ଆରମ୍ଭ ବଜେଟ୍ ଅଧିବେଶନ, ସଦନକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ । ଅଧିବେଶନକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ରଖୁଛନ୍ତି ଅଭିଭାଷଣ ।

ନୂଆଦିଲ୍ଲୀ: ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ । ଅଧିବେଶନକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ରଖୁଛନ୍ତି ଅଭିଭାଷଣ । ପରେ ପରେ ଆଜି ଉପସ୍ଥାପିତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ବିଶ୍ୱ ଓ ଭାରତର ଅର୍ଥନୀତକୁ ନେଇ ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଆକଳନ ହେବ ।

budget session

ସଂସଦର ମିଳିତ ସଦନକୁ ସମ୍ବୋଧିତ ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ୨୦୪୭ ସୁଦ୍ଧା ଆମକୁ ଏକ ସ୍ୱର୍ଣ୍ଣିମ ଭାରତ ଗଠନ କରିବା ଲକ୍ଷ୍ୟ ରହିଛି । ଏଥିପାଇଁ ଆଜାଦୀର ଏ ଅମୃତ କାଳଖଣ୍ଡ ମହତ୍ତ୍ୱପୂର୍ଣ୍ଣ ହୋଇଛି । ଆଜି ପ୍ରତି ଭାରତୀୟଙ୍କ ଆତ୍ମବିଶ୍ୱାସ ଶୀର୍ଷରେ ପହଞ୍ଚିଛି । ଏବେ ଭାରତ ପ୍ରତି ସାରା ବିଶ୍ୱର ନଜର ବଦଳିଛି ।

ଆଜି ୩ ଶହରୁ ଅଧିକ ଯୋଜନାର ଟଙ୍କା ଲାଭାର୍ଥୀଙ୍କୁ ସିଧା ମିଳୁଛି । ଗରିବଙ୍କୁ ସଶକ୍ତ କରାଯିବା କାର୍ଯ୍ୟକ୍ରମ ଚାଲୁ ରହିଛି । ଗରିବଙ୍କୁ ସ୍ୱାସ୍ଥ୍ୟ ସୁବିଧା ପାଇଁ ଆୟୁଷ୍ମାନ ଭାରତ ଆରମ୍ଭ ହୋଇଛି । ଦେଶର କୋଟି କୋଟି ଗରିବଙ୍କୁ ଆୟୁଷ୍ମାନ ଭାରତ ସହାୟତା ଦେଇଛି ବୋଲି ସଦନକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ।

ଆୟୁଷ୍ମାନ ଭାରତ ଦ୍ୱାରା ଗରିବଙ୍କ ୮୦ ହଜାର କୋଟି ରକ୍ଷା ପାଇଛି । ପ୍ରତି ଘରକୁ ପାଣି ପହଞ୍ଚାଇବାକୁ ଜଳଜୀବନ ମିଶନ ଆରମ୍ଭ ହୋଇଛି । ବିଗତ ବର୍ଷରେ ସରକାର ୩.୫ କୋଟି ପରିବାରକୁ ପକ୍କା ଘର ଦେଇଛି । ଗରିବ ପରିବାରକୁ ମାଗଣା ପାଣି, ବିଜୁଳି ଦିଆଯାଉଛି । ଏହାଦ୍ୱାରା ସରକାର ଗରିବଙ୍କ ପାଖରେ ପହଞ୍ଚିଥିବା ପ୍ରତୀୟମାନ ବୋଲି ରାଷ୍ଟ୍ରପତି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+