Get Updates
Get notified of breaking news, exclusive insights, and must-see stories!

ଅର୍ଥନୈତିକ ସର୍ଭେରେ ଗୁରୁତ୍ୱ କ'ଣ ? କାହିଁକି ବଜେଟର ଗୋଟିଏ ଦିନ ପୂର୍ବରୁ ଉପସ୍ଥାପିତ ହୁଏ ଅର୍ଥନୈତିକ ସର୍ଭେ ?

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୨୩ରେ ବଜେଟ୍ ଉପସ୍ଥାପନ କରିବେ । ତେବେ ଏହାର ଗୋଟିଏ ଦିନ ପୂର୍ବରୁ ଆଜି ଜୁଲାଇ ୨୨ରେ ଅର୍ଥନୈତକ ସର୍ଭେକୁ ସଂସଦରେ ଉପସ୍ଥାପନ କରାଯିବ । ଏହା ବଜେଟ୍ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଅର୍ଥନୈତିକ ସର୍ଭକୁ ସରକାରଙ୍କ ରିପୋର୍ଟ କାର୍ଡ ରୂପେ ବୁଝାଯାଇପାରେ ।

ଅର୍ଥନୈତିକ ସର୍ଭେରେ ଗୁରୁତ୍ୱ କ'ଣ ?

ଅର୍ଥନୈତିକ ସର୍ଭେ ଦେଶର ଅର୍ଥନୀତିର ପୂରା ଚିତ୍ରକୁ ସ୍ପଷ୍ଟ କରିଥାଏ । ଏଥିରେ ଅର୍ଥବ୍ୟବସ୍ଥାର ସ୍ଥିତି, ସମ୍ଭାବନା ଏବଂ ନୀତିଗତ ଆହ୍ୱାନର ବିସ୍ତୃତ ତଥ୍ୟ ଦିଆଯାଇଥାଏ । ଇକୋନୋମିକ୍ ସର୍ଭେରେ ଗତ ଆର୍ଥିକ ବର୍ଷର ରୋଜଗାର, ଜିଡିପି, ମୁଦ୍ରାସ୍ଫୀତି ଏବଂ ବଜେଟ୍ ନିଅଣ୍ଟ ପରି ଗୁରୁତ୍ୱପୂର୍ଣ୍ଣ ଡାଟା ରହିଥାଏ । ଏହି ସବୁର ବ୍ୟାପକ ବିଶ୍ଲେଷଣ ମଧ୍ୟ ହୋଇଥାଏ, ତାହା ମଧ୍ୟ ସହଜ ଭାଷାରେ । ଚଳିତ ବର୍ଷର ଅର୍ଥନୈତିକ ସର୍ଭେ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭି.ଅନନ୍ତ ନାଗେଶ୍ୱରନଙ୍କ ନେତୃତ୍ୱାଧୀନ ଟିମ୍ ପ୍ରସ୍ତୁତ କରୁଛି ।

Union Budget 2024

କାହିଁକି ଜରୁରି ଅର୍ଥନୈତିକ ସର୍ଭେ ?

ଇକୋନୋମିକ୍ ସର୍ଭେରୁ ଗତ ଆର୍ଥିକ ବର୍ଷର ଆୟ-ବ୍ୟୟର ଚିଠା ମିଳିଥାଏ, ଏହାସହ ଆଗାମୀ ଆହ୍ୱାନର ଅନୁମାନ କରାଯାଇଥାଏ । ଏଥିରେ କେଉଁ-କେଉଁ ଫ୍ୟାକ୍ଟର, ଯାହା ଦେଶର ବିକାଶର ବାଧା ସୃଷ୍ଟି କରୁଛି ତାହା କୁହାଯାଇଥାଏ । ଏହାକୁ ଦୂର କରିବା ପାଇଁ କଣ କରାଯାଇ ପାରିବ ତାହା ମଧ୍ୟ ରହିଥାଏ । ଅର୍ଥନୈତିକ ସର୍ଭେ ଏହା ମଧ୍ୟ କହିଥାଏ ଯେ ଅର୍ଥବ୍ୟବସ୍ଥାର ଗତିକୁ ଦ୍ରୁତ କରିବା ପାଇଁ କେଉଁ ପଦକ୍ଷେପ ନିଆଯିବା ଦରକାର । ଏଥିରେ ଅଲଗା-ଅଲଗା ସେକ୍ଟର, ଯେପରି କୃଷି ଏବଂ ଅଟୋମୋବାଇଲର ଆହ୍ୱାନ ଏବଂ ସମ୍ଭାବନାର ଉଲ୍ଲେଖ କରାଯାଇଥାଏ ।

