ବଜେଟ ଅଧିବେଶନ: ଅର୍ଥମନ୍ତ୍ରୀ ନିର୍ମଲା ସିତାରମଣ ଉପସ୍ଥାପିତ କଲେ ଅର୍ଥନୈତିକ ସର୍ଭେ ରିପୋର୍ଟ
ଆଦିଲ୍ଲୀ : ଆଜି ବଜେଟ ଅଧିବେଶନର ପ୍ରାରମ୍ଭରେ ଅର୍ଥମନ୍ତ୍ରୀ ନିର୍ମଲା ସିତାରମଣ ୨୦୨୧-୨୨ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପିତ କରିଛନ୍ତି। ସଂସଦର ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଯାଇଛି । ବର୍ଷର ପ୍ରଥମ ଅଧିବେଶନ ହୋଇଥିବାରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ସଦନର ସଂଯୁକ୍ତ ବୈଠକକୁ ସମ୍ୱୋଧନ କରିଥିଲେ । ଏହାପରେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୧-୨୨ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ ।

ଚଳିତ ବଜେଟ ଅଧିବେଶନ କାର୍ଯ୍ୟସୂଚୀ:
ଆଜି ଆରମ୍ଭ ହେବାକୁ ଥିବା ଅଧିବେଶନର ଦୁଇଟି ପର୍ଯ୍ୟାୟରେ ଅପ୍ରେଲ 8 ରେ ଶେଷ ହେବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ 11 ପର୍ଯ୍ୟନ୍ତ ଚାଲିବ । ଫେବୃଆରୀ 13 ରୁ ମାର୍ଚ୍ଚ 13 ମଧ୍ୟରେ ଏକ ଛୁଟି ରହିବ ଯେଉଁଥିରେ ସ୍ଥାୟୀ କମିଟିଗୁଡିକ ବଜେଟ୍ ଆବଣ୍ଟନ ଯାଞ୍ଚ କରିବେ, ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକ ପାଇଁ ଯାହା ରିପୋର୍ଟ ପ୍ରସ୍ତୁତ ହେବ । ଜାନୁୟାରୀ 31 ଏବଂ ଫେବୃଆରୀ 1 ରେ ହେବାକୁ ଥିବା ଅଧିବେଶନର ପ୍ରଥମ ଦୁଇ ଦିନ ମଧ୍ୟରେ ସଂସଦର ଉଭୟ ଗୃହରେ କୌଣସି ଶୂନ୍ୟକାଳ ରହିବ ନାହିଁ । ଫେବ୍ରୁଆରୀ 2ରୁ 11 ତାରିଖ ପର୍ଯ୍ୟନ୍ତ ଲୋକସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅପରାହ୍ନ 4ଟାରୁ ରାତି 9ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ସକାଳ 9 ଟାରୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ଚାଲିବ ରାଜ୍ୟସଭା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ଗୃହରେ କୋଭିଡ୍ କଟକଣା କଡ଼ାକଡ଼ି ଭାବେ ପାଳ ହେବ । ସାମାଜିକ ଦୂରତା ନିୟମ ରକ୍ଷା କରାଯିବ । ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ପକ୍ଷରୁ କରାଯାଇଥିବା ବ୍ୟୟବରାଦ ଦାବିକୁ ଅନୁଧ୍ୟାନ କରିବ ଷ୍ଟାଣ୍ଡିଂ କମିଟି ।












Click it and Unblock the Notifications