Union Budget 2024: ଫୋକସରେ ଲାକ୍ଷାଦ୍ୱୀପ, ବିମାନ ବନ୍ଦର ଦୁଇଗୁଣା ହେବ
Budget 2024: ଆଗକୁ ରହିଛି ଲୋକସଭା ନିର୍ବାଚନ 2024 । ଯେଉଁଥି ପାଇଁ ୧ ଫେବ୍ରୁଆରୀରେ କାମଚଳା ବଜେଟ୍ ଉପସ୍ଥାପନା କରାଯାଇଛି । ତେବେ ଚିଳିତ ଆର୍ଥିକ ବର୍ଷ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ବିମାନ ବନ୍ଦର ସଂଖ୍ୟା ବଢିବା ସହ ରେଳ ଷ୍ଟେସନ ମଧ୍ୟ ରହିଛି ଫୋକସରେ ।
ଆଗାମୀ ଦିନରେ ଭାରତର ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଉଦ୍ୟମ କରାଯାଉଛି । ଗତ କିଛି ଦିନ ହେଲା ଲାକ୍ଷାଦ୍ୱୀପ ଚର୍ଚ୍ଚାରେ ରହିଆସୁଛି । ଟୁରିଷ୍ଟଙ୍କ ରୁଚିକୁ ନଜରରେ ରଖି ଏବଂ ଆଗାମୀ ଦିନରେ ଲାକ୍ଷାଦ୍ୱୀପକୁ କିପରି ଅଧିକ ପର୍ଯ୍ୟଟକ ଆସିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯିବା ସହ ଏୟାର୍ ରୁଟ୍ ବଢାଇବା ନେଇ ଲକ୍ଷ୍ୟ ରଖାଯାଇଛି ।

ଉଡାନ୍ ଯୋଜନାରେ ଆଉ ୫୭୦ ନୂଆ ଏୟାର ରୁଟ୍ ହେବ । ୫୭୦ ନୂଆ ରୁଟ୍ରେ ୧.୦୩ କୋଟି ଯାତ୍ରୀ ସୁବିଧା ପାଇବେ । ଲାକ୍ଷାଦ୍ୱୀପକୁ ଅଧିକ ପର୍ଯ୍ୟଟକ ଆକର୍ଷଣ ବ୍ୟବସ୍ଥା କରାଯିବ । ଲାକ୍ଷାଦ୍ୱୀପରେ ଭିତ୍ତିଭୂମିର ବ୍ୟାପକ ବିକାଶ କରାଯିବ । ରାଜ୍ୟମାନଙ୍କୁ ୭୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ ।
ଗୁରୁତ୍ୱପୂର୍ଣ୍ଣ ଅପଡେଟ୍, ଅପରିବର୍ତ୍ତିତ ରହିଲା ଆୟକର ସୀମା । ଗତଥର ଆୟକର ସ୍ଲାବ ଏଥର ଲାଗୁ । ଡାଇରେକ୍ଟ ଓ ଇନଡାଇରେକ୍ଟ ଟ୍ୟାକ୍ସ ଅପରିବର୍ତ୍ତିତ । କର ବ୍ୟବସ୍ଥାରେ ହେଲାନି ପରିବର୍ତ୍ତନ ।
2024-25 ରେ ଆର୍ଥିକ ନିଅଣ୍ଟ ଜିଡିପିର 5.1% ବୋଲି ଆକଳନ କରାଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ବର୍ତ୍ତମାନ ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତନ ରହିବ । ବଜେଟ ଉପସ୍ଥାପନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା । ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଏବଂ ସରଳ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।












Click it and Unblock the Notifications