Union Budget 2025: କେନ୍ଦ୍ର ବଜେଟରୁ କ'ଣ ରହିଛି ଓଡ଼ିଶାର ଆଶା ?
ଆସନ୍ତାକାଲି ଚଳିତ ଆର୍ଥିକବର୍ଷର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଟାକ୍ସ ସ୍ଲାବରୁ ନେଇ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ, ବଜେଟର ରୂପରେଖ କ'ଣ ହେବ, ଜୋରଦାର ଚର୍ଚ୍ଚା । ବଜେଟ୍ ପୂର୍ବରୁ ପ୍ରାକ-ପରାମର୍ଶ ସଭା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଗତବର୍ଷ ଶେଷ ଭାଗରେ ରାଜସ୍ଥାନର ଜୈସଲମେରରେ ଆୟୋଜିତ ଏହି ପ୍ରାକ୍-ବଜେଟ ପରାମର୍ଶ ବୈଠକରେ, ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନେ ଅଂଶଗ୍ରହଣ କରି ବିଭିନ୍ନ ବିନ୍ଦୁ ଉପରେ ସେମାନଙ୍କ ସୁପାରିଶ ରଖିଥିଲେ ।

ପ୍ରାକ୍-ବଜେଟ ବୈଠକରେ ଓଡିଶା ରଖିଥିଲା ୮ଟି ଦାବି
ଗତବର୍ଷ (2024) ଡିସେମ୍ବର 20 ତାରିଖରେ ରାଜସ୍ଥାନର ଜୈସଲମେରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ପ୍ରାକ-ବଜେଟ ପରାମର୍ଶ ବୈଠକ । ଚଳିତ କେନ୍ଦ୍ରୀୟ ବଜେଟ ୨୦୨୫-୨୬ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ ।
ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ତଥା ଅର୍ଥ ବିଭାଗ ନିଜ ଅଧୀନରେ ରଖିଥିବା ମୋହନ ଚରଣ ମାଝୀ ସାମିଲ ହୋଇଥିଲେ । ବର୍ତ୍ତମାନର ରାଜ୍ୟର ଆର୍ଥିକ ସ୍ଥିତି ଅନୁସାରେ, ମୁଖ୍ୟମନ୍ତ୍ରୀ ରାଜ୍ୟର ଅର୍ଥନୈତିକ ଲକ୍ଷ୍ୟ ଏବଂ କେନ୍ଦ୍ରୀୟ ବଜେଟ୍ ୨୦୨୫-୨୦୨୬ ରେ ଓଡିଶା ଦାବି ଓ ଆଭିମୁଖ୍ୟ ମଧ୍ୟ ଉପସ୍ଥାପନ କରିଥିଲେ । ୮ଟି କ୍ଷେତ୍ରରେ ଓଡିଶା କେନ୍ଦ୍ରୀୟ ବଜେଟରେ ପୂର୍ବାପେକ୍ଷା ଅଧିକ ପ୍ରାଧାନ୍ୟ ଆଶା କରୁଛି ବୋଲି ଦର୍ଶାଇଥିଲେ ମୁଖ୍ୟମନ୍ତ୍ରୀ ।
ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ସ୍ୱତନ୍ତ୍ର ସହାୟତା (SACI)
ଗତ କେନ୍ଦ୍ରୀୟ ବଜେଟ୍ (୨୦୨୪-୨୫)ରେ ପୁଞ୍ଜି ନିବେଶ ପାଇଁ ସ୍ୱତନ୍ତ୍ର ସହାୟତା ଅଧିନରେ ୧.୫୦ ଲକ୍ଷ କୋଟିର ବର୍ଦ୍ଧିତ ଆବଣ୍ଟନ କରିଥିଲା କେନ୍ଦ୍ର । ଯାହା ଦ୍ବାରା ଓଡ଼ିଶା ସମେତ ସମସ୍ତ ରାଜ୍ୟକୁ ଏହାର ଲାଭ ମିଳିଥିବା କଥା କହି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶଂସା କରିଥିଲେ ।
ଗତ ଆର୍ଥିକ ବର୍ଷ ଠାରୁ ଚଳିତ ଆର୍ଥିକ ବର୍ଷ (୨୦୨୫-୨୦୨୬) ପାଇଁ ଆବଣ୍ଟନକୁ 60%କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ରଖିଥିଲେ ।
ସହରୀକରଣକୁ ପ୍ରୋତ୍ସାହନ
ଓଡ଼ିଶାର ସହରୀକରଣ ହାର ଜାତୀୟ ହାର ତୁଳନାରେ କମ୍ ରହିଛି । ଏହି ପ୍ରସଙ୍ଗ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରାକ ବଜେଟ ବୈଠକରେ ଉତ୍ଥାପିତ କରିଥିଲେ । ବିଶେଷକରି ଓଡ଼ିଶା ଭଳି ଅଧିକ ଗ୍ରାମାଞ୍ଚଳବହୁଳ ରାଜ୍ୟରେ ସହରାଞ୍ଚଳ ଭିତ୍ତିଭୂମିର ବିକାଶ କରିବା ପାଇଁ ଅଧିକ ନିବେଶର ଆବଶ୍ୟକତା ରହିଛି । ତେଣୁ କେନ୍ଦ୍ରୀୟ ବଜେଟରେ ଏହି ଦିଗକୁ ଦୃଷ୍ଟି ଦେଇ ବ୍ୟୟବରାଦ ରାଶିରେ ବୃଦ୍ଧି କରାଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ସହ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ରୀୟ ବଜେଟରେ ଦୃଷ୍ଟି ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି ରଖିଥିଲେ ।
