Get Updates
Get notified of breaking news, exclusive insights, and must-see stories!

୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ

Union Budget 2025: ବଜେଟରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏବେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁ।

Union Budget 2025

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ଏବେ ୧୨ ଲକ୍ଷ ଟଙ୍କା ବାର୍ଷିକ ଆୟ ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁ। ନୂତନ ଟିକସ ବ୍ୟବସ୍ଥା ଅଧୀନରେ ଏହି ପରିବର୍ତ୍ତନ କରାଯାଇଛି। ପୂର୍ବରୁ ୭ ଲକ୍ଷ ଟଙ୍କା ଆୟ ଉପରେ କୌଣସି ଟିକସ ଦେବାକୁ ପଡୁନଥିଲା। ମାନକ ଡିଡକ୍ସନ କେବଳ ୭୫ ହଜାର ଟଙ୍କା ରଖାଯାଇଛି। ଏହା ସହିତ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂତନ ଆୟକର ବିଲ୍ ମଧ୍ୟ ଘୋଷଣା କରିଥିଲେ। ସେ କହିଛନ୍ତି ଯେ ନୂତନ ଆୟକର ବିଲ୍ ଆସନ୍ତା ସପ୍ତାହରେ ଅଣାଯିବ।

ସେହିପରି ୨୪ ଲକ୍ଷରୁ ଅଧିକ ଆୟ ଉପରେ ଏବେ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ସେହିପରି ୧୫ରୁ ୨୦ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଦେବାକୁ ପଡିବା ନେଇ ସୂଚନା ରହିଛି ।

୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ: ୦% ଟିକସ
୪ ଲକ୍ଷ ଟଙ୍କାରୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ: ୫% ଟିକସ
୮ ଲକ୍ଷରୁ ୧୨ ଲକ୍ଷ ପର୍ଯ୍ୟନ୍ତ: ୧୦% ଟିକସ
୧୨ ଲକ୍ଷରୁ ୧୬ ଲକ୍ଷ ପର୍ଯ୍ୟନ୍ତ: ୧୫% ଟିକସ
୧୬ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ : ୨୦% ଟିକସ
୨୦ ଲକ୍ଷ ଟଙ୍କାରୁ ୨୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ: ୨୫% ଟିକସ
୨୪ ଲକ୍ଷ ଟଙ୍କାରୁ ଅଧିକ: ୩୦% ଟିକସ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+