କେନ୍ଦ୍ର ବଜେଟ୍ ୨୦୨୫:କମିପାରେ ସୁନା ଦର, ଜାଣନ୍ତୁ ଆଜିର Gold Price
Today Gold Price: ବିଶ୍ୱ ବଜାର ସ୍ଥିତି, ଡଲାର ମୂଲ୍ୟ, ଏବଂ ଅନ୍ତର୍ଜାତୀୟ ସୁନା ଚାହିଦା ଏବଂ ଭାରତ ସରକାରଙ୍କ ବଜେଟ୍ ନୀତି ସୁନା ମୂଲ୍ୟ ଉପରେ ପ୍ରଭାବ ପଡ଼ିଥାଏ। ଚଳିତ ବର୍ଷର ବଜେଟ୍ ଉପରେ ସମସ୍ତଙ୍କ ନଜର ରହିଛି ଏବଂ ଏହି ବଜେଟ୍ ଉପରେ ଅନେକ ଆଶ ମଧ୍ୟ ରହିଛି । ବିଶେଷଜ୍ଞମାନଙ୍କ ଅନୁସାରେ, ଯଦି ସରକାରଙ୍କ ଦ୍ୱାରା ଆମଦାନୀ ଶୁଳ୍କରେ ପରିବର୍ତ୍ତନ, GST ହାରରେ ସଂଶୋଧନ କିମ୍ବା ସୁନା ସମ୍ବନ୍ଧୀୟ ନିବେଶ ବିକଳ୍ପ ଉପରେ ନୂତନ ନୀତି ଲାଗୁ କରାଯାଏ ତେବେ ଏହା ସୁନା ମୂଲ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇବ ।

ଯଦି ସରକାର ସୁନା ଉପରେ ଆମଦାନୀ ଶୁଳ୍କ ହ୍ରାସ କରନ୍ତି ତେବେ ଦେଶରେ ସୁନା ଦର କମିବ । ଯଦି ସୁନା ସହିତ ଜଡିତ ନିବେଶ ବିକଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରାଯାଏ, ତେବେ ସୁନାର ଚାହିଦା ଏବଂ ମୂଲ୍ୟ ଉଭୟ ବୃଦ୍ଧି ପାଇପାରିବ। ଆଜି ଭାରତରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ₹ 7,595 ଏବଂ 24 କ୍ୟାରେଟ୍ ସୁନା ର ମୂଲ୍ୟ 8,285 ଟଙା ରହିଛି । ଆଜି ଭାରତରେ ରୂପାର ମୂଲ୍ୟ ପ୍ରତି ଗ୍ରାମ 96.50 ଟଙ୍କା ଏବଂ କିଲୋଗ୍ରାମ 96,500 ଟଙ୍କା ରହିଛି ।












Click it and Unblock the Notifications