୪ ରେଲୱେ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ
New Delhi: ୪ ରେଲୱେ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ୧୮ ହଜାର ୬୫୮ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ମହାରାଷ୍ଟ୍ର, ଛତିଶଗଡ଼, ଓଡ଼ିଶାର ୧୫ଟି ଜିଲ୍ଲାକୁ କରିବ କଭର । ସମ୍ବଲପୁର-ଜରପଡ଼ା ତୃତୀୟ ଓ ଚତୁର୍ଥ ଲାଇନ କାମ ପ୍ରକଳ୍ପ, ଝାରସୁଗୁଡ଼ା-ଶାସନ ତୃତୀୟ ଓ ଚତୁର୍ଥ ଲାଇନ କାମ ପ୍ରକଳ୍ପ ସାମିଲ ଅଛି ।

୨୦୩୦-୩୧ ମସିହା ସୁଦ୍ଧା କାମ ସାରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ର କ୍ୟାବିନେଟ ରେଳ ମନ୍ତ୍ରଣାଳୟର ୪ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଏନେଇ ସୂଚନା ଦେଇ କହିଛନ୍ତି, ରେଳ ମନ୍ତ୍ରଣାଳୟ ଦ୍ୱାରା ଚାରୋଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।
Union Minister Ashwini Vaishnaw holds union cabinet briefing.
Union Cabinet approves 4 projects of Ministry of Railways with total cost of Rs. 18,658 cr. Projects covering 15 districts in 3 states Maharashtra, Odisha, and Chhattisgarh will increase existing network of Indian… pic.twitter.com/DPECbGn4o6
— ANI (@ANI) April 4, 2025
ସେହି ପ୍ରକଳ୍ପଗୁଡ଼ିକର ମୋଟ ମୂଲ୍ୟ ୧୮,୬୫୮ କୋଟି ଟଙ୍କା। ମନ୍ତ୍ରୀ ଆହୁରି କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ମହାରାଷ୍ଟ୍ର, ଓଡ଼ିଶା ଏବଂ ଛତିଶଗଡ଼ର ୧୫ଟି ଜିଲ୍ଲାକୁ କଭର କରିବ । ବିଦ୍ୟମାନ ରେଳ ନେଟୱାର୍କରେ ପ୍ରାୟ ୧୨୪୭ କିଲୋମିଟର ଯୋଡ଼ିବ। ମନ୍ତ୍ରୀ ଆହୁରି କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ସହ ଆଞ୍ଚଳିକ ବିକାଶରେ ଯୋଗଦାନ ଦେବ ଏବଂ 'ଆତ୍ମନିର୍ଭର ଭାରତ'କୁ ପ୍ରୋତ୍ସାହିତ କରିବ।












Click it and Unblock the Notifications