Union Budget 2025: କ'ଣ ଏହି ଅର୍ଥନୈତିକ ସର୍ଭେ ରିପୋର୍ଟ ? ଜାଣନ୍ତୁ, କଣ ରହିଛି ଏହାର ଇତିହାସ ଓ ଗୁରୁତ୍ୱ

ସାଧାରଣ ବଜେଟ ପାଇଁ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି । ଉଭୟ ଗୃହର ମିଳିତ ବୈଠକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ଅର୍ଥନୈତିକ ସର୍ଭେ ଉପସ୍ଥାପିତ ହେବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ ପୂର୍ବରୁ ଏହି ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ ।

ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଅର୍ଥନୈତିକ ବ୍ୟାପାର ବିଭାଗର ଅର୍ଥନୈତିକ ବିଭାଗ ଦ୍ୱାରା ଅର୍ଥନୈତିକ ସର୍ଭେ କରାଯାଇଥାଏ । ଏହି ସର୍ଭେ ଦେଶର ବିଭିନ୍ନ କ୍ଷେତ୍ରର ଆର୍ଥିକ ସ୍ଥିତି ବିଷୟରେ ସୂଚନା ଦେଇଥାଏ । ଏହି ସର୍ଭେରେ ସାଧାରଣ ବଜେଟ୍ କିଭଳି ହେବ ସେ ନେଇ ମଧ୍ୟ ସୂଚନା ଦେଇଥାଏ ।

କଣ ରହିଛି ଏହାର ଇତିହାସ
ଅର୍ଥନୈତିକ ସର୍ବେକ୍ଷଣର ଇତିହାସ ବିଷୟରେ କହିବାକୁ ଗଲେ ଏହା ପ୍ରଥମେ 1950-51 ରେ ଉପସ୍ଥାପନ ହୋଇଥିଲା । ସେହି ସମୟରେ ଏହା କେବଳ ବଜେଟ୍ ଡକ୍ୟୁମେଣ୍ଟର ଏକ ଅଂଶ ଥିଲା । 1960 ରେ ଏହା ବଜେଟରୁ ଅଲଗା ହୋଇଯାଇଥିଲା ଏବଂ ବର୍ତ୍ତମାନ ବଜେଟର ଗୋଟିଏ ଦିନ ପୂର୍ବରୁ ଉପସ୍ଥାପିତ ହେଉଛି । ଏହି ସର୍ବେକ୍ଷଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି କେନ୍ଦ୍ର ବଜେଟର ବିଷୟବସ୍ତୁ କ'ଣ ହେବ ତାହା ଦର୍ଶାଇଥାଏ ।

ସର୍ଭେରେ ବିଭିନ୍ନ କ୍ଷେତ୍ର ସହ ଜଡିତ ଡକ୍ୟୁମେଣ୍ଟଗୁଡିକ ଉପସ୍ଥାପିତ କରାଯାଇଥାଏ । ଏହା ସହିତ, ଏଥିରେ ଏକ ପୃଥକ ଅଧ୍ୟାୟ ମଧ୍ୟ ଅଛି, ଯେଉଁଥିରେ ଆବଶ୍ୟକତା ଅନୁଯାୟୀ, କେଉଁ କ୍ଷେତ୍ର ଅଧିକ ଧ୍ୟାନ ଆବଶ୍ୟକ କରେ, ଏହା ମଧ୍ୟ ଉଲ୍ଲେଖ କରାଯାଇଥାଏ । ଚଳିତ ବର୍ଷର ବଜେଟ୍ ବିଷୟରେ କହିବାକୁ ଗଲେ ଏହା ମୋଦୀ ସରକାରଙ୍କ ଏହି କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣକାଳୀନ ବଜେଟ୍ ହେବ ।

କାହିଁକି ଜରୁରି ହୋଇଥାଏ ଅର୍ଥନୈତିକ ସର୍ଭେ ?