ଅର୍ଥନୈତିକ ଏବଂ ଆର୍ଥିକ ଦୃଷ୍ଟିକୋଣ
୨୦୨୫-୨୬ ଆର୍ଥିକ ବର୍ଷରେ ଭାରତ ବିଶ୍ୱ ଅର୍ଥନୀତି ସ୍ଥିତିରେ ଏକ ଅଗ୍ରଣୀ ସ୍ଥାନ ଗ୍ରହଣ କରିବାକୁ ଯାଉଛି । ସଦ୍ୟତମ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ତଥ୍ୟ ଅନୁଯାୟୀ, ୨୦୨୪-୨୫ ଏବଂ ୨୦୨୫-୨୬ ଆର୍ଥିକବର୍ଷରେ ବିଶ୍ବର ଅଭିବୃଦ୍ଧି ହାର ୩.୨ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଅବଧି ମଧ୍ୟରେ ଭାରତର ଅର୍ଥନୀତି ପ୍ରାୟ ୭.୨% ଅଭିବୃଦ୍ଧିରେ ପହଞ୍ଚିବ ଓ ୨୦୨୫-୨୬ ରେ ୭% ଅଭିବୃଦ୍ଧି ହେବ ବୋଲି ଆକଳନ କରିଛି ।
ସମ୍ବଳ ଦୃଷ୍ଟିକୋଣ
ଜାତୀୟ ଏବଂ ରାଜ୍ୟ ସ୍ତରରେ ସକଳ ଘରୋଇ ଉଦ୍ୟୋଗ (GDP), ମୁଦ୍ରାସ୍ଫୀତି ଏବଂ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କରର ଉଷ୍ମତା ପାଇଁ ଆକଳନ କରାଯାଇଥିବା ଅଭିବୃଦ୍ଧିକୁ ବିଚାରକୁ ନେଇ, ରାଜ୍ୟର ମୋଟ ରାଜସ୍ୱ ପ୍ରାପ୍ତି ଚଳିତ ବର୍ଷର ଆକଳନ ତୁଳନାରେ 2025-26 ଆର୍ଥିକ ବର୍ଷରେ ପ୍ରାୟ 12% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।
ପର୍ଯ୍ୟଟନ ବିକାଶ
କେନ୍ଦ୍ର ବଜେଟ୍ ୨୦୨୪-୨୫ ରେ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାକୁ ଆଖି ଦୃଶିଆ ଆବଣ୍ଟନ ମିଳିଥିଲା । ଓଡିଶାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ତେଣୁ ଏଥର ବଜେଟରେ ଓଡିଶାକୁ ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ କରିବା ପାଇଁ ପ୍ରାୟ ୧୦,୦୦୦ କୋଟି ନିବେଶ ପ୍ୟାକେଜ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସରକାରଙ୍କ ରଣନୈତିକ ପ୍ରାଥମିକତା
ରାଜ୍ୟ ସାମଗ୍ରିକ ବିକାଶ ପାଇଁ ବିଭିନ୍ନ କ୍ଷେତ୍ରକୁ ମିଶାଇ ରାଜ୍ୟ ସରକାର ବିକାଶର 10ଟି ମାପଦଣ୍ଡ ଚିହ୍ନଟ କରିଛନ୍ତି । ସେଗୁଡିକ ମଧ୍ୟରେ ଅନ୍ନଦାତା, ସାମାଜିକ ନ୍ୟାୟ, ଉତ୍ତରା ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ବ୍ୟବସ୍ଥା , ଇଜ ଅଫ ଲିଭିଂ, ମୌଳିକ ନାଗରିକ ସୁବିଧା, ବିକଶିତ ଗାଁ, ବିକାଶିତ ସହର ଓ ବିକାଶିତ ଓଡ଼ିଶା, ଶିଳ୍ପ, ରୋଜଗାର ଓ କର୍ମ ନିଯୁକ୍ତି, ଓଡ଼ିଆ ଅସ୍ମିତା ଓ ଜଗନ୍ନାଥ, ସଂସ୍କୃତି ଓ ଲୋକଙ୍କ ସରକାର ପରି ବିଭିନ୍ନ ମାପଦଣ୍ଡ ନିର୍ଦ୍ଧାରିତ କରାଯାଇଥିବା ମୁଖ୍ୟମନ୍ତ୍ରୀ ଉକ୍ତ ବୈଠକରେ ଉଲ୍ଲେଖ କରିଥିଲେ ।
ଜଳ ଜୀବନ ମିଶନ
ଓଡିଶାରେ ଅନେକ ସ୍ଥାନରେ ଗ୍ରୀଷ୍ମ ଋତୁରେ ପାନୀୟ ଜଳକଷ୍ଟ ସମସ୍ୟା ରହିଛି । ପ୍ରଚଣ୍ଡ ଗ୍ରୀଷ୍ମ ଆରମ୍ଭ ହେବା ପୂର୍ବରୁ ରାଜ୍ୟରେ ନିର୍ମାଣାଧୀନ ଥିବା ଗୁରୁତ୍ୱପୂର୍ଣ୍ଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକୁ ଶେଷ କରିବା ପାଇଁ କେନ୍ଦ୍ରର ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବଜେଟରେ ଏଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ସେ ପରାମର୍ଶ ରଖିଛନ୍ତି ।
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications