Union Budget 2024: ମହିଳାଙ୍କ ପାଇଁ ବଡ଼ ଘୋଷଣା, ୩ କୋଟି ମହିଳା ହେବେ ଲକ୍ଷପତି ଦିଦି, ଦିଆଯିବ ଡ୍ରୋନ ଉଡାଇବା ଟ୍ରେନିଙ୍ଗ
Union Budget 2024: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ ଆଗତ କରିଛନ୍ତି । ନିଜ ଅଭିଭାଷଣରେ ସେ କହିଛନ୍ତି, "ଗରିବ, ମହିଳା, ଯୁବକ ଏବଂ ଅନ୍ନାଦାତାଙ୍କୁ ଆମକୁ ଧ୍ୟାନ ଦେବା ଆବଶ୍ୟକ । ସେମାନଙ୍କର ଆବଶ୍ୟକତା ଏବଂ ଆକାଂକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ।" ଏହାସହ ସହେ ମୋଦି ସରକରାଙ୍କ 10 ବର୍ଷର ସଫଳତା ବଖାଣିଛନ୍ତି ।

ଆଗାମୀ 5ବର୍ଷରେ ଦେଶରେ 3କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ । 2023 ସ୍ୱାଧୀନତା ଦିବସ ଅବସରରେ ଏହି ଯୋଜନା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ 2କୋଟି ମହିଳାଙ୍କୁ ଲକ୍ଷପତି ଦିଦି ବନାଯିବାକୁ ଘୋଷଣା କରାଯାଇଥିଲା ଏବଂ ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇଛି ଆଜି ଅର୍ଥମନ୍ତ୍ରୀ ଏହାକୁ 3 ଲକ୍ଷ କୋଟି କରିଛନ୍ତି ।
ଲକ୍ଷପତି ଦିଦି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ମହିଳାଙ୍କୁ ଦାରିଦ୍ର୍ୟ ଦୂରୀକରଣ ଏବଂ ଅର୍ଥନୈତିକ ସଶକ୍ତୀକରଣ କରାଯାଇଥାଏ । ମହିଳାମାନଙ୍କୁ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯିବ ଯାହା ଦ୍ୱାରା ସେମାନେ ବାର୍ଷକୁ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିପାରିବେ । ତେବେ ମହିଳା ସ୍ୱୟଂ ସହାୟତା ଗୋଷ୍ଠୀ ଜରିଆରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଲକ୍ଷପତି ଦିଦି ଲକ୍ଷ୍ୟ ପୂରଣ ପାଇଁ ମହିଳାମାନଙ୍କୁ ଅନେକ ପ୍ରକାର ପ୍ରଶିକ୍ଷଣ ଦିଆଯିବ । ଏସଏଚଜିଙ୍କୁ ଡ୍ରୋନ୍ ଯୋଗାଇ ଦିଆଯିବ ଏବଂ ସେମାନଙ୍କୁ ଡ୍ରୋନ୍ ପରିଚାଳନା ଓ ମରାମତି ପାଇଁ ମଧ୍ୟ ପ୍ରଶିକ୍ଷଣ ଦିଆଯିବା ନେଇ ସୂଚନା ରହିଛି ।












Click it and Unblock the Notifications