ଇକୋନୋମିକ୍ ସର୍ଭେରୁ ଗତ ଆର୍ଥିକ ବର୍ଷର ଆୟ-ବ୍ୟୟର ଚିଠା ମିଳିଥାଏ, ଏହାସହ ଆଗାମୀ ଆହ୍ୱାନର ଅନୁମାନ କରାଯାଇଥାଏ । ଏଥିରେ କେଉଁ-କେଉଁ ଫ୍ୟାକ୍ଟର, ଯାହା ଦେଶର ବିକାଶର ବାଧା ସୃଷ୍ଟି କରୁଛି ତାହା କୁହାଯାଇଥାଏ । ଏହାକୁ ଦୂର କରିବା ପାଇଁ କଣ କରାଯାଇ ପାରିବ ତାହା ମଧ୍ୟ ରହିଥାଏ । ଅର୍ଥନୈତିକ ସର୍ଭେ ଏହା ମଧ୍ୟ କହିଥାଏ ଯେ ଅର୍ଥବ୍ୟବସ୍ଥାର ଗତିକୁ ଦ୍ରୁତ କରିବା ପାଇଁ କେଉଁ ପଦକ୍ଷେପ ନିଆଯିବା ଦରକାର । ଏଥିରେ ଅଲଗା-ଅଲଗା ସେକ୍ଟର, ଯେପରି କୃଷି ଏବଂ ଅଟୋମୋବାଇଲର ଆହ୍ୱାନ ଏବଂ ସମ୍ଭାବନାର ଉଲ୍ଲେଖ କରାଯାଇଥାଏ ।

ସାଧାରଣ ଲୋକଙ୍କ ପାଇଁ ବି ଆର୍ଥିକ ସର୍ଭେ ଜରୁରି

ଦେଶର ଅର୍ଥବ୍ୟବସ୍ଥା କେଉଁ ସ୍ଥିତିରେ ଅଛି ତାହା ଆର୍ଥିକ ସର୍ଭେରୁ ବୁଝାପଡ଼ିଥାଏ । ଦରବୃଦ୍ଧି ଏବଂ ବେରୋଜଗାର ପରି ଗୁରୁତ୍ୱପୂର୍ଣ୍ଣ ଡାଟା ମଧ୍ୟ ଲୋକଙ୍କ ସାମନାକୁ ଆସିଥାଏ । ଏହାଦ୍ୱାରା ନିବେଶ, ସଂଚୟ ଏବଂ ଖର୍ଚ୍ଚ ନିର୍ଦ୍ଧାରଣ ପରି ନିଷ୍ପତ୍ତି ନେବାରେ ଲୋକଙ୍କ ପାଇଁ ସହାୟକ ହୋଇଥାଏ ।

What is the Economic Survey Report

ଅର୍ଥନୈତିକ ସର୍ଭରେ ସରକାରଙ୍କ ନୀତିର ସବିଶେଷ ତଥ୍ୟ ରହିଥାଏ । ଏଥିରେ ସେମାନଙ୍କ ସମ୍ଭାବିତ ପ୍ରଭାବ ବିଷୟରେ ମଧ୍ୟ କୁହାଯାଇଥାଏ । ଏଥିରେ ଜନତା ବୁଝିପାରିବେ ଯେ ସରକାର କେଉଁ ନୀତି ଲାଗୁ କରୁଛନ୍ତି ଏବଂ ତାର କଣ ପ୍ରଭାବ ପଡ଼ିବ ।
ଆର୍ଥିକ ସର୍ଭେରେ ସମାଜିକ ଏବଂ ଆର୍ଥିକ ସମସ୍ୟାର ବି ବିସ୍ତୃତ ଚିଠା ରହିଥାଏ । ଏଥିରେ ଏହାର ମୁକାବିଲା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥାଏ ।
ଏହି ସର୍ଭେ ନିବେଶକଙ୍କ ପାଇଁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସେମାନେ ଏହି ରିପୋର୍ଟରେ କେଉଁ କ୍ଷେତ୍ରରେ ନିବେଶର ଭଲ ସୁଯୋଗ ତାହା ଜାଣିପାରନ୍ତି । ଯେପରି ଯଦି ସରକାରଙ୍କ ଫୋକସ ଭିତ୍ତିଭୂମି ଉପରେ ରହୁ ତେବେ ଏହି ସେକ୍ଟର ନିବେଶ ପାଇଁ ଭଲ ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+