ପୂର୍ବେ ବଜେଟର ଅଂଶ ଥିଲା ଆର୍ଥିକ ସର୍ଭେ

ଦେଶର ପ୍ରଥମ ଇକୋନୋମିକ୍ ସର୍ଭେ ୧୯୫୦-୫୧ରେ ଉପସ୍ଥାପନ କରାଯାଇଥିଲା । ସେହି ସମୟରେ ଏହା ବଜେର ଅଂଶ ଥିଲା । କିନ୍ତୁ ୧୯୬୪ରେ ଅର୍ଥନୈତିକ ସର୍ଭେକୁ ବଜେଟ୍ ଗୋଟିଏ ଦିନ ପୂର୍ବେ ଉପସ୍ଥାପନ କରିବାର ପରମ୍ପରା ଆରମ୍ଭ କରାଯାଇଥିଲା । ଏଥିରେ ଲୋକଙ୍କୁ ବଜେଟ୍ ପୂର୍ବରୁ ଅର୍ଥବ୍ୟବସ୍ଥାର ସ୍ଥିତି ଜଣାପଡ଼ିଥାଏ । ଚଳିତ ବର୍ଷ ଫେବ୍ରୁଆରୀ ୧ରେ ଅନ୍ତରୀଣ ବଜେଟ୍ ପୂର୍ବରୁ ଆର୍ଥିକ ସର୍ଭେ ଉପସ୍ଥାପନ କରାଯାଇ ନଥିଲା । ସରକାର କେବଳ ଅର୍ଥବ୍ୟବସ୍ଥା ଉପରେ ସଂକ୍ଷିପ୍ତ ସୂଚନା ଦେଇଥିଲେ ।

ସାଧାରଣ ଲୋକଙ୍କ ପାଇଁ ବି ଆର୍ଥିକ ସର୍ଭେ ଜରୁରି

ଦେଶର ଅର୍ଥବ୍ୟବସ୍ଥା କେଉଁ ସ୍ଥିତିରେ ଅଛି ତାହା ଆର୍ଥିକ ସର୍ଭେରୁ ବୁଝାପଡ଼ିଥାଏ । ଦରବୃଦ୍ଧି ଏବଂ ବେରୋଜଗାର ପରି ଗୁରୁତ୍ୱପୂର୍ଣ୍ଣ ଡାଟା ମଧ୍ୟ ଲୋକଙ୍କ ସାମନାକୁ ଆସିଥାଏ । ଏହାଦ୍ୱାରା ନିବେଶ, ସଂଚୟ ଏବଂ ଖର୍ଚ୍ଚ ନିର୍ଦ୍ଧାରଣ ପରି ନିଷ୍ପତ୍ତି ନେବାରେ ଲୋକଙ୍କ ପାଇଁ ସହାୟକ ହୋଇଥାଏ ।
ଅର୍ଥନୈତିକ ସର୍ଭରେ ସରକାରଙ୍କ ନୀତିର ସବିଶେଷ ତଥ୍ୟ ରହିଥାଏ । ଏଥିରେ ସେମାନଙ୍କ ସମ୍ଭାବିତ ପ୍ରଭାବ ବିଷୟରେ ମଧ୍ୟ କୁହାଯାଇଥାଏ । ଏଥିରେ ଜନତା ବୁଝିପାରିବେ ଯେ ସରକାର କେଉଁ ନୀତି ଲାଗୁ କରୁଛନ୍ତି ଏବଂ ତାର କଣ ପ୍ରଭାବ ପଡ଼ିବ ।

ଆର୍ଥିକ ସର୍ଭେରେ ସମାଜିକ ଏବଂ ଆର୍ଥିକ ସମସ୍ୟାର ବି ବିସ୍ତୃତ ଚିଠା ରହିଥାଏ । ଏଥିରେ ଏହାର ମୁକାବିଲା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥାଏ ।
ଏହି ସର୍ଭେ ନିବେଶକଙ୍କ ପାଇଁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସେମାନେ ଏହି ରିପୋର୍ଟରେ କେଉଁ କ୍ଷେତ୍ରରେ ନିବେଶର ଭଲ ସୁଯୋଗ ତାହା ଜାଣିପାରନ୍ତି । ଯେପରି ଯଦି ସରକାରଙ୍କ ଫୋକସ ଭିତ୍ତିଭୂମି ଉପରେ ରହୁ ତେବେ ଏହି ସେକ୍ଟର ନିବେଶ ପାଇଁ ଭଲ ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+