budget 2025:Budget 2025 ; କେନ୍ଦ୍ର ବଜେଟରେ ଯୁବ, ମହିଳା, ଗରିବ ଓ କୃଷକଙ୍କୁ ପ୍ରାଥମିକତା

Budget 2025: ସଂସଦରେ ଶନିବାର ଦେଶର ସାଧାରଣ ବଜେଟ୍ ଉପସ୍ଥାପିତ ହେଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ଲୋକସଭାରେ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ସଂସଦର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ରେ ଶେଷ ହେବ। ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଏପ୍ରିଲ ୪ରେ ଶେଷ ହେବ।

Budget 2025

Feb 01, 2025, 7:26 pm IST

ଆଜି ଲୋକସଭାରେ କେନ୍ଦ୍ର ବଜେଟ୍ 2025-26 ଉପସ୍ଥାପନ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନେ ଅଭିନନ୍ଦନ ଜଣାଇଛନ୍ତି।

ଆଜି ଲୋକସଭାରେ କେନ୍ଦ୍ର ବଜେଟ୍ 2025-26 ଉପସ୍ଥାପନ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନେ ଅଭିନନ୍ଦନ ଜଣାଇଛନ୍ତି।
Feb 01, 2025, 7:11 pm IST

ରେଳ ମନ୍ତ୍ରାଳୟ ପାଇଁ ୨.୫୫ ଲକ୍ଷ କୋଟି

କେନ୍ଦ୍ର ବଜେଟରେ ରେଳ ମନ୍ତ୍ରଣାଳୟ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେଥିମଧ୍ୟରୁ ୩,୪୪୫ କୋଟି ଟଙ୍କା ରାଜସ୍ବ ଓ ୨,୫୨,୦୦୦ କୋଟି ଟଙ୍କା ପୁଞ୍ଜି ବ୍ୟୟରେ ଖର୍ଚ୍ଚ ହେବ। ତେଣୁ ରେଳ ବଜେଟରେ ମୋଟ ୨ ଲକ୍ଷ ୫୫ ହଜାର ୪୪୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୪-୨୫ରେ ୨.୫୨ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଥିଲା ।
Feb 01, 2025, 6:43 pm IST

2025 ବଜେଟ୍ ହେଉଛି ବିକାଶିତ ଭାରତର ସ୍ୱପ୍ନ ପୂରଣ କରିବା ପାଇଁ ମୂଳଦୁଆ: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

2025 ବଜେଟ୍ ହେଉଛି ବିକାଶିତ ଭାରତର ସ୍ୱପ୍ନ ପୂରଣ କରିବା ପାଇଁ ମୂଳଦୁଆ: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
Feb 01, 2025, 6:14 pm IST

ବଜେଟକୁ ପ୍ରଶଂସା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ବଜେଟକୁ ପ୍ରଶଂସା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Feb 01, 2025, 6:00 pm IST

ବଜେଟରେ ଆଇଟିଆରକୁ ନେଇ କରଦାତାଙ୍କୁ ଆଶ୍ବସ୍ତି

ବଜେଟରେ ଆଇଟିଆରକୁ ନେଇ କରଦାତାଙ୍କୁ ଆଶ୍ବସ୍ତି, ଏବେ ୪ ବର୍ଷରେ ଫାଇଲ କରିପାରିବେ ରିଟର୍ଣ୍ଣ
Feb 01, 2025, 5:12 pm IST

କେନ୍ଦ୍ର ସରକାରଙ୍କ ବଜେଟକୁ ସ୍ୱାଗତ କଲେ ଯୋଗୀ ଆଦିତ୍ୟନାଥ

କେନ୍ଦ୍ର ସରକାରଙ୍କ ବଜେଟକୁ ସ୍ୱାଗତ କଲେ ଯୋଗୀ ଆଦିତ୍ୟନାଥ । କହିଲେ, ପ୍ରଥମ ଥର ପାଇଁ ମଧ୍ୟବିତ୍ତଙ୍କ ପାଇଁ ଆସ୍ୱସ୍ଥିକର ବଜେଟ ଆଣିଲେ କେନ୍ଦ୍ର ସରକାର
Feb 01, 2025, 4:56 pm IST

ସବୁ ବର୍ଗର ଲୋକଙ୍କ ହିତରେ ଏହି ବଜେଟ: ନିର୍ମଳା ସୀତାରମଣ

ନିର୍ମଳା ସୀତାରମଣ କହିଛନ୍ତି ସବୁ ବର୍ଗର ଲୋକଙ୍କ ହିତରେ ଏହି ବଜେଟ , ବିଶେଷ କରି ଗ୍ରାମୀଣ ବିକାଶ ଉପରେ ଧ୍ୟାନ ଦିଆଯାଇଛି
Feb 01, 2025, 4:37 pm IST

ବଜେଟ୍‌କୁ ନେଇ ଜଣେ ସାଧାରଣ ଜନତା କହିଛନ୍ତି....

