଶତରୁ ଅଧିକ ସ୍ୱଦେଶୀକରଣ ସହିତ ଆକାଶ ମିଶାଇଲ ଦେଶର ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର | ଆକାଶ ହେଉଛି ଭୂପୃଷ୍ଠ ଠାରୁ ଆକାଶମାର୍ଗରେ 25 କିଲୋମିଟର ପର୍ଯ୍ୟନ୍ତ ଦୂରତା ସମ୍ପନ୍ନ ବିଶିଷ୍ଟ ଏୟାର ମିସାଇଲ୍ | ଆକାଶ ମିଶାଇଲର ରପ୍ତାନି ସଂସ୍କରଣ ବର୍ତ୍ତମାନ ଭାରତୀୟ ସଶସ୍ତ୍ର ବାହିନୀ ସହିତ ନିୟୋଜିତ ସିଷ୍ଟମଠାରୁ ଭିନ୍ନ ହେବ ବୋଲି ଶ୍ରୀ ସିଂ କହିଛନ୍ତି |

Akash-Missile

ଏହା ପୂର୍ବରୁ ରପ୍ରାନୀ କ୍ଷେତ୍ରରେ ଭାରତ ବଜାର ବହୁ ନିମ୍ନରେ ଥିଲା | କ୍ୟାବିନେଟର ଏହି ନିଷ୍ପତ୍ତି ଦେଶକୁ ଏହାର ପ୍ରତିରକ୍ଷା ଉତ୍ପାଦରେ ଉନ୍ନତି ଆଣିବା ଏବଂ ବିଶ୍ୱବ୍ୟାପୀ ପ୍ରତିଯୋଗିତାମୂଳକ କରିବାରେ ସାହାଯ୍ୟ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ କହିଛନ୍ତି |

ଭାରତ ସରକାର ଅଧିକା ମୂଲ୍ୟର ପ୍ରତିରକ୍ଷା ଉତ୍ପାଦ ରପ୍ତାନି ଉପରେ ଧ୍ୟାନ ଦେବା ସହ, ଏହି ରପ୍ତାନୀ ଦ୍ୱାରା 5 ବିଲିୟନ ଡଲାରର ଲକ୍ଷ୍ୟ ହାସଲ କରିବା ନେଇ ଯୋଜନା କରିଛନ୍ତି | ଏଥିସହିତ ଏହି ସମସ୍ତ ଉତ୍ପାଦର ରପ୍ତାନୀ କରି ବାବାର ଦେଶ ସହିତ ବନ୍ଧୁତ୍ୱପୂର୍ଣ୍ଣ ରଣନୀତିକ ସମ୍ପର୍କକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛନ୍ତି |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
In the chairmanship Of Prime minister Narendra Modi, Union Cabinet approved export of Akash Missile system.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X