ବଜେଟ୍‌କୁ ନେଇ ଜଣେ ସାଧାରଣ ଜନତା କହିଛନ୍ତି, ୮%ରୁ ଅଧିକ ଅଭିବୃଦ୍ଧି ସୁନିଶ୍ଚିତ କରିବା ଦିଗରେ ଆଜି ବଜେଟ ସମର୍ପିତ ରହିଛି
Feb 01, 2025, 4:12 pm IST

ଏହି ବଜେଟ୍ ହେଉଛି ଲୋକଙ୍କ ବଜେଟ୍; ଏକନାଥ ସିନ୍ଦେ

ଏହି ବଜେଟ୍ ହେଉଛି ଲୋକଙ୍କ ବଜେଟ୍; ଏକନାଥ ସିନ୍ଦେ
Feb 01, 2025, 3:36 pm IST

କେନ୍ଦ୍ର ବଜେଟକୁ ନେଇ ବଡ କଥା କହିଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା

କେନ୍ଦ୍ର ବଜେଟକୁ ନେଇ ବଡ କଥା କହିଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା
On the Union Budget 2025, Union Minister and BJP National President JP Nadda says "Under the leadership of Prime Minister Narendra Modi, the country is witnessing the journey of Viksit Bharat. In the last 10 years, the Prime Minister has tirelessly brought about 25 crore people out of poverty. Along with this, while providing a great relief to the middle-class families of the country, the tax exemption has been increased to Rs 12 lakh. In this budget, special attention has been given to the skills of the youth, investment in agriculture and creation of employment options in rural areas...Along with the announcement of the construction of the Ramayana Circuit and Buddha Circuit, a provision of Rs 1.5 lakh crore has been made for the infrastructure development of the states..."
Feb 01, 2025, 3:31 pm IST

ବଜେଟରେ ଆମାଜନ୍, ଫ୍ଲିପକାର୍ଟ, ଜୋମାଟୋ ଆଉ ସ୍ୱିଗି ଭଳି ଡେଲିଭରୀ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ମୋଦୀ ସରକାର ଖୁବଶୀଘ୍ର ଏହି ୧ କୋଟି କର୍ମଚାରୀଙ୍କୁ ପରିଚୟ ପ୍ରଦାନ କରିବେ । ଏହାସହିତ ଇ-ଶ୍ରମ ପୋର୍ଟାଲରେ ମଧ୍ୟ ସେମାନଙ୍କର ପଞ୍ଜୀକରଣ କରାଯିବ । କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସହରୀ ଶ୍ରମିକଙ୍କ ସାମାଜିକ-ଆର୍ଥିକ ଉନ୍ନତି ଉଦ୍ଦେଶ୍ୟରେ ଏହା କରାଯିବ । ଯାହାର ଫାଇଦା ଫ୍ଲିପକାର୍ଟ, ଆମାଜନ୍, ଜୋମାଟୋ ଆଉ ସ୍ୱିଗି ଭଳି କମ୍ପାନୀରେ ଡେଲିଭରୀ କରୁଥିବା କୋଟି କୋଟି କର୍ମଚାରୀଙ୍କୁ ମିଳିବ ।
Feb 01, 2025, 3:11 pm IST

ଏହା ସାଧାରଣ ଲୋକଙ୍କ ବଜେଟ୍

୨୦୨୫ ସାଧାରଣ ବଜେଟକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ପ୍ରଶଂସା କରିଛନ୍ତି। ବଜେଟ ବହୁତ ଭଲ ହୋଇଛି ବୋଲି ମୋଦୀ କହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିସାରିବା ପରେ ପ୍ରଧାନମନ୍ତ୍ରୀ ତାଙ୍କ ନିକଟରେ ପହଞ୍ଚି ଭଲ ବଜେଟ ପାଇଁ କୃତଜ୍ଞତା ଜଣାଇଥିଲେ। ବଜେଟ ଭଲ ହୋଇଥିବାରୁ ସମସ୍ତେ ଆପଣଙ୍କ ପ୍ରଶଂସା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଅର୍ଥମନ୍ତ୍ରୀଙ୍କୁ କହିଥିଲେ।
Feb 01, 2025, 2:55 pm IST

ବଜେଟକୁ ନେଇ ଏମିତି କହିଲେ ପ୍ରଧାନମନ୍ତ୍ରୀ

ବଜେଟକୁ ନେଇ ଏମିତି କହିଲେ ପ୍ରଧାନମନ୍ତ୍ରୀ
Feb 01, 2025, 2:33 pm IST

ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବ ଏହି ବଜେଟ୍, ରାଜନାଥ ସିଂହ

ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବ ଏହି ବଜେଟ୍, ରାଜନାଥ ସିଂହ
Feb 01, 2025, 2:10 pm IST

ଐତିହାସିକ ବଜେଟ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, "ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଏକ ଐତିହାସିକ ବଜେଟ୍ ଉପସ୍ଥାପନ କରିଛନ୍ତି।
Feb 01, 2025, 1:51 pm IST

ଅର୍ଥ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

2025 ବଜେଟରେ ପ୍ରଧାନମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି- ସମସ୍ତେ ଆପଣଙ୍କୁ ପ୍ରଶଂସା କରୁଛନ୍ତି, ବଜେଟ୍ ବହୁତ ଭଲ ।
Feb 01, 2025, 1:34 pm IST

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
Feb 01, 2025, 1:23 pm IST

ବଜେଟକୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ର ସରକାରଙ୍କ ବଜେଟରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କରଛାଡ଼ ଘୋଷଣାକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କୃତଜ୍ଞତା ଜଣାଇଛନ୍ତି।
Feb 01, 2025, 1:15 pm IST

ବଜେଟକୁ ଏମିତି କହିଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କୁହନ୍ତି, "ବିହାରକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି ଏବଂ ରାଜ୍ୟ ପାଇଁ ବଡ ପ୍ରକଳ୍ପ ଘୋଷଣା କରାଯାଇଛି। ଏହି ବଜେଟ୍ ଗରିବ, କୃଷକଙ୍କ କଲ୍ୟାଣ ତଥା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ... ଏହି ବଜେଟ୍ ଏପରି ଯେ ଏହା ରୋଜଗାର ସୃଷ୍ଟି କରିବ।
Feb 01, 2025, 1:08 pm IST

ବଜେଟକୁ ସ୍ୱାଗତ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଏଚଡି ଦେବେ ଗୌଡା କହିଛନ୍ତି ଯେ "... ସେ (କେନ୍ଦ୍ର ଅର୍ଥମନ୍ତ୍ରୀ) ମଧ୍ୟବିତ୍ତ, ଚିକିତ୍ସା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରକୁ ଲାଭ ପ୍ରଦାନ କରିବା ପାଇଁ ଅନେକ ବଜେଟରେ ଚିନ୍ତା କରାଯାଇଛି । ମୁଁ ଏହି ବଜେଟକୁ ସ୍ୱାଗତ କରୁଛି।"
Feb 01, 2025, 1:04 pm IST

ବଜେଟରେ ସାଧାରଣ ଲୋକଙ୍କ ପାଇଁ ବିଶେଷ କିଛି ନାହିଁ - ଜୟରାମ ରମେଶ

ବଜେଟରେ ସାଧାରଣ ଲୋକଙ୍କ ପାଇଁ ବିଶେଷ କିଛି ନାହିଁ, ବଜେଟ ଉପରେ ଜୟରାମ ରମେଶଙ୍କ ତାଚ୍ଛଲ୍ୟ ।
Feb 01, 2025, 12:46 pm IST

ଡାକ ବିଭାଗକୁ ଏକ ପ୍ରମୁଖ ଲଜିଷ୍ଟିକ୍ସ ସଙ୍ଗଠନରେ ପରିଣତ କରାଯିବ

ସରକାର ଭାରତୀୟ ଡାକ ବିଭାଗକୁ ୧.୫ ଲକ୍ଷ ଗ୍ରାମୀଣ ଡାକଘର ସହିତ ଏକ ବୃହତ ଲଜିଷ୍ଟିକ୍ସ ସଂଗଠନରେ ପରିଣତ କରିବାକୁ ଯୋଜନା କରୁଛନ୍ତି । ଭାରତୀୟ ଡାକକୁ ୧.୫ ଲକ୍ଷ ଗ୍ରାମୀଣ ଡାକଘର ସହ ଏକ ବୃହତ ଲଜିଷ୍ଟିକ୍ସ ସଙ୍ଗଠନରେ ପରିଣତ କରାଯିବା । ଯାହା ଗ୍ରାମୀଣ ଅର୍ଥବ୍ୟବସ୍ଥା ପାଇଁ ଉତ୍ପ୍ରେରକ ହେବ ।
Feb 01, 2025, 12:39 pm IST

୨୦ହଜାର କୋଟି ଟଙ୍କା ବ୍ୟୟରେ ଛୋଟ ମଡ୍ୟୁଲାର ରିଆକ୍ଟରର ଗବେଷଣା ଏବଂ ବିକାଶ ପାଇଁ ଏକ ପରମାଣୁ ଶକ୍ତି ମିଶନ ସ୍ଥାପନ କରାଯିବ

୨୦ହଜାର କୋଟି ଟଙ୍କା ବ୍ୟୟରେ ଛୋଟ ମଡ୍ୟୁଲାର ରିଆକ୍ଟରର ଗବେଷଣା ଏବଂ ବିକାଶ ପାଇଁ ଏକ ପରମାଣୁ ଶକ୍ତି ମିଶନ ସ୍ଥାପନ କରାଯିବ। ୨୦୩୩ ସୁଦ୍ଧା ଅତି କମରେ ୫ଟି ସ୍ୱଦେଶୀ ଛୋଟ ମଡ୍ୟୁଲାର ରିଆକ୍ଟର କାର୍ଯ୍ୟକ୍ଷମ କରାଯିବ।"
Feb 01, 2025, 12:30 pm IST

୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା...

ବଜେଟରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ । ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା...
Feb 01, 2025, 12:23 pm IST

ଆଗାମୀ ୧୦ ବର୍ଷ ମଧ୍ୟରେ ପରିବର୍ତ୍ତିତ UDAN ଯୋଜନା ଆରମ୍ଭ କରାଯିବ

ଆଗାମୀ ୧୦ ବର୍ଷ ମଧ୍ୟରେ ପରିବର୍ତ୍ତିତ UDAN ଯୋଜନା ଆରମ୍ଭ କରାଯିବ। ମଡିଫାଏଡ୍‌ ଉଡାଣ ସ୍କିମରେ ଯୋଡ଼ି ହେବେ ଆଉ ୪ କୋଟି ବିମାନ ଯାତ୍ରୀ। ବିହାର ପାଟ୍‌ନାରେ ହେବ ଏକ ଗ୍ରୀନ ଫିଲ୍ଡ ବିମାନବନ୍ଦର...
Feb 01, 2025, 12:22 pm IST

ମତ୍ସ୍ୟ ଉତ୍ପାଦନରେ ଭାରତ ସାରା ବିଶ୍ୱରେ ଦ୍ୱିତୀୟ

ମତ୍ସ୍ୟ ଉତ୍ପାଦନରେ ଭାରତ ସାରା ବିଶ୍ୱରେ ଦ୍ୱିତୀୟ
Feb 01, 2025, 12:21 pm IST

ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେଲା

କର୍କଟ ରୋଗର ଔଷଧ ଶସ୍ତା ହେଲା LED-LCD ଟିଭିର ମୂଲ୍ୟ ହ୍ରାସ ପାଇବ ଲିଥିୟମ୍ ଆୟନ୍ ବ୍ୟାଟେରୀ ଶସ୍ତା ହେବ ଇଭି ଏବଂ ମୋବାଇଲ୍ ବ୍ୟାଟେରୀ ଶସ୍ତା ହେବ। ଚମଡ଼ା ଦ୍ରବ୍ୟ ଦାମ୍ କମିବ
Feb 01, 2025, 12:15 pm IST

୩୬ ଟି କର୍କଟ ଔଷଧ କଷ୍ଟମ୍ସ ଡ୍ୟୁଟିରୁ ମୁକ୍ତ

ଅର୍ଥମନ୍ତ୍ରୀ କହିଛନ୍ତି ଯେ କର୍କଟ ରୋଗୀଙ୍କ ପାଇଁ 36 ଟି ଔଷଧକୁ ମୌଳିକ କଷ୍ଟମ ଡ୍ୟୁଟିରୁ ସମ୍ପୂର୍ଣ୍ଣ ଛାଡ କରାଯିବା ଆବଶ୍ୟକ।
Feb 01, 2025, 12:11 pm IST

ଶସ୍ତା ହେବ ମୋବାଇଲ୍, ଟିଭି, ଇଲେକ୍ଟ୍ରିକ୍ କାର୍

36 କର୍କଟ ଔଷଧ ଶସ୍ତା ହେବ । ମୋବାଇଲ୍ ଏବଂ ଟିଭି ଶସ୍ତା ହେବ । ଇଲେକ୍ଟ୍ରିକ୍ କାର୍ ଶସ୍ତା ହେବ । ପୋଷାକ ଶସ୍ତା ହେବ । ଚମଡ଼ା ସାମଗ୍ରୀ ଶସ୍ତା ହେବ । ବଜେଟ ଦେଲା ଉପହାର
Feb 01, 2025, 12:08 pm IST

-ଆସନ୍ତା ସପ୍ତାହରେ ଆସିବ ନୂଆ ଆୟକର ବିଲ୍‌

ନୂଆ ଆୟକର ବିଲ୍‌ ଆସିବ କହିଲେ ଅର୍ଥମନ୍ତ୍ରୀ ବୀମା କ୍ଷେତ୍ରରେ ଏଫ୍‌ଡିଆଇ ୭୫%ରୁ ୧୦୦%କୁ ବୃଦ୍ଧି
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+